Advertisment

ସ୍ୱାମୀ ଚାଲିଯାଇଥିଲେ, ଏବେ ପୁଅ ଚାଲିଗଲା ! କେମିତି ଜଣେ ମା’ ନିଜକୁ ସମ୍ଭାଳିବ

ସ୍ୱାମୀ ଚାଲିଯାଇଥିଲେ, ଏବେ ପୁଅ ଚାଲିଗଲା । ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ କାର୍‌ ଦୁର୍ଘଟଣାରେ ଜୀବନ ହରାଇଥିବା ଯୁବକଙ୍କ କୁନି ପୁଅ ବି ଏବେ ଅଫେରା ଦୁନିଆରେ . . .

author-image
Prangyan Parimita
ଅଦ୍ୟତନ ହୋଇଛି
Tragic Story

tragic story

ବାପା ଯିବାର ମାସେ ପୂରିନି ଚାଲିଗଲା ପୁଅ । ଏକ ମାସରେ ସ୍ୱାମୀ-ପୁଅକୁ ହରାଇ ଭୋ ଭୋ କାନ୍ଦୁଛନ୍ତି ମହିଳା । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ଫାଟିଯିବ, ଆଉ ଆଖିରୁ ଝରିପଡିବ ଲୁହ । ଆମ୍ବୁଲାନ୍ସ ଭିତରେ ପୁଅର ମୃତ ଶରୀରକୁ ଧରି ରଡ଼ି କରି କାନ୍ଦୁଛି ମା । ହେଲେ ଯେତେ ଡାକିଲେ କିନ୍ତୁ ପୁଅ ଉଠୁନି । ଏବେ ଉଠୁନି କି କେବେ ଉଠିବନି । ଭଗବାନ ବେଳେ ବେଳେ ଏମିତି ନିଷ୍ଠୁର ହୁଅନ୍ତି ଯେ ତାହାକୁ ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ ।

Advertisment

ଆଠଗଡ ରାଜନଗର ଗାଁରେ ଏଭଳି ଘଟଣା ସମସ୍ତଙ୍କୁ ବ୍ୟଥିତ କରୁଛି । ମାସେ ତଳେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ କାର୍‌ ଦୁର୍ଘଟଣାରେ ସୁକାନ୍ତ ବେହେରାଙ୍କ ମୃତ୍ୟୁ ହୋଇଥିଲା । ଆଉ ସୁକାନ୍ତଙ୍କ ମୃତ୍ୟୁ ହେବା ପରେ ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହୋଇଥିଲା । ରୋଜଗାରିଆ ପୁଅକୁ ହରାଇ ସୁକାନ୍ତଙ୍କ ବାପା, ମା ,ସ୍ତ୍ରୀଙ୍କ ସମେତ ପରିବାର ଲୋକେ ଭାଙ୍ଗି ପଡିଥିଲେ। ହେଲେ ଏତିକି ଦୁଃଖ ଦେଇ ଦଇବ ବୋଧହୁଏ ଶାନ୍ତି ହେଲେନି, ଯେ ପୁଣି ଥରେ ସୁକାନ୍ତଙ୍କ ପରିବାର ଉପରକୁ ମାଡ଼ି ଆସିଲା ଦୁଃଖର କଳାବାଦଲ। ସୁକାନ୍ତଙ୍କ ୨ ବର୍ଷର ପୁଅ ଘରେ ଖେଳୁଥିବା ବେଳେ ପେଜରେ ପଡ଼ିଯାଇଥିଲା । ପଡି ୧୦ ଦିନ ଧରି କଟକ ଡାକ୍ତରଖାନାରେ ଚିକିତ୍ସିତ ବି ହେଉଥିଲା ।

ଅଧିକ ପଢ଼ନ୍ତୁ: କାନ୍ଦି କାନ୍ଦି ନୟାନ୍ତ, କେମିତି ଚଳିବେ ? ସ୍ୱାମୀ ଚାଲିଗଲେ, ପୁଅ-ଝିଅ଼-ଶାଶୁଙ୍କ କଥା ବୁଝିବ କିଏ ?

Advertisment

ହେଲେ ୧୦ ଦିନର ଚିକିତ୍ସା ପରେ ଏବେ ଆଖି ବୁଜିଛି କୁନି ପୁଅ । ଆଉ ପୁଅର ଦେହାନ୍ତ ହେବା ପରେ ଏବେ ଦୁଃଖରେ ଭାଙ୍ଗିପଡିଛି ପୂରା ପରିବାର...ସତରେ ଗୋଟିଏ ମାସରେ ଗୋଟିଏ ପରିବାରର ୨ ଜଣ ଚାଲିଯିବା ପରେ ପରିବାର ଓ ସମ୍ପର୍କୀୟଙ୍କୁ କେମିତି କଷ୍ଟ ଲାଗୁଥିବ ତାହାକୁ ବର୍ଣ୍ଣନା ସହଜ ନୁହେଁ ।

Tragic Story
Advertisment
Advertisment