/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672926099.jpg)
Makar Sankranti
ଉଡ଼ି ଉଡ଼ି ଉଡ଼ି ଯାରେ ଉଡ଼ି... ଏ ମୋର ଗୁଡ଼ି ଖାଆନା ଖାଆନା ତୁ କାନି...ଏ ମୋର ଲଚକ ମଣି... ଏ ମୋର ଲଚକମଣି । ଗୁଡ଼ି କଥା ଆସିଲେ ମନେପଡ଼ିଯାଏ ଅକ୍ଷୟ ମହାନ୍ତିଙ୍କର ଏହି ଲୋକପ୍ରିୟ ଗୀତ... । କଟକ ସହର ର ଗୁଡ଼ିଉଡ଼ା ପରମ୍ପରାକୁ ନେଇ ଏ ଗୀତ ଆଜିବି ଅଭୁଲା ସ୍ମୃତି ହୋଇ ରହିଛି । ମକର ସଂକ୍ରାନ୍ତି ଆଉ ଦିନ କେଇଟା ଥିବାରୁ ଏବେ ଠାରୁ ଆରମ୍ଭ ହୋଇଗଲାଣି ଗୁଡ଼ିଉଡ଼ା । କଟକ ସହରର ଝୋଲାସାହି,ଚୌଧୁରୀବଜାର,ନନ୍ଦିସାହି ଓ ପିଠାପୁର ବଜାରରେ ଖୋଲିଗଲାଣି ଗୁଡ଼ି ଦୋକାନ ।
ରଂଗବେରଂଗର ଗୁଡ଼ି ଓ ନଟେଇ କିଣିବା ପାଇଁ ଗ୍ରାହକଙ୍କ ଭିଡ଼ ଜମିଲାଣି । ୩ଟଙ୍କାରୁ ଆରମ୍ଭ କିର ଗୁଡି ଗୋଟିକ ୩୫୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ସେହିପରି ନଟେଇ ଦାମ ବି ୨୦ରୁ ଆରମ୍ଭ କରି ୭୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଛୋଟପିଲାଙ୍କୁ ଆକୃଷ୍ଟ କରିବା ପାଇଁ ଏଥର ବଜାରକୁ ଆସିଛି ମୋଟୁପତଲୁ, ଡ଼ୋରେମନ,ସ୍ପାଇଡ଼ରମ୍ୟାନ ଭଳି ରଙ୍ଗବେରଙ୍ଗର ଗୁଡି । କିଛି ଗୁଡି ଲୋକାଲା ହୋଇଥିବା ବେଳେ ଆଉ କିଛି କଲିକତି... ।
ଗୁଡ଼ି ଉଡା ପରମ୍ପରାର ଏ ଖୁସି ଭିତରେ କିନ୍ତୁ ଜୀବନ ଯିବାର ଭୟ ଏବେ ଚିନ୍ତାରେ ପକାଇଦେଇଛି । ଗୁଡ଼ି ଉଡ଼ା କାହା ପାଇଁ ଖେଳ ତ ଆଉ କାହା ପାଇଁ କାଳ ସାଜୁଛି । ଗତବର୍ଷ ଏକାଧିକ ଦୁଘଟଣା ସାମ୍ନାକୁ ଆସିଥିବା ବେଳେ ଚଳିତ ବର୍ଷ ବି କଟକ ବିଡ଼ାନାସୀର ଜଣେ ଯୁବକ ଗୁଡ଼ି ସୂଚା ଲାଗି ଆହତ ହୋଇଛନ୍ତି ।
ପୋଲିସ୍ ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନ କରା ଗଲା ପରେ ବି ଏଥିରେ ରୋକ ଲାଗି ପାରୁନି । ୨୦୧୫ରୁ ଆଜି ପର୍ଯ୍ୟନ୍ତ ଏଥିରେ ୫ଜଣଙ୍କର ଜୀବନ ଯାଇ ସାରିଛି । ୨୦୧୬ ମସିହାରେ ତତ୍କାଳୀନ ଜିଲ୍ଲାପାଳ ମାଂଜା ଓ ପ୍ଲାଷ୍ଟିକ ସୂତା ବିକ୍ରୀ ଉପରେ କଟକଣା ଜାରି କରିଥିଲେ । ହାଇକୋର୍ଟ ମଧ୍ୟ ପ୍ଲାଷ୍ଟିକ ସୂତା ଓ ମାଞ୍ଜା ସୂତା ବିକ୍ରି ଓ ବ୍ୟବହାର ଉପରେ କଟକଣା ଜାରି କରିଥିଲେ । ବହୁ ଦୋକାନରେ ପ୍ରଶାସନ ପକ୍ଷରୁ ଚଢାଉ କରି ବେଆଇନ ସାମଗ୍ରୀ ଜବତ ମଧ୍ୟ ହୋଇଥିଲା ।
ତଥାପି ବେଧଡ଼କ ଚାଲିଛି ପ୍ଲାଷ୍ଟିକ ସୂତା ବିକ୍ରୀ । କେବଳ ନାମକୁ ମାତ୍ର ଦୋକାନ ଆଗରେ ସାଧା ସୂତା ଟଙ୍ଗେଇ ଦିଆଯାଉଥବା ବେଳେ ପ୍ରକୃତରେ ବିକ୍ରି ହେଉଛି ପ୍ଲାଷ୍ଟିକ ସୂତା । ଗଳିକନ୍ଦିରେ ପ୍ଲାଷ୍ଟିକ ସୂତା ଛିଡ଼ି ଏଣେତେଣେ ଝୁଲୁଛି । ତେବେ ଏହାକୁ ନେଇ କଟକର ସମାଜ ସେବୀ ପୁଷ୍ପାଞ୍ଜଳି ମହାପାତ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗୁଡ଼ି ବିକ୍ରି , ତିଆରି ଓ ବ୍ୟବହାରକୁ ନେଇ ଏକ ଗାଇଡ଼ ଲାଇନ ସ୍ଥିର କରିବାକୁ ନିବେଦନ କରିଛନ୍ତି । ସେହିପରି ଆଗକୁ ହକି ବିଶ୍ୱକପ ହେବାକୁ ଥିବାରୁ କଟକ ଓ ଭୁବନେଶ୍ୱରରେ ଗୁଡ଼ି ଉଡ଼ାକୁ ସଂପୂର୍ଣ ବନ୍ଦ କରିବାକୁ ସେ ନିବେଦନ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)