/odishatv-khabar/media/post_attachments/uploadimage/library/16_9/16_9_0/murder_1671092320.jpg)
murder
ଅନ୍ଧବିଶ୍ୱାସର ଅନ୍ଧଗଳିରେ ମଣିଷ । ଡାଆଣୀ ସନ୍ଦେହରେ ମହିଳାଙ୍କ ବେକ କାଟି ନିର୍ମମ ହତ୍ୟା । କଟକ ଟାଙ୍ଗୀ ଥାନା ଚନ୍ଦନପୁର ଗାଁରେ ଜଣେ ମହିଳାଙ୍କୁ ବୀଭତ୍ସ ଭାବେ ହତ୍ୟା କରିଛି । ଅଭିଯୁକ୍ତ ଯୁବକ ବେକ କାଟି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଯୁବକ ଚମ୍ପଟ ମାରିଛି ।
ଚନ୍ଦନପୁର ଗାଁର ବାଗୁନ ପୂର୍ତ୍ତି ନାମକ ଜଣେ ବ୍ୟକ୍ତିଙ୍କ ପିଲା ଓ ସ୍ତ୍ରୀର ଦେହ ଅନେକ ସମୟରେ ଖରାପ ହେଉଥିଲା । ଦେହ ଖରାପ ହେଉଥିବାର କାରଣ ରୋଗ ନୁହେଁ ବରଂ ସେହି ଗ୍ରାମରେ ଥିବା ମୀନା ଚାତର ବୋଲି ସେ ସନ୍ଦେହ କରୁଥିଲା । ମୀନା ଡାହାଣୀ ହୋଇଥିବା ବିଶ୍ୱାସ କରି ବାଗୁନ ଏକ ଧାରୁଆ ଅସ୍ତ୍ରରେ ମିନାର ବେକ କାଟି ହତ୍ୟା କରିଛନ୍ତି । ତେବେ ଏହି ଜଘନ୍ୟ ହତ୍ୟାକାଣ୍ଡ ପାଇଁ ମିନାଙ୍କ ପୁଅ ଥାନାରେ ଅଭିଯୋଗ କରିଛି ।
ଅଧିକ ପଢ଼ନ୍ତୁ: ଏକବିଂଶ ଶତାବ୍ଦୀରେ ବି ଡାହାଣୀ ସନ୍ଦେହରେ ମହିଳାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର
ଅଭିଯୋଗ ପାଇବା ପରେ ଟାଙ୍ଗୀ ପୋଲିସ, ସାଇନଣ୍ଟିଫିକ ସହ ଘଟଣା ସ୍ଥଳରେ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହା ସହିତ ମୃତଦେହର ପୋଷ୍ଟମୋଟର୍ମ ପାଇଁ କଟକ ବଡ ମେଡିକାଲ ପଠାଇ ଦିଆଯାଇଛି । ସେପଟେ ଏହି ପରେ ହତ୍ୟାକାରୀ ଫେରାର ହୋଇଯାଇଛି । ଆଜିବି ଏଭଳି ଅନ୍ଧ ବିଶ୍ୱାସରେ ଲୋକଙ୍କ ଜୀବନ ଯାଉଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏନେଇ ପୋଲିସର ପ୍ରତିକ୍ରିୟା ମିଳପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)