/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733491314.jpg)
Daughter-in-Law
ମାଣବସା ଗୁରୁବାରରେ ଶାଶୁ ଘରୁ ମିଳିଥିଲା ବୋହୂର ମୃତଦେହ । ପାରିବାରିକ କଳହରୁ ହତ୍ୟା ହୋଇଥିବା ସୂଚନା । ଗତ ଗୁରୁବାର ଦିନ ମାଣବସାରେ ବୋହୂକୁ ମାରିଦେଲେ । ଜଳେଶ୍ୱର ଭୋଗରାଇରେ ଘଟିଛି ଏପରି ଘଟଣା । ମୃତ ବୋହୂର ଶବକୁ ହସ୍ପିଟାଲ୍ରୁ ଧରି ଫେରାର୍ ହେବାକୁ ଚେଷ୍ଟା କରୁଥିଲେ ସ୍ୱାମୀ! ଠିକ୍ ଏହି ସମୟରେ ଗାଡ଼ି ଆଗରେ ଶୋଇ ପଡ଼ିଥିଲେ ମାଆ ଓ ପିଉସା । ଏହା ଗତକାଲିର ଘଟଣା ।
ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ହରିପୁର ଗାଁର ସୁରତ ମାହାନାଙ୍କ ବୋହୂ ସସ୍ମିତା ମାହାନାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ଏନେଇ ଝିଅର ମାଆ ଶାଶୁଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ । ତେବେ ଗତକାଲି ବନ୍ଦ କୋଠରୀରୁ ବୋହୂର ସନ୍ଦେହଜନକ ଭାବରେ ମୃତଦେହ ଉଦ୍ଧାର ପରେ ଆଜି ଶବ ବ୍ୟବଚ୍ଛେଦ କରାଯାଇଥିଲା ।
ଅଧିକ ପଢନ୍ତୁ:୭୦ ହଜାରରେ ମେଡିକାଲ ଡିଗ୍ରୀ, ବନ୍ଧାହେଲେ ୧୪ ନକଲି ଡାକ୍ତର
ଏହା ପରେ ଦେଖିବାକୁ ମିଳିଥିଲା ଅତ୍ୟନ୍ତ ହୃଦୟ ବିଦାରକ ଦୃଶ୍ୟ । ଆଜି ଶାଶୁ ଘର ଦାଣ୍ଡରେ ଦଳିଛି ବୋହୂର ଜୁଇ । ଏହି ଘଟଣାରେ ଗତକାଲି ସ୍ୱାମୀ ଗିରଫ ହୋଇଥିଲା ବେଳେ ଶାଶୁ ଶ୍ୱଶୁର ଏବଂ ପରିବାର ଲୋକେ ଘରେ ତାଲା ମାରି ଫେରାର ହୋଇଯାଇଥିବା ଜଣାପଡ଼ିଛି । ମୃତକଙ୍କ ବାପଘର ଲୋକଙ୍କ ପକ୍ଷରୁ ଶବକୁ ଶାଶୁ ଘର ଆଗରେ ସତ୍କାର କରାଯାଇଛି ।
ହରିପୁର ଗ୍ରାମର ସୁରତ ମାହାନାଙ୍କ ପୁଅ ରାମକୃଷ୍ଣଙ୍କ ସହ ସସ୍ମିତାଙ୍କର ଗତ ତିନି ବର୍ଷ ପୂର୍ବରୁ ବିବାହ ହୋଇଥିଲା । ତେବେ ବିବାହ ପରେ ବିଭିନ୍ନ କାରଣରୁ ବିଭିନ୍ନ ସମୟରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା । ଗତକାଲି ସକାଳେ କୌଣସି କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବା ପରେ ବନ୍ଦ କୋଠରୀ ଭିତରୁ ସନ୍ଦେହଜନକ ଭାବରେ ସସ୍ମିତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା ।
ଗତକାଲି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲରେ ପହଁଚିବା ପରେ ପୋଲିସ ଏବଂ ମୃତକଙ୍କ ସମ୍ପକୀୟ ମୁଁହାମୁଁହି ହୋଇଥିଲେ । ଅନ୍ୟପଟେ ଝିଅକୁ ହତ୍ୟା କରାଯାଇଥିବା ନେଇ ତାଙ୍କର ମାଆ ଗତକାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାରେ ସ୍ୱାମୀଙ୍କୁ ପୋଲିସ ଗିରଫ କରିନେଇଥିବା ବେଳେ ମୃତକଙ୍କ ପରିବାର ଲୋକେ ଶବକୁ ନେଇ ଶାଶୁ ଘର ଆଗରେ ପୋଡି ଦେଇଛନ୍ତି ।
ପୋଲିସ ଘଟଣା ତଦନ୍ତ ଆରମ୍ଭ କରିଛି । ସେପଟେ ଝିଅକୁ ନ୍ୟାୟ ପ୍ରଦାନ ସହ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ମୃତ ସସ୍ମିତାଙ୍କ ବାପ ଘର ଲୋକେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)