• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଘାଟିରେ ଛକି ବସିଥିଲା ଯମ । ଗଜପତି ରାୟଗଡରୁ ଫେରୁଥିବା ବେଳେ ଏକ ଘରୋଇ ବସ୍‌ ଗଞ୍ଜାମ ସୀମାନ୍ତ କାନକଟା ଘାଟିରେ  ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ମୃତକଙ୍କ ମଧ୍ୟରୁ ଜଣେ ମୋହନାର ଓ ଅନ୍ୟ ଜଣେ ପାତ୍ରପୁର ବ୍ଲକର ବୋଲି ଜଣାପଡିଛି । ଆହତଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଓ ଅନ୍ୟ ଗାଡ଼ି ଯୋଗେ ପାତ୍ରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲ ପଠାଇ ଦିଆଯାଇଛି । ଭରସାମ୍ୟ ହରାଇ ବସ୍‌ଟି ଦୁର୍ଘଟଣାର ଶିକାର ହୋଇଥିବା କୁହାଯାଉଛି ।

ସୂଚନା ଅନୁସାରେ ପ୍ରାୟ ୪୦ ଲୋକଙ୍କୁ ନେଇ ବସ୍‌ଟି ରାୟଗଡ଼ରୁ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । କାନକଟା ଘାଟିରୁ ବାମ ପଟକୁ ଓଲଟି ପଡ଼ିଛି ବସ୍‌ । ଘଟଣାସ୍ଥଳରେ ପହଞ୍ଚିଛନ୍ତି ବିଡିଓ ଓ ପୋଲିସ୍‌ ଅଧିକାରୀ । ସ୍ଥାନୀୟ ଲୋକ, କିଛି ଜନ ପ୍ରତିନିଧି ଓ ପୋଲିସ୍‌ ସହାୟତାର ଉଦ୍ଧାର କାର୍ଯ୍ୟ ଚାଲିଛି । ଦୁର୍ଘଟଣା ହୋଇଥିବା ଅଞ୍ଚଳ ସମ୍ପୂର୍ଣ୍ଣ ରୂପେ ଘାଟି ରାସ୍ତା ଓ ଜଙ୍ଗଲରେ ପରିପୂର୍ଣ୍ଣ ବୋଲି ସୂଚନା ମିଳିଛି ।