ଟିପ ଚିହ୍ନ ଦେଇ E-KYC ଅପଡେଟ୍ ନକଲେ ରାସନ କାର୍ଡରୁ କଟିବ ନାଁ । ରାଜ୍ୟରେ ରହିଥିବା ପ୍ରାୟ ୨୫ ଲକ୍ଷ ଭୂତ ହିତାଧିକାରୀ ଚିହ୍ନଟ ପାଇଁ ସରକାରଙ୍କ ପକ୍ଷରୁ ଚାଲିଛି ଇ-କେୱାଇସି ଅପଡେଟ୍ ପ୍ରକ୍ରିୟା ।
ବାଲେଶ୍ବରରେ ବଢି ଚାଲିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଚାରି ମାସରେ ୧୦୨ ଜଣ ରୋଗୀ ଚିହ୍ନଟ ହେଲେଣି । ବାଲେଶ୍ୱର ଡାକ୍ତରଖାନାରେ ଚିକିତ୍ସା ଅବ୍ୟବସ୍ଥା ନେଇ ଅସନ୍ତୋଷ ଦେଖାଦେଇଛି ।
ଗାଙ୍ଗେୟ୍ ଉପତ୍ୟକା ଓ ପଶ୍ଚିମବଙ୍ଗ ଉପକୂଳରେ ୱେଲ୍ ମାର୍କଡ ଲୋ ପ୍ରେସର । ରାଜ୍ୟରେ ଜାରି ରହିଛି ହାଲୁକାରୁ ମଧ୍ୟମ ଧରଣର ବର୍ଷା । ଆସନ୍ତା ୨୯ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ ।
କଟକରୁ ବାଲେଶ୍ୱର, ବ୍ରହ୍ମପୁରରୁ ରାଉରକେଲା । ଜନ୍ମାଷ୍ଟମୀ ପାଇଁ ସବୁ ମନ୍ଦିରରେ ଭକ୍ତିମୟ ପରିବେଶ। ଏସବୁ ଭିତରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ରାଧା କୃଷ୍ଣବେଶୀ ପିଲାଙ୍କ ଅଭିନୟ।
ସାରା ଦେଶରେ ହସ୍ପିଟାଲ ଗୁଡ଼ିକରେ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ରାତିରେ କାମ କରୁଥିବା ହସ୍ପିଟାଲର ମହିଳା କର୍ମଚାରୀ, ଡାକ୍ତର, ଏମିତିକି ରୋଗୀ ଓ ତାଙ୍କ ସମ୍ପର୍କୀୟ କେତେ ସୁରକ୍ଷିତ ?
ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୪ ଶହ ଟପିଲା । ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି ।
ସାମାନ୍ୟ ବର୍ଷାରେ ବେହାଲ ହେଲା ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ମାତ୍ର ଅଧା ଘଣ୍ଟା ବର୍ଷା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରେ ଲହଡ଼ି ଖେଳିଲା ପାଣି ।
ଭଞ୍ଜନଗର ବଡ଼ଗଡ଼ ଥାନା ଗୋକୁଳପୁର, କେନ୍ଦ୍ରାପଡା ସଦର ଥାନା ଆୟବା ଗାଁରେ ବି ଜୀବନ ନେଇଛି ବଜ୍ରପାତ। ତେବେ ସମ୍ବଲପୁର ଶାସନ ଥାନା ଡବଲା ଗାଁରେ ଏବଂ ଭଦ୍ରକ ବାସୁଦେବପୁର ଚୂଡ଼ାମଣି ଗାଁରେ ବଜ୍ରାଘାତରେ ୨ ଗୁରୁତର ହୋଇପଡ଼ିଛନ୍ତି।
୪୮ ହଜାର କ୍ବିଣ୍ଟାଲ ଆଳୁ ଅଣାଯିବା ନେଇ ଯୋଗାଣ ମନ୍ତ୍ରୀଙ୍କ ସୂଚନା । ଆଳୁ ପରେ ତାତିଲାଣି ପିଆଜ ବଜାର ।
ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଭୋଗପୁର ଗାଁରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଜଣକ ହେଉଛନ୍ତି ନଳିନୀପ୍ରଭା ପୃଷ୍ଟି l
ଉତ୍ତର ବଙ୍ଗୋପସାଗର ଓ ଆଖପାଖରେ ସକ୍ରିୟ ରହିଛି ଲଘୁଚାପ । ଆଗାମୀ ୨ ଦିନ ଭିତରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ୱେଲମାର୍କଡ ଲୋ ପ୍ରେସରର ରୂପ ନେବାପରେ ବାଂଲାଦେଶ ଉପକୂଳ ମୁହାଁ ହେବ ।
ଅଙ୍ଗଦାନ କରି ୩ ଜଣଙ୍କ ଜୀବନ ବଞ୍ଚାଇଲା ୧୯ ମାସର ଶିଶୁ । ମହତ କାମ ପାଇଁ ଆଜି ବାପା ମା'ଙ୍କୁ ସାଲ୍ୟୁଟ୍ କରୁଛି ସମାଜ ।
ସରକାରୀ ଅର୍ଥ ହେରଫେର ଅଭିଯୋଗରେ ବାଲେଶ୍ବର ନୀଳଗିରି ଡେପୁଟି କଲେକ୍ଟରଙ୍କ ଘରେ ରେଡ୍। କୋଟିଏ ଟଙ୍କାର ଅର୍ଥ ହଡ଼ପ ଅଭିଯୋଗରେ ଡେପୁଟି କଲେକ୍ଟର ପରିକ୍ଷିତ ଜେନାଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ।
ଆଜି ଶୁଖିଲା ରହିବ ପାଗ, ତେବେ କାଲି ପୁଣି ବଢ଼ିବ ବର୍ଷା। ଆସନ୍ତାକାଲି ପାଇଁ ୧୮ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।
ବାଂଲାଦେଶରେ ରାଜନୈତିକ ଅସ୍ଥିରତା ପରେ, ଭାରତ ଭିତରକୁ ବଢ଼ିଛି ଅନୁପ୍ରବେଶ ଆଶଙ୍କା । ସ୍ଥଳପଥ ଅପେକ୍ଷା ଜଳପଥ ସହଜ ଅନୁପ୍ରବେଶର ମାଧ୍ୟମ ହୋଇଥିବାରୁ, ବାଂଲା ଅନୁପ୍ରବେଶକାରୀଙ୍କ ଟାର୍ଗେଟରେ ଓଡ଼ିଶା।
ଓଡ଼ିଶା ସହ ପଶ୍ଚିମବଙ୍ଗରେ ଏବେ ଯାଏଁ ୮୫ଟି ପ୍ଲଟ ଠାବ ହେଲାଣି । ତା ଭିତରୁ କେବଳ ଜଳେଶ୍ବରରେ ୮୦ଟି ପ୍ଲଟ୍ ରହିଛି ।
ମଥାନୀ ଠାରେ ବିପଦ ସଂକେତ ୫.୫୦ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୨୨ ମିଟରରେ ପ୍ରବାହିତ ହେଉଛି ।
ରାଜ୍ୟରେ ଲାଗିରହିଛି ବର୍ଷା। ଆଜି ୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲା ହେଉଛି, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁର।
ଆସନ୍ତା ୩୧ ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।
୩ ପର୍ଯ୍ୟନ୍ତ ଉତ୍ତର, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ୩୧ରୁ ୨ ଯାଏଁ ଛତିଶଗଡ଼ରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।
ବାଲେଶ୍ୱର ଜିଲ୍ଲା ସୋର ବ୍ଲକର ରଘୁନାଥ ଜେନାଙ୍କ ଝିଅ ହେଉଛନ୍ତି ପରୀ ଜେନା । ସେ ଏବେ ନବମ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ଏତେ ଛୋଟ ବୟସରେ ରେଳ ବିଭାଗକୁ ପରୀ ଏକ ନୂଆ ସନ୍ଦେଶ ଦେଇଛନ୍ତି l
ଆହୁରି ୩ ଦିନ ଏପରି ବର୍ଷା ଜାରି ରହିବ। କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ କେଉଁଠି ପ୍ରବଳ ବର୍ଷିପାରେ।
ବାଲେଶ୍ୱର ଜିଲ୍ଲା ସୋର ତଳନଗର ଏନ୍ଏଚ୍ରେ ଯୁବକଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ। ୨ ଜଣଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ।
ମାତୃହନ୍ତା ପାଲଟିଲା ପୁଅ । ମାଆର ତଣ୍ଟି ଚିପି ପୁଅ ମାରି ଦେଇଥିବା ଅଭିଯୋଗ । ବାଲେଶ୍ବର ଜିଲ୍ଲା ତାଳପଦା ଗାଁରେ ଅଭାବନୀୟ ଘଟଣା
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପରେ ମୁମ୍ବାଇରୁ ଆସିଲା ଓଡ଼ିଆ ଶ୍ରମିକଙ୍କ ମରଶରୀର । ମୃତ ଶ୍ରମିକଙ୍କ ପତ୍ନୀ ଓ ଝିଅଙ୍କ ସହିତ ଫୋନରେ କଥାହେଲେ ମୁଖ୍ୟମନ୍ତ୍ରୀ । ସମବେଦନା ଜଣାଇବା ସହ ଝିଅର ପାଠପଢ଼ାରେ ସହଯୋଗ ପାଇଁ ଦେଲେ ଭରସା ।