Advertisment

ଘର ଭିତରୁ ମିଳିଲା ASIଙ୍କ ଝୁଲନ୍ତା ମୃତଦେହ

କଟକ ବାରଙ୍ଗ ଥାନା ASI ଅଶୋକ ପ୍ରଧାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। କେଉଁ କାରଣ ପାଇଁ ତାଙ୍କର ମୃତ୍ୟୁ ହେଲା ତାହା ଜଣାପଡ଼ିନି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Baranga Police ASI Deadbody Found Hanging

Baranga Police ASI Deadbody Found Hanging

ମିଳିଲା ASIଙ୍କ ଝୁଲନ୍ତା ମୃତଦେହ। କଟକ ବାରଙ୍ଗ ଥାନା ASI ଅଶୋକ ପ୍ରଧାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।  କଟକ ନନ୍ଦନକାନନ ସ୍ଥିତ ପଦାସାହି ଘରୁ ଅଶୋକଙ୍କ ମୃତଦେହ ଉଦ୍ଧାର କରାଯାଇଛି। 

Advertisment

କେଉଁ କାରଣ ପାଇଁ ତାଙ୍କର ମୃତ୍ୟୁ ହେଲା ତାହା ଜଣାପଡ଼ିନି। ସେ ଆତ୍ମହତ୍ୟା କରିଛନ୍ତି ନା ଆଉ କିଛି ତାହା ଜଣାପଡ଼ିନି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏନେଇ ତଦନ୍ତ ଚାଲିଛି। ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଡ୍ୟୁଟି ସାରି ଅଶୋକ ଘରକୁ ଯାଇଥିଲେ। ଘରେ ପରିବାର ସହ ସେ ରାତିରେ ଥିଲେ। ହେଲେ ଆଜି ସକାଳେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳିଥିଲା। ତେଣୁ ASIଙ୍କ ମୃତ୍ୟୁକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। 

Advertisment
Deadbody Found Hanging
Advertisment
Advertisment