ବାଲେଶ୍ବରରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ସ୍ଥିତି ନିୟନ୍ତ୍ରଣ ପାଇଁ ପୂରା ସହରରେ ଲାଗୁ ହେଲା କର୍ଫ୍ୟୁ। ସମଗ୍ର ବାଲେଶ୍ବର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ହୋଇଛି ।
ଆସନ୍ତା ୨୦ ତାରିଖ ଯାଏଁ ଗଞ୍ଜାମ ଜିଲ୍ଲାରେ ସ୍କୁଲ ଛୁଟି ରହିବ। ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ନେଇ ‘ଏକ୍ସ’ରେ ଗଂଜାମ DEO ସୂଚନା ଦେଇଛନ୍ତି। ସେହିପରି ଆସନ୍ତାକାଲି ବାଲେଶ୍ବର ଜିଲ୍ଲାରେ ସବୁ ସ୍କୁଲ ଛୁଟି ରହିବ। ୧୯ ତାରିଖରୁ ସବୁ ସ୍କୁଲ ସକାଳୁଆ ଖୋଲିବାକୁ ନିର୍ଦ୍ଦେଶ ଜାରି ହୋଇଛି।
ବର୍ଷା ପୂର୍ବରୁ ଘାରିଲାଣି ଡ୍ରେନେଜ୍ ଚିନ୍ତା। ଆସୁଛି ମୌସୁମୀ ବର୍ଷା। ଚାରି ଆଡେ ବର୍ଷା ଜଳରେ ଜଳମଗ୍ନ ହେବ ସହର।
ନେତାଙ୍କ ଛାତି ଧଡ଼ଧଡ଼। ଧିରେ ଧିରେ ଖୋଲୁଛି ଇଭିଏମ୍ ପେଡି। ଫଇସଲା
ଆଜି ସକାଳେ ବୃଦ୍ଧ ଜଣଙ୍କ ଭୋଟ ଦେବାକୁ ଈଶ୍ୱରପୁର ୧୫୯ ନଂ ବୁଥକୁ ଆସିଥିଲେ। ଏହି ସମୟରେ ସେ ବୁଥରେ ଅଚେତ୍ ହୋଇ ପଡ଼ିଯାଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
୬ ଲୋକସଭା ଆସନ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ବର ଏବଂ ମୟୂରଭଂଜ ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି।
ଏହି ପର୍ଯ୍ୟାୟରେ ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୫୦ ଲକ୍ଷ ୮୮ ହଜାର ୦୭୬ ପୁରୁଷ, ୪୮ ଲକ୍ଷ ୭୨ ହଜାର ୨୯୪ ମହିଳା ତଥା ୬୮୭ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି।
ଓଡ଼ିଶାରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ବାଜିରେ ଲାଗିଛି
ଘଟଣାସ୍ଥଳରୁ ଏକ କଳା ପଲିଥିନରୁ ଜବତ ହୋଇଛି ୫୦୦ ଟଙ୍କିଆ ନୋଟ୍ ବଣ୍ଡଲ୍ । ଧଳା କାଗଜ ଉପରେ ବିଭିନ୍ନ ପଞ୍ଚାୟତର ନାଁ ବି ଲେଖା ଯାଇଛି।
ଜଳୁଛି ପଶ୍ଚିମ ଓଡ଼ିଶା । ଆକାଶରୁ ଅଗ୍ନି ବର୍ଷା ହେଉଛି । ଦିନ ସାଢ଼େ ୨ଟା ସୁଦ୍ଧା ୪୫ ଡିଗ୍ରୀ ତାତିରେ ସିଝିଲା ସମ୍ବଲପୁର । ସେଠାରେ ସର୍ବୋଚ୍ଚ ତାପମାତ୍ରା ୪୫.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।
ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ରାଜ୍ୟରେ ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ହେବ ଭୋଟ । ଭୋଟିଂ ଗ୍ରହଣ ପାଇଁ ବୁଥ ମୁହାଁ ପୋଲିଂ ପାର୍ଟି ।
ଗଞ୍ଜାମ କନିଷିରୁ ଆରମ୍ଭ କରିଥିଲେ, ଆଉ ଆଜି କେନ୍ଦ୍ରାପଡ଼ାରେ ନିର୍ବାଚନୀ ପ୍ରଚାରର ମୁଣ୍ଡି ମାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ମୋଦିଙ୍କ ବଡ଼ ବୟାନକୁ ନେଇ ହଇଚଇ । ଓଡ଼ିଶାକୁ ଚଳିତ ନିର୍ବାଚନର ଶେଷ ପ୍ରଚାରରେ ଆସି ତିନିତିନିଟି ସଭାରେ ଏହାକୁ ପ୍ରମୁଖ ପ୍ରସଙ୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ।
ବିଜେଡି ଓ ବିଜେପି ଉପରେ ବର୍ଷିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ । ରାସନ୍ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ବଣ୍ଟନ ହେଉଛି ।
ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ତିମ ପର୍ଯ୍ୟାୟ ଭୋଟ୍ ପାଇଁ ମାରାଥନ୍ ପ୍ରଚାରରେ ଆସୁଛନ୍ତି ମୋଦି । ସେ ଆଜି ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଜନସଭାକୁ ସମ୍ବୋଧନ କରିବେ ।
ଦୁଆରୁ ଲିଭିନି ବାହାଚିତା । ହେଲେ ଏପଟେ ଚିତା ଜଳିବ ବୋଲି ଏକାଠି ହେଲେଣି ମାଲଭାଇ । କାନ୍ଦବୋବାଳିରେ ଫାଟି ପଡୁଛି ଘର । ଜନ୍ମକଲା ମା’ର ଅନ୍ତର ଆତ୍ମା ଫାଟି ପଡୁଛି ।
ବାଲେଶ୍ୱର ସଦର ବିଧାନସଭା କ୍ଷେତ୍ର ପାଇଁ ବିଜେପିରୁ ମାନସ କୁମାର ଦତ୍ତ, ବିଜେଡିରୁ ସ୍ୱରୂପ ଦାସ ଓ କଂଗ୍ରେସରୁ ମୋନାଲିସା ଲେଙ୍କା ପ୍ରାର୍ଥୀ ହୋଇଛନ୍ତି ।
୨୯ ତାରିଖ ବୁଧବାର ଦିନ ପୁଣିଥରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ଓଡ଼ିଶାରେ ମୋଦିଙ୍କ ୩ଟି ସଭା ରହିଛି । ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଜନସଭାକୁ ସମ୍ବୋଧନ କରିବେ ।
ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଲା 'ରେମାଲ' । ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଲା 'ରେମାଲ' । ଆଜି ମଧ୍ୟରାତ୍ରୀରେ ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ।
ବିଜେପିର ୯୦ ପ୍ରତିଶତ ପ୍ରାର୍ଥୀ ବିଜୟୀ ହେବାର ଆକଳନ କରାଯାଉଛି ବୋଲି ଦଳ ପକ୍ଷରୁ କୁହାଯାଇଛି । ସ୍ମୃତିଙ୍କ ଗସ୍ତ ଦ୍ୱାରା ରାଜ୍ୟ ବିଜେପି ଅଧିକ ସଶକ୍ତ ହେବ ବୋଲି ଗୋଲକ ମହାପାତ୍ର କହିଛନ୍ତି।
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶାରେ ବର୍ଷା ସମ୍ଭାବନା । ଏନେଇ ସୂଚନା ଦେଲେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।
ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ରାଜ୍ୟର ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗଦେବେ ।
ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାର ରୂପ ନେବ ଓ ୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି।
ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ୨୫ ସକାଳ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ସାଇକ୍ଲୋନ । ୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେଇପାରେ । ବାଂଲାଦେଶ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ପହଞ୍ଚିବ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର ।
ଯୋଗୀ ଆଦିତ୍ୟନାଥ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଅନ୍ତର୍ଗତ ସାଲେପୁର ନିର୍ବାଚନ ମଣ୍ଡଳୀ ଓ ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ। ପ୍ରଥମେ ସାଲେପୁରର କୁଳିଆରେ ଜନସଭାକୁ ଉଦବୋଧନ ଦେବେ ଯୋଗୀ ।