Advertisment

Today Gold Price 10th Jan 2023: ଜାଣନ୍ତୁ ଆପଣଙ୍କ ସହରରେ ସୁନା ଦାମ୍ ବଢିଛି ନା କମିଛି

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୫,୯୫୦ ଟଙ୍କା ରହିଛି ।

author-image
Pallipuspa Samal
ଅଦ୍ୟତନ ହୋଇଛି
Gold Price Today 10th Jan 2023

Today Gold Price

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି।   ଗତକାଲି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୫ ହଜାର ୮୦୦ ଟଙ୍କା ରହିଥିବା ବେଳେ ଆଜି  ତାହା ହ୍ରାସ ପାଇ ୫୫ ହଜାର ୭୦୦ ଟଙ୍କା ରହିଛି।

Advertisment

ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୫୩,୪୦୦ ଟଙ୍କା ରହିଛି। ସେହିଭଳି ୨୦ କ୍ୟାରେଟ୍‌ ସୁନାର ଦର ୪୮ ହଜାର ୬୦୦ ଟଙ୍କା ରହିଥିବା ବେଳେ ୧୮ କ୍ୟାରେଟ୍ ସୁନା ଦର ୪୩,୯୦୦ ରାହିଛି। ଅନ୍ୟପଟେ ୧୪ କ୍ୟାରେଟ ସୁନା ମୂଲ୍ୟ ୩୪,୫୦୦ ଟଙ୍କା ରହିଛି ।

କଟକ ରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ସୁନା ଗ୍ରାମ ପିଛା ୫,୭୭୦ (ଜିଏସ୍‌ଟି ୯୯୫) ଟଙ୍କା ହୋଇଥିବାବେଳେ ୫,୫୪୦ (କ୍ୟାସ ୯୯୫) ଟଙ୍କା ରହିଛି। ଗତକାଲି ତୁଳନାରେ ଆଜି ରୁପା ଦରରେ ମଧ୍ୟ ପରିବର୍ତ୍ତନ ହୋଇଛି।  ଶୁଦ୍ଧ ରୂପା କିଲୋ ପିଛା ୬୮,୬୮୦ ଟଙ୍କାରେ କାରବାର ହେଉଛି।

Advertisment

ତେବେ ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ।

Gold Price Silver Price Gold Price Today
Advertisment
Advertisment