Advertisment

ମାଡ଼ି ଆସୁଛି ‘ଦାନ’; ଜରୁରୀକାଳୀନ ହେଲ୍ପଲାଇନ୍‌ ଓ କଣ୍ଟ୍ରୋଲ ରୁମ୍‌ ନମ୍ବର ଜାରି କଲେ ରାଜ୍ୟ ସରକାର...

ଓଡ଼ିଶା ଉପକୂଳ ମୁହାଁ ବାତ୍ୟା ଦାନା । ସମୁଦ୍ରରୁ ବଳ ଗୋଟାଇ ଆଗକୁ ଆଗକୁ ବଢୁଛି । ବାତ୍ୟାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଜରୁରୀକାଳୀନ ହେଲ୍ପଲାଇନ ଓ କଣ୍ଟ୍ରୋଲ ରୁମ ନମ୍ବର ଜାରି କରିଛନ୍ତି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Cyclone Dana emergency helpline

Cyclone Dana emergency helpline

ଓଡ଼ିଶା ଉପକୂଳ ମୁହାଁ ବାତ୍ୟା ଦାନା । ସମୁଦ୍ରରୁ ବଳ ଗୋଟାଇ ଆଗକୁ ଆଗକୁ ବଢୁଛି । ତାପୂର୍ବରୁ ପ୍ରଭାବ ଦେଖାଇବା ଆରମ୍ଭ କଲାଣି ଦାନା। ଉପକୂଳରେ ଆରମ୍ଭ ହେଲାଣି ବର୍ଷା। ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ବର୍ଷା ଆରମ୍ଭ ହେଲାଣି। ପାରାଦୀପ, ରାଜନଗର ଓ ଧାମରା ଅଞ୍ଚଳରେ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ଝିପିଝିପି ବର୍ଷା ହେଉଛି । ବାତ୍ୟାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଜରୁରୀକାଳୀନ ହେଲ୍ପଲାଇନ ଓ କଣ୍ଟ୍ରୋଲ ରୁମ ନମ୍ବର ଜାରି କରିଛନ୍ତି । 

Advertisment

ଅଧିକ ପଢ଼ନ୍ତୁ: ବାତ୍ୟା ପାଇଁ ସବୁ ଛାନିଆ; ଜାଣନ୍ତୁ ବାତ୍ୟା ବେଳେ କ’ଣ କରିବେ, କିପରି ରହିବେ ସୁରକ୍ଷିତ...

ଜରୁରୀକାଳୀନ ହେଲ୍ପଲାଇନ୍‌ ଓ କଣ୍ଟ୍ରୋଲ ରୁମ୍‌ ନମ୍ବର...

୧. ବାଲେଶ୍ବର-କଣ୍ଟ୍ରୋଲ୍ ରୁମ୍-06782-262286, 06782-261077

୨. ମୟୂରଭଞ୍ଜ-କଣ୍ଟ୍ରୋଲ୍ ରୁମ୍-06792-252759, 06792-252941

୩.ଭଦ୍ରକ-କଣ୍ଟ୍ରୋଲ୍ ରୁମ୍-06784-251881

୪.ଯାଜପୁର-କଣ୍ଟ୍ରୋଲ୍ ରୁମ୍-06728-222648

୫.କେନ୍ଦ୍ରାପଡ଼ା-କଣ୍ଟ୍ରୋଲ୍ ରୁମ୍-06727-232803

୬.କେନ୍ଦୁଝର-କଣ୍ଟ୍ରୋଲ୍ ରୁମ୍-06766-255437

୭.ଜଗତସିଂହପୁର-କଣ୍ଟ୍ରୋଲ୍ ରୁମ୍-06724-220368

୮.କଟକ-କଣ୍ଟ୍ରୋଲ୍ ରୁମ୍-0671-2507842

୯.ଢେଙ୍କାନାଳ-କଣ୍ଟ୍ରୋଲ୍ ରୁମ୍-06762-226507, 06762-221376

୧୦.ଅନୁଗୁଳ-କଣ୍ଟ୍ରୋଲ୍ ରୁମ୍-06764-230980

୧୧.ପୁରୀ-କଣ୍ଟ୍ରୋଲ୍ ରୁମ୍-06752-223237

୧୨.ଖୋର୍ଦ୍ଧା-କଣ୍ଟ୍ରୋଲ୍ ରୁମ୍-06755-220002

୧୩.ଗଞ୍ଜାମ-କଣ୍ଟ୍ରୋଲ୍ ରୁମ୍-06811-263978

୧୪.ନୟାଗଡ଼-କଣ୍ଟ୍ରୋଲ୍ ରୁମ୍-06753-252978

ଏପଟେ ଓଡ଼ିଶା ଉପକୂଳକୁ ହିଟ୍ କରିବ ବାତ୍ୟା 'ଦାନା'। ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ସାଇକ୍ଲୋନ୍। କାଲି ରାତି ଓ ୨୫ ସକାଳେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା। ଭୀଷଣ ବାତ୍ୟା ଭାବରେ ଉପକୂଳ ଅତିକ୍ରମ କରିବ 'ଦାନା'। ଲ୍ୟାଣ୍ଡଫଲ୍ ବେଳେ ପବନ ବେଗ ରହିବ ୧୦୦-୧୨୦ କିମି । ଏବେ ବଙ୍ଗୋପସାଗରରୁ ବଳ ଗୋଟାଇ ଆଗକୁ ବଢୁଛି ବାତ୍ୟା ଦାନା। ଉତ୍ତର ପଶ୍ଚିମ ଦିଗରେ କରି କରି ଆସନ୍ତାକାଲି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ବା ଭୀଷଣ ବାତ୍ୟାରେ ପରିଣତ ହେବ ଦାନା।  ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏବେ ଆଗକୁ ବଢୁଛି ବାତ୍ୟା ଦାନା। ସମୁଦ୍ରରୁ ବଳ ଗୋଟାଇ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି। ଏବେ ବାତ୍ୟାର ଘଣ୍ଟାପ୍ରତି ବେଗ ରହିଛି ୧୫ କିଲୋମିଟର। ଦାନା ଏବେ ପାରାଦୀପ ଉପକୂଳରୁ ୫୨୦ କିମି ଦକ୍ଷିଣ ପୂର୍ବ ଓ ପଶ୍ଚିମବଙ୍ଗ ସାଗର ଦ୍ବୀପରୁ ୬୦୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି। ବାଂଲାଦେଶ ଖେପୁପରାରୁ ୬୧୦ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ରହିଛି ବାତ୍ୟା ।

Advertisment

ଅଧିକ ପଢ଼ନ୍ତୁ: ବାତ୍ୟା ମୁକାବିଲା ପ୍ରସ୍ତୁତି; ପଞ୍ଜାବରୁ ଆସିଲେ ମହିଳା NDRF ସଦସ୍ୟ

ବାତ୍ୟା ଦାନା ପ୍ରଭାବରେ ଆଜି ସନ୍ଧ୍ୟାରୁ ରାଜ୍ୟରେ ବଦଳିବ ପାଗ। ଆଜି ଉପକୂଳ ଓଡ଼ିଶାରେ ବର୍ଷା ସହ ପବନର ବେଗ ରହିବା ସମ୍ଭାବନା ରହିଛି। ୨୪ ଓ ୨୫ରେ ପ୍ରବଳ ବର୍ଷା ସହ ପବନର ବେଗ ବଢ଼ିବ। ଏବେ ଆସନ୍ତୁ ନଜର ପକାଇବା ବାତ୍ୟା ସମୟରେ କେଉଁ ଜିଲ୍ଲାରେ କେତେ ରହିବ ପବନର ବେବ। ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବରରେ ପବନର ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର ରହିପାରେ। ମୟୂରଭଞ୍ଜ ୮୦-୯୦, ପୁରୀ ଓ କଟକରେ ପବନ ବେଗ ରହିପାରେ ୬୦-୮୦ କିଲୋମିଟର। ସେହିପରି ଯାଜପୁର, ଖୋର୍ଦ୍ଧା, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲା ସମେତ ଭୁବନେଶ୍ବରରେ ପବନର ବେଗ ଘଣ୍ଟାପ୍ରତି ୬୦-୭୦ କିଲୋମିଟର ରହିବା ସମ୍ଭାବନା ରହିଛି। 

Odisha Govt Cyclone Emergency Helpline Cyclone Dana
Advertisment
Advertisment