ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୂଚନା ଦେଇଛନ୍ତି ଓଡ଼ିଶା ନିର୍ବାଚନୀ ପ୍ରଭାରୀ ବିଜୟପାଲ ସିଂ ତୋମାର । ମୋଦି କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।
ରେମୁଣା ବାଲିପାଳ ହାଟ ପଡ଼ିଆରେ ମହିଳା ସମାବେଶକୁ ସମ୍ବୋଧନ । ମହିଳାଙ୍କୁ ସୁଭଦ୍ରା ଯୋଜନାରେ ମିଳିବ ୫୦ ହଜାର ଟଙ୍କା କହିଲେ ଅଶ୍ବିନୀ ବୈଷ୍ଣବ ।
ଆସୁଛି ଲଘୁଚାପ । ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଏହି ସମୟରେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ।
ଚର୍ଚ୍ଚାରେ ବିଜେପିର ଟପ୍ ଫାଇପ୍ ଲିଡରଙ୍କ ମିଳିତ ମାରାଥନ୍ କ୍ୟାମ୍ପେନ୍ । କିଛି ଦିନ ତଳେ ପ୍ରେସମିଟ କରି ଏକା ସାଙ୍ଗରେ ସରକାରଙ୍କ ଉପରେ ବର୍ଷିଥିଲେ ମନମୋହନ, ବୈଜୟନ୍ତ, ଧର୍ମେନ୍ଦ୍ର, ଅପରାଜିତା ଆଉ ପ୍ରତାପ ଷଡଙ୍ଗୀ ।
ଗ୍ରୀଷ୍ମ ତାତି ସାଙ୍ଗକୁ । ଏବେ ନିର୍ବାଚନ ବେଳେ ଲୋକଙ୍କ ପାଣି ସମସ୍ୟା ବଡ଼ ମୁଦ୍ଦା ପାଲଟିଛି । ବାଲେଶ୍ୱର ସଦର ବ୍ଲକ ମିରିଗୀମୁଣ୍ଡି ଗାଁର ଲୋକେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ।
ବୈଜୟନ୍ତ କହିଛନ୍ତି ଓଡ଼ିଶାରେ ଏବେ ୨ ଜଣ ଏକାଠି ବୁଲୁଥିବା ଦେଖାଯାଉଛି । ୨ ଜଣ ବୁଲି ବୁଲି କମେଡ଼ି ଭିଡିଓ ଛାଡ଼ୁଛନ୍ତି । ଲୁଚିଛପି ଭିଡିଓ ତିଆରି କରି ମଝିରେ ମଝିରେ ଛାଡ଼ୁଛନ୍ତି । ଏଆଇ, ଡିପଫେକ୍ ଭିଡିଓ କଥା କହିବାରୁ ଲୁଚିଛପି ଭିଡିଓ ଚାଲିଛି ବୋଲି ସେ କଟାକ୍ଷ କରିଛନ୍ତି ।
୫ ହେଭିୱେଟ୍ ବାଲେଶ୍ୱରରେ ରୋଡ୍ ସୋ’ କରିଛନ୍ତି । ବିଜେପିର ଶକ୍ତି ପ୍ରଦର୍ଶନ କରିଛନ୍ତି ୫ ହେଭିୱେଟ୍।
ଗତକାଲି ରାତିରେ ରେମୁଣା ବ୍ଲକ ଗଡିଆମାଳ ଅଞ୍ଚଳରେ ଥିବା ଏକ ଚିଙ୍ଗୁଡ଼ି କମ୍ପାନୀରେ ବିଷାକ୍ତ ଗ୍ୟାସ ଲିକ ହୋଇ ବହୁ କର୍ମଚାରୀ ଅସୁସ୍ଥ ହୋଇଥିଲେ । ସେଥିରୁ ୧୮ ଜଣ ମହିଳା ଓ ଯୁବତୀ ନୀଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ ।
ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ବ୍ୟବହୃତ ବିଷାକ୍ତ ଗ୍ୟାସ ଲିକରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି।
ବାଲେଶ୍ୱର NOCCI ହଲରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେବେ ଓମ୍ ବିର୍ଲା। ପରେ ସମ୍ବଲପୁର ଯିବେ।
ଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ କରିଥିଲେ। SSTକୁ ଆବଶ୍ୟକୀୟ କାଗଜ ପତ୍ର ଦେଖାଇ ନପାରିବାରୁ ଗାଡ଼ିଟିକୁ ଜଳେଶ୍ୱର ପୁଲିସକୁ ହସ୍ତାନ୍ତର କରିଥିଲେ।
ପୂରା ଓଡ଼ିଶାରେ କିଏ କେଉଁ ଦଳରୁ ପ୍ରାର୍ଥୀ ହୋଇଛନ୍ତି ତାହା ଜାଣିବାକୁ ଅନେକଙ୍କ ଆଗ୍ରହ ଥାଏ। ଆପଣ ଯଦି ଓଡ଼ିଶାର ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କୁ ଜାଣିବାକୁ ଚାହୁଁଛନ୍ତି ତେବେ ଦେଖନ୍ତୁ।
ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଯୋଗୁ ତାତିରୁ ମିଳିଛି ଆଶ୍ୱସ୍ତି । ହେଲେ ଗତକାଲି ବିଳମ୍ବିତ ରାତିରେ ଏହି କାଳବୈଶାଖୀ ବର୍ଷା ଟ୍ୱିନ୍ ସିଟିକୁ ଅସ୍ତବ୍ୟସ୍ତ କରିପକାଇଛି । ହଠାତ କିଛି ସମୟ ପାଇଁ ଘଡଘଡ଼ି ବିଜୁ ସହ ପ୍ରବଳ ବର୍ଷା ହୋଇଥିଲା ।
ରାଜନୀତିର ଛକାପଞ୍ଝା ଭିତରେ ସରଗରମ ପ୍ରଚାର। କାହାକୁ ନେତା ବାଛିବେ ଜନତା ? କାହାର ମୁଦ୍ଦା ବଦାଳାଇବ ଲୋକଙ୍କ ମୁଡ୍ ? ରୋଚକ ସ୍ଥିତିରେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ରାଜନୀତି ।
ଗାଁ ଗହଳି, ସହର ବଜାର ସବୁଠି ଏବେ ଗୋଟିଏ ଚର୍ଚ୍ଚା...। ଆସିଯାଇଛି ନିର୍ବାଚନ...ଭାରତୀୟ ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ । କାହା ହାତକୁ ଯିବ ଶାସନ ଭାର...କିଏ ହେବେ ଆପଣଙ୍କ ସୁଖ ଦୁଃଖର ସାଥୀ। ଓଡ଼ିଶାରେ କେବେ ଆଉ କେଉଁଠି ହେଉଛି ନିର୍ବାଚନ। ଆପଣଙ୍କ ଅଞ୍ଚଳରେ କେବେ ହେଉଛି ଭୋଟ୍। ଏସବୁର ଟିକିନିଖି ଖବର ଜାଣିବାକୁ ପଢ଼ନ୍ତୁ...
ରାଜ୍ୟରେ ବଦଳିଛି ପାଗର ମିଜାଜ୍ । ଆଶ୍ୱସ୍ତି ଆଣିଛି କାଳବୈଶାଖୀ ବର୍ଷା । ଆଗାମୀ ୩ ରୁ ୪ ଦିନ ଯାଏ କାଳବୈଶାଖୀ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ଓ ଆସନ୍ତାକାଲି ପାଇଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
୨୧ଦିନପରେ ବଦଳିଲା ପାଗ । ଅସହ୍ୟ ଖରା ଓ ତାତିରୁ ମିଳିଲା ଆଶ୍ୱସ୍ତି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ ବର୍ଷା ହେଉଛି ।
ଆଜି ଅପରାହ୍ମ ସାଢ଼େ ଦୁଇଟି ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ର ୪୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।
୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି। ବାରବାଟୀ-କଟକରୁ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଘସିପୁରାରୁ ଶମ୍ଭୁନାଥ ରାଉତ, ଭୋଗରାଇରୁ ଆଶିଷ ପାତ୍ର, ଭଣ୍ଡାରୀପୋଖରୀରୁ ସୁଧାଂଶୁ ନାୟକ, ବରୀରୁ ଉମେଶ ଜେନା ଓ ବେଗୁନିଆ ବିଧାନସଭା ଆସନରୁ ପ୍ରକାଶ ରଣବିଜୁଳିଙ୍କୁ ପ୍ରାର୍ଥୀ କରିଛି ବିଜେପି ।
ତେବେ ଆଗକୁ ସନ୍ତୋଷ କେଉଁ ଦଳରେ ଯୋଗ ଦେବେ ସେନେଇ ସ୍ପଷ୍ଟ କରିନାହାନ୍ତି।
ଭୀଷଣ ହେଉଛି ଗ୍ରୀଷ୍ମକୋପ । ଆକାଶରୁ ହେଉଛି ଅଗ୍ନିବର୍ଷା । ଆସନ୍ତାକାଲି ଯାଏଁ ସିଭିୟର ହିଟ୍ ୱେଭ୍ ପାଇଁ ରାଜ୍ୟ କିଛି ସ୍ଥାନରେ ରେଡ୍ ଆଲର୍ଟ ଜାରି ହୋଇଛି । ଆଜି ପାଇଁ ୧୧ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି ।
ଟାଇଁ ଟାଇଁ ଖରାରେ ସନ୍ତୁଳି ହେଉଥିବା ଲୋକଙ୍କୁ ଆଜି ବି କଲବଲ କରିବ ତାତି । ସାରା ଓଡ଼ିଶାରେ ଆଜି ବି ଉପରମୁହାଁ ହୋଇ ରହିବ ତାପମାତ୍ରା ।
ଦଳର ଚରମ ଦୁର୍ଦ୍ଦିନ ସମୟରେ ଜଳେଶ୍ୱର କଂଗ୍ରେସର ସେ ମଙ୍ଗ ଧରିଥିଲେ l ଗତ ନିର୍ବାଚନ ପରଠାରୁ ଦୀର୍ଘ ୫ ବର୍ଷ ଧରି ଦଳର ସଂଗଠନକୁ ଗଢିଥିଲେ l ଜଳେଶ୍ୱରବାସୀଙ୍କ ବିଭିନ୍ନ ସମସ୍ୟା ନେଇ ଅନେକ ସଂଗ୍ରାମ ଓ ଆନ୍ଦୋଳନ କରିଥିଲେ ।
ତତଲା କଡେଇରେ ଭାଜି ହେଲା ଭଳି ସାରା ରାଜ୍ୟ । ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପାଇଁ ଆଜି କଟକ ସହରକୁ ରେଡ ଆଲର୍ଟ ଜାରି କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
ମୟୂରଭଞ୍ଜରେ ମର୍ଡର ପ୍ଲାନ, ବାଲେଶ୍ୱରରେ ହତ୍ୟା । ଘର ଭଡ଼ାଟିଆ ହାତରେ ଗଲା ମାଲିକର ଜୀବନ । ନୀଳଗିରି ଅଞ୍ଚଳରେ ହତ୍ୟାକାଣ୍ଡ ଚାଞ୍ଚଲ୍ୟ ସୃଷ୍ଟି କରିଛି ।