• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାଲି କଟକରେ ଅଧାଦିନ ସ୍କୁଲ ଛୁଟି । ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ ଆସନ୍ତା କାଲି କଟକ ରେ ଅଧା ଦିନ ସ୍କୁଲ ଛୁଟି ଘୋଷଣା ହୋଇଛି । କଟକରେ ଦିନ ୨ଟା ପରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଫଳରେ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଆଦି ବନ୍ଦ ରହିବ । ଶିକ୍ଷାନୁଷ୍ଠାନ ବନ୍ଦ ନେଇ କଟକ ଜିଲ୍ଲାପାଳ ଘୋଷଣା କରିଛନ୍ତି ।

ସେପଟେ ହକ୍‌ ବିଶ୍ୱକପ୍‌ ପୂର୍ବରୁ ସିଲଭର ସିଟି କଟକ ଏବେ ନୂଆ ରୂପ, ନୂଆ ଢଙ୍ଗରେ ସଜେଇ ହୋଇଛି । ରିଙ୍ଗ ରୋଡରୁ ଆରମ୍ଭ କରି ସାହି ଗଳି କନ୍ଦିରେ ଏବେ ସମସ୍ତେ ହକି ପାଇଁ ଦିୱାନା ହୋଇ ଉଠିଛନ୍ତି । ଦିନକ ପରେ ବାରବାଟୀ ଷ୍ଟାଡିୟମରେ ହେବ ଗ୍ରାଣ୍ଡ ଉଦଘାଟନ, ଆଉ ୧୩ରୁ ହେବ ଅସଲ ମୁକାବିଲା ।

ଅଧିକ ପଢ଼ନ୍ତୁ:୪୭ ବର୍ଷ ପରେ ହକି ବିଶ୍ୱକପ୍ ମୁକୁଟ ଜିତିପାରିବ କି ଭାରତ

ସେହିପରି ହକି ବିଶ୍ୱକପକୁ ନେଇ କଟକ ବାଲିଯାତ୍ରା ପଡିଆରେ ଏକ ବିଶାଳକାୟ ବାଲୁକା କଳା ତିଆରି କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ୧୦୦ଫୁଟ ଲମ୍ବର ହକି ଷ୍ଟିକ୍ ତିଆରି ପାଇଁ ୫ହଜାର ବଲ୍ ବ୍ୟବହାର କରାଯାଇଛି ।

ଅନ୍ୟପଟେ ବିଶ୍ୱକପ୍ ହକିକୁ ଦେଖି ରାଉରକେଲାଭୁବନେଶ୍ୱର ରେ କୋଭିଡ ପାଇଁ ସ୍ୱତନ୍ତ୍ର ଟେଷ୍ଟିଂ ବ୍ୟବସ୍ଥା କରାଯାଇଛି । ମୋବାଇଲ ହେଲଥ ୟୁନିଟ, ସ୍ୱତନ୍ତ୍ର ଡାକ୍ତର ଟିମ୍ ନିୟୋଜିତ କରାଯିବା ସହିତ ଇମରଜେନ୍ସି ଆମ୍ବୁଲାନ୍ସ ସେବା କରାଯାଇଛି । ହକି ବିଶ୍ୱ କପ୍ ପାଇଁ ଝାରସୁଗୁଡ଼ା ରେ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କରିଛନ୍ତି ମନ୍ତ୍ରୀ ନବ ଦାସ ।