Advertisment

ସାଢେ ୩ ଫୁଟ୍ ଉପରକୁ ଉଠୁଛି ୪୦ ବର୍ଷର ଶିବ ମନ୍ଦିର

ଅତ୍ୟାଧୁନିକ ଜ୍ଞାନକୌଶଳରେ ଉଚ୍ଚତାକୁ ଉଠୁଛି ମନ୍ଦିର। କଟକ ସହରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମନ୍ଦିର ସୁରକ୍ଷା ଲାଗି ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି।

author-image
Rajalaxmi Sahoo
Temple Lifting With Jacks

Temple Lifting With Jacks

କଟକ ସହରରେ ଜଳବନ୍ଦୀ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଛି। ଅସରାଏ ବର୍ଷା ହେବା କ୍ଷଣି କାହା ଘରେ ପାଣି ପଶିଲାଣି ତ ଆଉ କେଉଁଠି ରାସ୍ତା ଉପରେ ପାଣିର ଲହଡ଼ି ଭାଙ୍ଗିଥାଏ। ଏପରିକି ତଳିଆ ଅଞ୍ଚଳରେ ଥିବା ମନ୍ଦିର ଗୁଡ଼ିକରେ ମଧ୍ୟ ପାଣି ପଶି ଯାଇଥାଏ। ତେଣୁ ଏଥିରୁ ବର୍ତ୍ତିବା ପାଇଁ କେଉଁଠି ଘରର ଉଚ୍ଚତାକୁ ବୃଦ୍ଧି କରାଯାଉଛି ତ ଆଉ କେଉଁଠି ତଳିଆ ଅଞ୍ଚଳରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ଉଚ୍ଚତାକୁ ଉଠୁଛି ମନ୍ଦିର। କଟକ ସହରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମନ୍ଦିର ସୁରକ୍ଷା ଲାଗି ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି।

Advertisment

ସୂଚନା ଅନୁସାରେ, କଟକ ଫ୍ରେଣ୍ଟସ୍‌ କଲୋନୀର ଥିବା ୪୦ ବର୍ଷର ପୁରୁଣା ସର୍ପେଶ୍ୱର ଶିବ ମନ୍ଦିରକୁ ଅତ୍ୟାଧୁନିକ ଟେକ୍ନୋଲୋଜି ସହାୟତାରେ ଶତାଧିକ ଜଗ୍ ଲଗାଯାଇ ସାଢେ ୩ ଫୁଟ୍ ଉଚ୍ଚକୁ ଉଠାଯାଉଛି। ବର୍ଷା ହେଲେ ମନ୍ଦିର ଭିତରେ ପାଣି ପଶୁଥିଲା ପାଣି। ତେଣୁ ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି। ଉତ୍ତର ପ୍ରଦେଶର ଏକ ସଂସ୍ଥା ଏହି କାମ କରୁଛି।

ଗତ ନଭେମ୍ବର ୨୨ ତାରିଖରୁ କାମ ଆରମ୍ଭ ହୋଇଥିବା ବେଳେ ଏବେ ଜୋର୍‌ଦାର୍‌ କାମ ଆଗେଇ ଚାଲିଛି। ପୂର୍ବରୁ ଏଭଳି ଟେକ୍ନୋଲୋଜି ସହାୟତାରେ ଲୋକେ ବଡ଼ ବଡ଼ ଅଟ୍ଟାଳିକାକୁ ମଧ୍ୟ ଉଠାଥଥିବା ଘଟଣା ସାମ୍ନାକୁ ଆସିଛି।  

Advertisment
Advertisment
Advertisment