/odishatv-khabar/media/post_attachments/uploadimage/library/16_9/16_9_0/IMAGE_1731811388.jpg)
Accident In Odisha
ଗୁପ୍ତେଶ୍ବର ଯିବାବେଳେ ଓଲଟିଲା ଟୁରିଷ୍ଟ ଭ୍ୟାନ । ଗଜପତି ଜିଲ୍ଲା ମୋହନା ଥାନା କେନ୍ଦୁଘାଟିରେ ଟୁରିଷ୍ଟ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି । ମୃତକ ଭୁବନେଶ୍ବରର ସରୋଜିନୀ ବେହେରା ।
ଆହତଙ୍କୁ ମୋହନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଦୁଇ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ସମସ୍ତେ ଭ୍ୟାନ ଯୋଗେ ଭୁବନେଶ୍ବରରୁ କୋରାପୁଟ ଗୁପ୍ତେଶ୍ବର ବୁଲିବାକୁ ଯାଉଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।
ଏହା ସହ ପଢ଼ନ୍ତୁ: Jhansi Hospital Fire: ଦିଆସିଲି ଲଗାଇଲେ ନର୍ସ ଆଉ ତା’ପରେ...ପ୍ରତ୍ୟକ୍ଷଦର୍ଶୀ କହିଲେ ହସ୍ପିଟାଲ୍ ନିଆଁ ପଛର କାହାଣୀ
ଏପଟେ ମାଛ ବେପାରୀ ଉପରେ ଚଢ଼ିଗଲା ଟ୍ରକ୍ । ପାରଦ୍ବୀପ ଅଠରବାଙ୍କୀ ନିକଟରେ ସାଇକେଲରେ ଯିବା ବେଳେ ଚଢ଼ିଗଲା । ମୃତ ମାଛ ବେପାରୀ ବାଲିଝର ବସ୍ତିର, ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।
ଅନ୍ୟପଟେ ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ ହୋଇଛି । ଏନ୍ଏଚ୍-୧୬ ଇନ୍ଦିରା ଛକ ନିକଟରେ ଧକ୍କା ଦେଇ ପଳାଇଲା ଅଜଣା ଗାଡ଼ି । ମୃତ ଯୁବକ ଜଣଙ୍କ ଅମର୍ଦ୍ଦା ଅଞ୍ଚଳର, ଚାଲିକି ଯାଉଥିଲେ ବୋଲି କୁହାଯାଉଛି ।
ଅପରପକ୍ଷେ ଝରିଗାଁ ବାସୁଦେବଗୁଡାରେ ଗୁଳିମାଡ଼ ହୋଇଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ବାସୁଦେବାଗୁଡାରେ ଗୁଳିମାଡ଼ ହୋଇଛି । ବାସୁଦେବାଗୁଡାଗ୍ରାମର ମଦ୍ୟପ କପୁର ଭତ୍ରା ଦେଶୀ ବନ୍ଧୁକ ଫୁଟାଇ ପଥଚାରି ଡାମନା ଭତ୍ରାଙ୍କୁ ଆକ୍ରମଣ କରିଛନ୍ତି । ଡାମନାଙ୍କୁ ପ୍ରଥମେ ଝରିଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରି ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଂଚି କପୁରଙ୍କୁ କାବୁ କରି ତଦନ୍ତ ଆରମ୍ଭ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)