/odishatv-khabar/media/post_attachments/uploadimage/library/16_9/16_9_0/s_1672820778.jpg)
Bus Overturns After Collision With Hyva Truck On Cuttack-Chandbali Road
ଯାତ୍ରୀବାହୀ ବସ୍-ହାଇୱା ମୁହାଁମୁହିଁ ଧକ୍କା। ଫଳରେ ରାସ୍ତା ତଳକୁ ବସ୍ ଓଳଟି ପଡ଼ିଥିଲା। କଟକ-ଚାନ୍ଦବାଲି ରାସ୍ତାର ଛପୋଲିଆ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ଆଳି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
Advertisment
ସୂଚନା ଅନୁସାରେ, ବସ୍ଟି ଚାନ୍ଦବାଲିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ଗାଡ଼ିଟି କଟକ-ଚାନ୍ଦବାଲି ରାସ୍ତାର ଛପୋଲିଆ ନିକଟରେ ରାସ୍ତା ତଳକୁ ଓଲଟି ପଡିଥିଲା। ଦୁର୍ଘଟଣା ବେଳେ ବସ୍ରେ ପାଖାପାଖି ୭୦ ଜଣ ଯାତ୍ରୀ ଥିଲେ। ଏଥିରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଆଳି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଜଣଙ୍କୁ କଟକ ବଡ଼ ମେଡିକାଲ ଓ ଅନ୍ୟ ଜଣଙ୍କୁ କେନ୍ଦ୍ରାପଡା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଆଳି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)