• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜ୍ୟରେ ପୁଣି ବଢିଲା ଶୀତର ପ୍ରକୋପ । ଉତ୍ତରା ପବନ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶା ର କିଛି ସ୍ଥାନରେ ତାପମାତ୍ରା ୩ରୁ ୪ ଡିଗ୍ରୀ ଖସିଛି । ଆସନ୍ତା ୪/୫ ଦିନ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଏହା ସହ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟମ ଧରଣର କୁହୁଡିର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଚଳିତ ଶୀତ ଋତୁରେ ପ୍ରଥମଥର ପାଇଁ ଜି.ଉଦୟଗିରିରେ ପାରଦ ୫ ଡିଗ୍ରୀକୁ ଖସିଛି ସେଇଭଳି କୋରାପୁଟ ସେମିଳିଗୁଡ଼ାରେ ୭ ଡିଗ୍ରୀ, କେନ୍ଦୁଝର ୭.୬ ଡିଗ୍ରୀ ଓ ଫୁଲବାଣୀରେ ୮ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଯାଇଛି ।  

ଅଧିକ ପଢ଼ନ୍ତୁ: ଓଃ କି ଥଣ୍ତା..ରାଜ୍ୟରେ ଆହୁରି ଖସିବ ପାରଦ

ସେପଟେ କେନ୍ଦୁଝର ଜିଲ୍ଲା କୁ ଶନିବାର ଠାରୁ ଅଚାନକ ଥଣ୍ଡା ପଡିଥିବାବେଳେ ସୋମବାର ତାପମାତ୍ରା ୭.୬ ଡିଗ୍ରୀ ଛୁଇଁଥିଲା । ସେହିପରି କେନ୍ଦୁଝର ଜିଲ୍ଲାର ଦାର୍ଜିଲିଂ ଭାବେ ପରିଚିତ କାଞ୍ଜିପାଣି ଏବଂ ଅଭ୍ୟନ୍ତରିରୀଣ ଅଞ୍ଚଳରେ ସହରର ତାପମାତ୍ରା ଠାରୁ ୨/୩ ଡିଗ୍ରୀ ରହିଛି । ଆଗକୁ ତାପମାତ୍ରା ଆହୁରି କମିପାରେ ବୋଲି ଆକଳନ କରାଯାଉଛି । ପ୍ରବଳ ଥଣ୍ଡାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭ୍ୟନ୍ତରୀନ ଅଞ୍ଚଳରେ ଲୋକଙ୍କର ସମସ୍ୟା ପ୍ରତି ସଜାଗ ରହିବାକୁ କୁହାଯାଇଛି।