Advertisment

Kartik Purnima: କାର୍ତ୍ତିକ ପୂର୍ଣ୍ଣିମାରେ ରାଜାରାଜେଶ୍ୱର ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

ଜଗା ସହ ମାସକର ଭାବ ତୁଟାଇ ଫେରିଲେ ହବିଷ୍ୟାଳି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

ରାଜାରାଜେଶ୍ବର ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ ଜଗା ସହ ମାସକର ଭାବ ତୁଟାଇ ଫେରିଲେ ହବିଷ୍ୟାଳି

ଆଜି କାର୍ତ୍ତିକ ପୂର୍ଣ୍ଣିମା। ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ସ୍ମୃତିଚାରଣ କରି ବେଶ୍ ଧୂମଧାମରେ ପାଳନ ହୋଇଛି ବୋଇତ ବନ୍ଦାଣ। ଏହି କ୍ରମରେ ପାରାଦୀପ ବନ୍ଦରରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କେମିତି ରାଜ୍ୟ ବିକାଶର ମୁଖଶାଳା ପାଲଟିଛି ପାରାଦୀପ, ତା’ଉପରେ ଆଲୋକପାତ କରିଥିଲେ।

Advertisment

ଆ... କା... ମା... ବୈ...ପାନଗୁଆ ଥୋଇ...ପାନ ଗୁଆ ତୋର... ମାସକ ଧରମ ମୋର...

ଏହି ଧ୍ୱନୀ ସହ ଗୁଞ୍ଜରିତ ହୋଇଛି ଜଳାଶୟ.. ଶଙ୍ଖ ଆଉ ହରିବୋଲ ଧ୍ୱନୀରେ ପ୍ରକମ୍ପିତ ହୋଇଛି ଚତୁର୍ଦ୍ଦିଗ। ଶ୍ରୀକ୍ଷେତ୍ରର ମହୋଦଧୀରୁ କଟକ ମହାନଦୀ ଯାଏଁ, ଭୁବନେଶ୍ୱରର ବିନ୍ଦୁ ସାଗରରୁ ରାଜ୍ୟର ଛୋଟମୋଟ ପୁଷ୍କରିଣୀ ଯାଏଁ। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ସବୁଠି ଦେଖିବାକୁ ମିଳିଛି ପ୍ରାଚୀନ ଉତ୍କଳୀୟ ପରମ୍ପରାର ଝଲକ। ପାରମ୍ପାରିକ ବେଶ ପୋଷାକରେ ସଜ୍ଜିତ ସାଧବ ପୁଅଙ୍କୁ ୭ ଜଣ ସାଧବାଣୀଙ୍କ ବୋଇତ ବନ୍ଦାଣ ସହ ବାଣିଜ୍ୟ ପାଇଁ ପଠାଇବାର ଦୃଶ୍ୟ ବେଶ୍ ଆକର୍ଷିତ ହୋଇଥିଲା ବିଭିନ୍ନ ସ୍ଥାନରେ।

ପାରାଦୀପ ପୋର୍ଟ ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟ ଅତିଥି ସାଜିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ପାରାଦୀପକୁ ପ୍ରଗତିର ମୁଖଶାଳା ବୋଲି ବର୍ଣ୍ଣନା କରି କହିଛନ୍ତି, ପ୍ରାଚୀନ ନୌବାଣିଜ୍ୟର ଆଧୁନିକ ରୂପ ହେଉଛି ଆଜିର ପାରାଦୀପ ବନ୍ଦର। ଦେଶ ବିଦେଶକୁ ପଣ୍ୟ କାରବାର କରି ଦେଶର ୧ ନମ୍ବର ବନ୍ଦର ପାଲଟିଛି। ପାରାଦୀପ ଭଳି ଅସ୍ତରଙ୍ଗ ଓ ବାଲେଶ୍ୱରରେ ରିଭରାଇନ ପୋର୍ଟ ପ୍ରତିଷ୍ଠା ହେବ।

Advertisment

ଏହା ସହ ପଢ଼ନ୍ତୁ:  ବାଲିଯାତ୍ରା ପାଇଁ ଟ୍ରାଫିକ୍‌ କଟକଣା, ଜାଣନ୍ତୁ କେଉଁଠି କରିବେ ଗାଡ଼ି ପାର୍କିଂ...

ଭୁବନେଶ୍ୱର ପୂଣ୍ୟତୋୟା ଦୟା ନଦୀ ପାଦ ଦେଶରେ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ ପକ୍ଷରୁ ଆୟୋଜିତ ହୋଇଯାଇଛି ବୋଇତ ବନ୍ଦାଣ ଉତ୍ସବ। ସେହିପରି ସମ୍ବଲପୁର ଏବଂ କଟକ ମହାନଦୀରେ ଡଙ୍ଗା ଭସାଇ ଉତ୍ସବ ପାଳିଛନ୍ତି ଲୋକେ।

ସେପଟେ ଭଦ୍ରକର ମା’ ଧମରାଇଙ୍କ ପୀଠରେ ଆୟୋଜିତ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସାମିଲ ହୋଇଥିଲେ। ଚାନ୍ଦବାଲିରୁ ଧାମରା ଅଭିମୁଖେ ଆସିଥିବା ସାଧବ ପୁଅଙ୍କୁ ପାଛୋଟି ଆଣିବା ସହ ମା’ ଧାମରାଇଙ୍କୁ ଦର୍ଶନ କରିଥିଲେ ଉପମୁଖ୍ୟମନ୍ତ୍ରୀ । ପରେ ଗଙ୍ଗାମାତା ପଡ଼ିଆରେ ବୋଇତ ବନ୍ଦାଣ ଉତ୍ସବକୁ ଉଦଘାଟନ କରିଥିଲେ। ସେହିଭଳି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ପାଳସାହି ଗାଁରେ ବି ବେଶ୍ ଆକର୍ଷଣୀୟ ଢଙ୍ଗରେ ହୋଇଛି ବୋଇତ ବନ୍ଦାଣ ଉତ୍ସବ।

ଏସବୁ ଭିତରେ ଜଗା ସହ ମାସକର ଭାବ ତୁଟାଇ ଶ୍ରୀକ୍ଷେତ୍ରରୁ ବାହୁଡ଼ିଯାଇଛନ୍ତି ହବିଷ୍ୟାଳୀ। ହବିଷ୍ୟାଳୀ ମାନେ ମହୋଦଧିକୁ ଯାଇ ଡଙ୍ଗା ଭସାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରାଜରାଜେଶ୍ୱରୀ ବେଶ ଦର୍ଶନ କରିଛନ୍ତି। ତା’ପରେ ମାସେ ବ୍ୟାପି କରିଥିବା କାର୍ତ୍ତିକ ବ୍ରତ ଭାଙ୍ଗିଛନ୍ତି। ପରିବାରକୁ ଛାଡ଼ି ମାସେ ଧରି ଶ୍ରୀକ୍ଷେତ୍ରରେ ରହିବା ସହ ସରକାରୀ ସୁବିଧା ଭିତରେ କାର୍ତ୍ତିକ ବ୍ରତ ପାଳିଥିଲେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହବିଷ୍ୟାଳୀ। ଆଉ ଫେରିବା ପରେ ବେଶ୍ ଭାବବିହ୍ୱଳ ହୋଇଥିଲେ।

ଏହା ସହ ପଢ଼ନ୍ତୁ: ଆରମ୍ଭ ହେଲା ବାଲିଯାତ୍ରା, ମୁଖ୍ୟମନ୍ତ୍ରୀ କଲେ ଉଦ୍‌ଘାଟନ

Kartik Purnima Kartika Brata
Advertisment
Advertisment