• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଉ ମାତ୍ର ଦିନ କେଇଟାର ଅପେକ୍ଷା ବିଦାୟ ନେବ ବର୍ଷ ୨୦୨୨ । ଆସିବ ନବବର୍ଷ ୨୦୨୩ । ନୂଆ ବର୍ଷକୁ ସ୍ୱାଗତ ପାଇଁ ସଭିଏଁ ଉତ୍ସାହିତ ଥିବା ବେଳେ ଏବେଠୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଜିରୋ ନାଇଟ୍ ସେଲିବ୍ରେସନ ଲାଗି ଟ୍ୱିନସିଟିରେ ଚାଲିଛି ବ୍ୟାପକ ଆୟୋଜନ । କେଉଁଠି ଓଲିଉଡ ନାଇଟ ତ ପୁଣି କେଉଁଠି ବଲିଉଡ କଳାକାରଙ୍କ ସହ ରସିଆନ ଡ୍ୟାନସରଙ୍କ ଡ୍ୟାନ୍ସରେ ଝୁମିବେ ଦର୍ଶକ ।

ଜିରୋ ନାଇଟ୍ ସେଲିବ୍ରେସନ ପାଇଁ କାଉଣ୍ଟଡାଉନ୍ । ସଜେଇ ହେଲାଣି ବିଭିନ୍ନ ହୋଟେଲ୍ ଓ କ୍ଲବ୍ । ଚିକମିକ୍ ଲାଇଟ୍ ସାଙ୍ଗକୁ ରଙ୍ଗ ବେରଙ୍ଗର ବେଲୁନରେ ଚାଲିଛି ସାଜସଜା । ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ ପାଇଁ କଟକ ର ବିଭିନ୍ନ କ୍ଲବ ଏବଂ ହୋଟେଲରେ ଚାଲିଛି ଜୋରଦାର ଆୟୋଜନ । ଚଳିତ ବର୍ଷ ଓସିଏ କ୍ଲବରେ ଓଡିଆ ଷ୍ଟାର୍ ତଥା ବଲିଉଡ୍ ସିଙ୍ଗର ରୁତୁରାଜ ମହାନ୍ତି, ରକିଂ ଆଣ୍ଡ ପପିଂ ଷ୍ଟାର ହରିହରଙ୍କ ସହ ରସିଆନ ବେଲି ଡ୍ୟାନ୍ସ ମୁଖ୍ୟ ଆକର୍ଷଣ ରହିବ।

ଅଧିକ ପଢ଼ନ୍ତୁ: ସାବଧାନ ! ନୂଆ ବର୍ଷରେ ମଦ ପିଇ ଗାଡ଼ି ଚଲାଇଲେ ୨୮ଟି ସ୍ଥାନରେ ଧରିବ ପୋଲିସ

ସେହିପରି ୟୁନିୟନ କ୍ଲବରେ ଓଲିଉଡ କଳାକାରଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ଓଲିଉଡ ନାଇଟ ସହ ଫ୍ୟାସନ ଶୋ ଏବଂ କୋଲକାତାର ଡ୍ୟାନ୍ସ ଗ୍ରୁପର ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ରହିଛି । କଟକ କ୍ଲବରେ ମଧ୍ୟ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ମୁମ୍ବାଇରୁ ଡ୍ୟାନ୍ସ ଗ୍ରୁପ୍ ଆସୁଛନ୍ତି । ଏଥିସହ ଅନେକ ବଲିଓଡ ଓ ଓଲିଉଡ଼ କଳାକାରଙ୍କ କାର୍ଯ୍ୟକ୍ରମ ରହିଛି ।

ରଂଗାରଂଗ କାର୍ଯ୍ୟକ୍ରମ ସହ ବିଭିନ୍ନ ହୋଟେଲରେ ମଧ୍ୟ ଫୁଡକୋର୍ଟର ବ୍ୟବସ୍ଥା ହେଉଛି । ଷ୍ଟାଟର ସହ ଭେଜ୍, ନନଭେଜ, ଚାଇନିଜ, କଣ୍ଟିନେଣ୍ଟାଲ, ଫୁଡ ସହ ଅନଲିମିଟେଡ ଡ୍ରିଙ୍କସ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଜିରୋ ନାଇଟ୍ ଓ ନୂଆବର୍ଷକୁ ଶାନ୍ତି ଶୃଙ୍ଖଳାର ସହ ପାଳନ ଲାଗି କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । କଟକରେ ପୋଲିସ ପାଟ୍ରୋଲିଂ ବଢ଼ାଯିବା ସହ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଥିବା ଡିସିପି କହିଛନ୍ତି ।

କୋଭିଡ୍ କଟକଣା କୋହଳ ହେବା ପରେ ଗତ ଦୁଇ ବର୍ଷର ବ୍ୟବଧାନରେ ଧୁମଧାମରେ ଜିରୋ ନାଇଟ୍ ସେଲିବ୍ରେସନ ହେବାକୁ ଯାଉଛି । ଖୁବ୍ ମଜାମସ୍ତିର ସହ ନୂଆ ବର୍ଷକୁ ସ୍ୱାଗତ କରିବା ଲାଗି ଲୋକେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।