/odishatv-khabar/media/post_attachments/uploadimage/library/16_9/16_9_0/IMAGE_1731562028.jpg)
Stray Dog Maul Elderly Woman to death
ଭୟଙ୍କର ଘଟଣା । ଭୋଗରାଇରେ ଘଟିଲା ଚକିତ କଲା ଭଳି ଘଟଣା । ବୃଦ୍ଧାଙ୍କୁ ଝୁଣି ଝୁଣି ମାରିଦେଲା କୁକୁର । ଘର ବାହାରେ ଏକ ପାଗଳ କୁକୁର ଏଭଳି କାଣ୍ଡ ଭିଆଇଛି । ଯାହା ଏବେ ଭୋଗରାଇରେ ଅଞ୍ଚଳରେ ଚାଞ୍ଜଲ୍ୟ ଖେଳାଇଛି । ବାଲେଶ୍ବର ଜିଲ୍ଲାର ଜୟନାରାୟଣପୁର ପଞ୍ଚାୟତ ନାରାୟଣପୁର ଗାଁରେ ଏଭଳି ଅଘଟଣ ଘଟିଛି ।
Advertisment
ଅଧିକ ପଢନ୍ତୁ: Ambulance Blast: ମଝି ରାସ୍ତାରେ ଫାଟିଲା ଆମ୍ୱୁଲାନ୍ସ ଅକ୍ସିଜେନ୍ ସିଲିଣ୍ଡର; ବର୍ତ୍ତିଗଲେ ଗର୍ଭବତୀ
ମୃତକ ହେଲେ ନାରାୟଣପୁର ଗାଁର ବାସନ୍ତୀ ସାହୁ । ସେ ଘର ବାହାରେ ବସିଥିବା ବେଳେ, ପାଗଳ କୁକୁର ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ଜୀବନ ଯାଇଛି । ଅନ୍ୟପଟେ ଆତଙ୍କ ଖେଳାଇଥିବା ପାଗଳ କୁକୁରକୁ ପିଟି ପିଟି ମାରି ଦେଇଛନ୍ତି ଗ୍ରାମବାସୀ । ମୃତକଙ୍କ ପରିବାର ଲୋକଙ୍କୁ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)