/odishatv-khabar/media/post_attachments/uploadimage/library/16_9/16_9_0/SI_Exam_1672060205.jpg)
SI Exam
ଏଏସ୍ଓ ପରୀକ୍ଷା ପରେ ଏବେ ସବ ଇନ୍ସପେକ୍ଟର ପରୀକ୍ଷାକୁ ନେଇ ସାମନାକୁ ଆସିଲା ନୂଆ ବିବାଦ । ଅନିୟମିତତା ଅଭିଯୋଗ ଆଣି କଟକ ଡିଜି ଅଫିସ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆଶାୟୀ ପ୍ରାର୍ଥୀ । ପୋଲିସ ଡିଜିଙ୍କୁ ଭେଟି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦାବି କରିଛନ୍ତି ଆଶାୟୀ । ସେମାନେ ଅଭିଯୋଗ କରିଛନ୍ତି ଯେ, ୨୦୧୮-୧୯ରେ ହୋଇଥିବା ସବ୍ ଇନ୍ସପେକ୍ଟର ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଛି । ଟଙ୍କା ନେଇ ଚାକିରି ଦିଆଯାଇଛି । ଯାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଆଶାୟୀ ।
ପୂର୍ବରୁ ସବ ଇନ୍ସପେକ୍ଟର ପରୀକ୍ଷା ଓଡିଶା ଷ୍ଟାଫ ସିଲେକ୍ସନ ବୋର୍ଡ କରୁଥିବା ବେଳେ ବିଗତ କିଛି ବର୍ଷ ହେବ କାହିଁକି ଓଡିଶା ପୋଲିସ ରିକ୍ୟୁଟମେଣ୍ଟ ବୋର୍ଡ କରୁଛି ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି ଆନ୍ଦୋଳନକାରୀ । ପୋଲିସ ଡିଜି ଏବଂ ସରକାର ଯଦି କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ପରୀକ୍ଷାର୍ଥୀ । ଏନେଇ ପୋଲିସ ଡିଜି କିମ୍ବା ଓପିଆର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)