/odishatv-khabar/media/post_attachments/uploadimage/library/16_9/16_9_0/IMAGE_1673146540.jpg)
Pratap jena
ପୁଣି ବଢ଼ିବ ପ୍ରତାପଙ୍କ ଅଡ଼ୁଆ । ପୁଣି ଖୋଲିବ ମାହାଙ୍ଗା ଡବଲ ମର୍ଡର ଫାଇଲ୍ । ପୁଣି ହେବ ତଦନ୍ତ । କିଛି ଦିନ ହେବ ରମାକାନ୍ତଙ୍କ ମୃତ୍ୟୁ ହୋଇଥିଲା । ଆଉ ତାଙ୍କ ମୃତ୍ୟୁ ପରେ ଲାଗୁଥିଲା କେସ୍ ଏଇଠି ସରିଗଲା । ପ୍ରତାପଙ୍କ ମୁଣ୍ଡରୁ ବୋଝ ଓହ୍ଲାଇଗଲା । ହେଲେ ଏବେ ପୁଣି ତାହା ମୁଣ୍ଡ ବିନ୍ଧାର କାରଣ ପାଲଟିଲା ।
ତତ୍କାଳୀନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ଫାଇନାଲ ରିପୋର୍ଟର ପ୍ରୋଟେଷ୍ଟ ପିଟିସନ୍ ଦାଖଲ ପାଇଁ ସାଲେପୁର JMFC କୋର୍ଟ ଅନୁମତି ଦେଇଛନ୍ତି । ୧୨ ତାରିଖ ସୁଦ୍ଧା ପିଟିସନ ଦାଖଲ ପାଇଁ ଅନୁମତି ମିଳିଛି । ଏତଲାକାରୀ ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳଙ୍କ ମୃତ୍ୟୁ ପରେ ଏବେ ସେହି କେଶ୍ ଲଢିବେ ତାଙ୍କ ସାନ ଭାଇ ରଞ୍ଜିତ ବରାଳ ।
ଏତଲାରେ ତତ୍କାଳୀନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଅଭିଯୁକ୍ତ ତାଲିକାରେ ଥିବା ସତ୍ତ୍ୱେ ମାହାଙ୍ଗା ପୋଲିସ ମନ ଇଚ୍ଛା ତାଙ୍କ ନାଁ ବିନା କାଟିଦେଇଥିଲା । କେସ୍ ରିପୋର୍ଟରେ ତାଙ୍କ ନାଁ ନଥିବା ଜଣାପଡ଼ିବା ପରେ ଏହାକୁ ବିରୋଧ କରିଥିଲେ । ଏହାସହ ତତ୍କାଳୀନ ମନ୍ତ୍ରୀଙ୍କ ନାଁକୁ ରଖି ଆଉଥରେ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଜେଏମଏଫସି ସାଲେପୁରଙ୍କୁ ପ୍ରାର୍ଥନା କରାଯାଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପୋଲିସ ପୁଣିଥରେ ତଦନ୍ତ କରି ରିପୋର୍ଟ ଦାଖଲ କରିଥିଲା । ସେଥିରେ ପୁଣିଥରେ ପ୍ରତାପ ଜେନାଙ୍କ ନାଁ ନଥିବାରୁ ରମାକାନ୍ତ ଅସନ୍ତୁଷ୍ଟ ଥିଲେ ଏବଂ ପୁଣିଥରେ ପ୍ରୋଟେଷ୍ଟ ପିଟିସନ୍ ଦାଖଲ କରିବାକୁ ଚାହୁଁଥିଲେ ।
ତେବେ ସମସ୍ତ ଔପଚାରିକତା ସାରିବା ପୂର୍ବରୁ ତାଙ୍କର ମୃତ୍ୟ ହୋଇଥିଲା । ଏବେ ରମାକାନ୍ତଙ୍କ ସାନ ଭାଇ ରଞ୍ଜିତ ବରାଳ କରିଥିବା ପ୍ରାର୍ଥନାକୁ ସ୍ୱୀକାର କରି କୋର୍ଟ ଆସନ୍ତା ୧୨ ତାରିଖ ସୁଦ୍ଧା ପିଟିସନ୍ ଦାଖଲ କରିବା ପାଇଁ ଅନୁମତି ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)