• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୁନାଫାଖୋର ବ୍ୟବସାୟୀଙ୍କ ପାଇଁ ଓଡିଶା ବଜାରରେ ବଢୁଛି ନକଲି ମେଡିସିନ କାରବାର । ଅଧିକ ଲାଭ ଆଶାରେ ପ୍ରକୃତ କଂପାନୀଠାରୁ ମେଡିସିନ ନଆଣି ବେନାମୀ ସଂସ୍ଥାଠାରୁ କିଣୁଛନ୍ତି ସମାନ ବ୍ରାଣ୍ଡର ମେଡିସିନ୍ । ପ୍ରଥମେ ଟେଲମା ୪୦ ତାପରେ କ୍ଲାଭାମ-୬୨୫ । ଓଡିଶା ବଜାରରେ ଏହି ଦାମୀ ଦାମୀ ବ୍ରାଣ୍ଡର ନକଲି ମେଡିସିନ ଧରା ପଡିବା ପରେ ଚିନ୍ତାରେ ଉଭୟ ରାଜ୍ୟ ସରକାର ଆଉ ରୋଗୀ । ତାଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନକଲି ମେଡିସିନ ସନ୍ଦେହରେ ଡ୍ରଗ୍ସ କଣ୍ଟ୍ରୋଲର ୭୦୦ରୁ ଅଧିକ ସାମ୍ପୁଲ ଟେଷ୍ଟିଂ ପାଇଁ ପଠାଇଛନ୍ତି । ଏମିତି ସ୍ଥିତିରେ ସାଧାରଣ ରୋଗିଟିଏ କିଣୁଥିବା ମେଡିସିନ୍ ନକଲି କି ଅସଲି ଜାଣିବ କିପରି । କେମିତି ଓଡିଶା ବଜାରରେ ପଶୁଛି ନକଲି ମେଡିସିନ୍ ।

ଧରାପଡିଥିବା ନକଲି ମେଡିସିନର ଚେର କେଉଁଠି ? ନକଲି ମେଡିସିନ କାରବାର ପଛରେ କାହାର ହାତ ? ଏସବୁ ପ୍ରଶ୍ନ ଭିତରେ ସତ ସାମ୍ନାକୁ ଆଣିଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର । କିଛି ମୁନାଫାଖୋର ବ୍ୟବସାୟୀଙ୍କ ପାଇଁ ନକଲି ମେଡିସିନ୍ କାରବାର ବଢୁଥିବା ସେ ସ୍ପଷ୍ଟ କରିଛନ୍ତି । ମେଡିସିନ୍ ବ୍ୟବସାୟୀଙ୍କ କହିବା ଅନୁସାରେ, ମେଡିସିନ ଡ୍ରିଷ୍ଟିବୁଟର ନିର୍ଦ୍ଦିଷ୍ଟ କଂପାନୀଠାରୁ ସିଧାସଳଖ ମାଲ କିଣି ଷ୍ଟକିଷ୍ଟ ବା ଦୋକାନକୁ ଯୋଗାନ୍ତି । ଏଥିରେ ଦେକାନୀ, ଷ୍ଟକିଷ୍ଟ ଓ ଡିଷ୍ଟ୍ରିବୁଟରଙ୍କର ନିର୍ଦ୍ଦିଷ୍ଟ ଲାଭ ପ୍ରତିଶତ ସ୍ଥିର ରହିଥାଏ । ହେଲେ କିଛି ବ୍ୟବସାୟୀ ଅଧିକ ଲାଭ ଆଶାରେ ସିଧାସଳଖ କଂପାନୀଠାରୁ ମେଡିସିନ ନଆଣି ଥାର୍ଡ ପାର୍ଟି ବା ଅନ୍ୟ ସଂସ୍ଥା ଜରିଆରେ ମେଡିସିନ ଆଣି ବେପାର କରନ୍ତି । ତେଣୁ ସେମାନଙ୍କୁ ନିବେଦନ କରିବା ସହ କଡା ଚେତାବନୀ ଦେଇଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର ।

ସେପଟେ କ୍ଲାଭାମ-୬୨୫ର ଜବତ ହୋଇଥିବା ବ୍ୟାଚ୍ ନକଲି ବୋଲି ସ୍ପଷ୍ଟ ସହ ହିମାଚଳ ପ୍ରଦେଶରୁ ଏହି ମେଡିସିନ ଯୋଗାଣ ହୋଇଛି ବୋଲି ଜଣାପଡିଛି ।  ତେବେ ହିମାଚଳପ୍ରଦେଶର ଜଣେ ଅଭିଯୁକ୍ତଙ୍କୁ କଟକ ପୋଲିସ ରିମାଣ୍ଡରେ ଆଣି ପଚରାଉଚୁରା କରୁଥିବାରୁ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।

କେମିତି ଜଣେ ସାଧାରଣ ଲୋକ ଜାଣିବ କିଣୁଥିବା ମେଡିସିନ ନକଲି ନା ଅସଲି । କ୍ଲାଭାମ-୬୨୫ର ଏକ ଷ୍ଟ୍ରିପ୍ । ସେଥିରେ ସବୁ ଅସଲି ବ୍ରାଣ୍ଡ, ପ୍ରିଣ୍ଟ, କଲର ଭଳି ଦିଶୁଛି । ହେଲେ ବାର କୋଡ ନକଲି । କ୍ଲାଭାମ-୬୨୫ର ଖୋଳ ଉପରେ ଥିବା ବାରକୋଡ ଦେଖନ୍ତୁ । ଏହାକୁ ସ୍କାନ୍ କରନ୍ତୁ । ଆଉ ଜାଣିପାରିବେ ତାହା ନକଲି ବୋଲି । କାରଣ ତାହା ମିସ୍‌ମ୍ୟାଚ ହେବ । ଯେତେ ଥର ସ୍କାନ କଲେ ସେତେଥର ବଦଳିବ କୋଡ । ଏଣୁ ମେଡିସିନ କିଣିବା ବେଳେ ଲୋକଟିଏ ସଚେତନ ହୋଇ ବାରକୋଡ ସ୍କାନ କରିବା ଦରକାର । ଅନ୍ୟପଟେ ନକଲି ମେଡିସିନ କାରବାରକୁ ଗୁରୁତର ସହ ସରକାର ନେଇଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ବର୍ତ୍ତମାନ ସୁଦ୍ଧା ୬ ଜିଲ୍ଲାର ୧୨ ଡିଷ୍ଟ୍ରିବ୍ୟୁଟରଙ୍କ ବିରୋଧରେ ମାମଲା ହେବା ସହ ଏକାଧିକ ଗିରଫ ମଧ୍ୟ ହୋଇଛନ୍ତି ।