Advertisment

New Year celebration Halts: ଏମିତି ଏକ ଗାଁ, ଯେଉଁଠି ୩୮ ବର୍ଷ ଧରି ପାଳନ ହେଉନି ନୂଆବର୍ଷ

ନୂଆବର୍ଷ ଆସିଲେ ପିକନିକ୍ ପାଇଁ ଗାଁ ବାହାରକୁ ସିନା କେହି ଯାଆନ୍ତି ନାହିଁ । ହେଲେ ଏହି ସ୍ମୃତିସ୍ଥମ୍ଭ ଠାରେ ପୂଜାର୍ଚ୍ଚନା କରି ସେମାନଙ୍କ ସ୍ମୃତିରେ ଫୁଟବଲ ଖେଳ ଅନୁଷ୍ଠିତ କରିଥାନ୍ତି। ଏହି ଘଟଣା ସମ୍ପର୍କରେ ଏବେର ପୀଢ଼ି ମନେପକାଇ ଏହି ଦିନ କେହି କୁଆଡେ ନଯିବାକୁ ପ୍ରତିଜ୍ଞା କରିଥାନ୍ତି।

author-image
Sonali Ojha
1986 accident halts New Year celebrations

1986 accident halts New Year celebrations

ପାହାଡି ଗାଁର ପଥୁରିଆ ମଣିଷର ହୃଦୟ କାନ୍ଦି ଉଠିଲା । ଯେତେବେଳେ ପିକନିକ୍ ଯାଇଥିବା ଗାଁ ପିଲାଙ୍କ ଗାଡି ବଦଳରେ ଆସିଲା ଶବର ପାହାଡ଼ । ୩୮ ବର୍ଷ ତଳର ସେ ଲୋମଟାଙ୍କୁରା ଘଟଣାକୁ ଏବେବି ଭୁଲି ନାହାନ୍ତି ଗାଁ ଲୋକେ । ନୂଆବର୍ଷ ଆସିଲେ ଏବେବି ଗାଁର କେହି ପିକନିକ୍ ଯାଆନ୍ତିନି କି ବଣଭୋଜି କରନ୍ତିନି। ନୀଳଗିରିର ଏମିତି ଏକ ଗାଁ ଯେଉଁଠି ପାଳନ ହୁଏନି ଜିରୋ ନାଇଟ୍ କି ନୂଆବର୍ଷ ଉତ୍ସବ ।

Advertisment

ନୀଳଗିରି ସହରଠୁ ଅଳ୍ପଦୂରରେ ଥିବା ଧୋବଶିଳା ଗାଁ। କୋମଳ ହୃଦୟ ଭରା ଏ ଗାଁର ପ୍ରତ୍ୟକ ଲୋକଙ୍କ ଘରେ ୩୮ ବର୍ଷ ପୂର୍ବେ ପଡିଯାଇଥିଲା ଅରାନ୍ଦବାଡ଼ । ସେଦିନ ଥିଲା ୧୯୮୬ ମସିହା ଜାନୁଆରୀ ୧ ତାରିଖ । ନୂଆବର୍ଷ ପାଳିବାକୁ ଡିସେମ୍ବର ୩୧ ରାତିରେ ଗାଁ ଲୋକେ ବସରେ ହ୍ରଦଗଡ଼ ପିକନିକ୍ ମନାଇବାକୁ ଯାଇଥିଲେ। ହେଲେ ଦୁଃଖର ବିଡମ୍ବନା ପିକନିକ୍ ସାରି ଫେରିବା ସମୟରେ ଗଣ୍ଡିବେଡ଼ ନିକଟରେ ନଈକୁ ଖସିପଡିଥିଲା ବସ୍

ଦୁର୍ଘଟଣାରେ ଗାଁର ୫ ଜଣ ପ୍ରାଣ ହରାଇଥିବା ବେଳେ କିଛି ଗୁରୁତର ମଧ୍ୟ ହୋଇଥିଲେ। ଆଉ ସେହି ଦିନଠୁ ଗାଁରେ କେହେବି ନୂଆବର୍ଷ ସେଲିବ୍ରେସନ୍ ପାଳିବାକୁ ବାହାରକୁ ଯାଆନ୍ତି ନାହିଁ । ମୃତକ ନରେନ୍ଦ୍ରନାଥ ପାହାଡ଼ସିଂଙ୍କ ସାନଭାଇ ଚକ୍ରଧର କହିଛନ୍ତି ବଡ଼ଭାଇ ଯିବାପରେ ତାଙ୍କ ଘରେ ଆଜିଯାଏ ଥରୁଟିଏ ପିକନିକ୍ କି ବଣଭୋଜି ହୋଇନାହିଁ। ମୃତକଙ୍କ ସ୍ମୃତିରେ ଗାଁ ମୁଣ୍ଡରେ ହୋଇଥିବା ଏ ସ୍ମୃତିପୀଠ ସବୁକିଛି ବୟାନ କରୁଛି ।

Advertisment

ଅଧିକ ପଢ଼ନ୍ତୁ: ଆଖି ସାମ୍ନାରେ ଜଳୁଥିଲେ ଆପଣାର ଲୋକ, ହେଲେ ପାଖକୁ ଯିବାକୁ ମିଳୁନଥିଲା ଅନୁମତି

ନୂଆବର୍ଷ ଆସିଲେ ପିକନିକ୍ ପାଇଁ ଗାଁ ବାହାରକୁ ସିନା କେହି ଯାଆନ୍ତି ନାହିଁ । ହେଲେ ଏହି ସ୍ମୃତିସ୍ଥମ୍ଭ ଠାରେ ପୂଜାର୍ଚ୍ଚନା କରି ସେମାନଙ୍କ ସ୍ମୃତିରେ ଫୁଟବଲ ଖେଳ ଅନୁଷ୍ଠିତ କରିଥାନ୍ତି। ଏହି ଘଟଣା ସମ୍ପର୍କରେ ଏବେର ପୀଢ଼ି ମନେପକାଇ ଏହି ଦିନ କେହି କୁଆଡେ ନଯିବାକୁ ପ୍ରତିଜ୍ଞା କରିଥାନ୍ତି। ଘର ଲୋକଙ୍କ ଠୁ ସେହି ହୃଦୟ ବିଦାରକ କଥା ଶୁଣି ଏବେର ପିଲା ବି ସ୍କୁଲ ପିକନିକ୍ ହେଲେ ମନାକରିବା ସହ କେଉଁଆଡେ ବାହାରକୁ ନଯିବାକୁ ଠିକ୍ ବୋଲି ମନେକରୁଛି । କିଛି ଘଟଣା ଦୁଃଖ ଦେଇଥାଏ ସତ, ହେଲେ ଏହି ଗ୍ରାମବାସୀଙ୍କ ପାଇଁ ନୂଆବର୍ଷ ଖୁସି ଯେ ସବୁଦିନ ପାଇଁ ସେମାନଙ୍କ ଓଠରୁ ହସ ଲିଭାଇଦେବ କିହି ବିଶ୍ବାସ କରିପାରୁ ନାହାଁନ୍ତି।

ଅଧିକ ପଢ଼ନ୍ତୁ:  ଉଡ଼ାଣର କିଛି ସମୟ ପରେ କ୍ରାସ୍‌ ହୋଇଗଲା ବିମାନ, ଗୋଟିଏ ପରିବାରର ୧୦ ମୃତ

New Year Balasore New Year Celebration Accident Village Picnic Bus Mishap Picnic
Advertisment
Advertisment