/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672894076.jpg)
5G Services Rolls Out In Odisha
ଆଜିଠୁ ଓଡ଼ିଶାରେ 5G ସେବା ଆରମ୍ଭ ହୋଇଛି। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରୁ ଏହାକୁ ଲୋକାର୍ପଣ କରିଛନ୍ତି। ଓଡ଼ିଶା ରେ 5G ସେବା ଯୋଗାଇବାକୁ ସବୁ ପ୍ରସ୍ତୁତି ସରିଛି। ଏଥିପାଇଁ ୨ ଟେଲିକମ ଅପରେଟର୍ ରିଲାଏନ୍ସ ଜିଓ(Reliance Jio) ଏବଂ ଏୟାରଟେଲ୍(Airtel)କୁ ଅନୁମତି ମିଳିଛି। ପ୍ରଥମେ ରାଜ୍ୟର ମୁଖ୍ୟ ସହର ଗୁଡ଼ିକ 5G ନେଟଓ୍ୱର୍କ ସହ ଯୋଡ଼ି ହେବାକୁ ଥିବାବେଳେ, ଧୀରେ ଧୀରେ ଗ୍ରାମାଞ୍ଚଳରେ ମଧ୍ୟ ଏହା ଉପଲବ୍ଧ ହେବ ବୋଲି ସୂଚନା ମିଳିଛି।
ଆଜି ଉଭୟ ଜିଓ ଏବଂ ଏୟାରଟେଲ୍ ପକ୍ଷରୁ ଟ୍ୱିନ୍ସିଟି ଭୁବନେଶ୍ୱର ଓ କଟକ ରେ 5G ସେବା ଆରମ୍ଭ ହୋଇଛି। ଜିଓ କିଛି ସପ୍ତାହ ଭିତରେ ଆଉ ୫ଟି ସହରରେ 5G ଆରମ୍ଭ କରିବ। ଫାଇଭ୍-ଜି ସେବା ଯୋଗାଇଦେବାକୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୧୦ଟି ବିଟିଏସ୍ ବା ବେସ୍ ଟ୍ରାନ୍ସିଭର୍ ଷ୍ଟେସନ ଲଗାଯାଇଛି। କୁହାଯାଉଛି, 4G ତୁଳନାରେ ୧୦ ଗୁଣ ଅଧିକ ରହିବ 5G ଇଣ୍ଟରନେଟ ସ୍ପିଡ୍।
ଆଖି ପିଛୁଳାକେ ଡାଉନଲୋଡିଂ, ଆଉ ବିଜୁଳି ବେଗରେ ସର୍ଫିଂ ହେବ। ଶିକ୍ଷା, ସ୍ୱାସ୍ଥ୍ୟ, ନିର୍ମାଣ ଓ ବ୍ୟାଙ୍କିଂ ଆଦି କ୍ଷେତ୍ରରେ ଏହା ବିରାଟ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି। ଆଜି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟର ଗ୍ରାମାଞ୍ଚଳ ପାଇଁ ୧୦୦ଟି 4G ଟାଓ୍ୱାର୍ ମଧ୍ୟ ଲୋକାର୍ପଣ କରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)