୪ ମାସ ହେବ ବାହାରେ ଥିବା ବେଳେ ଆସନ୍ତାକାଲି ରଥଯାତ୍ରା ଥିବାରୁ ପୁରୀକୁ ଫେରିଛନ୍ତି ଶଙ୍କରାଚାର୍ଯ୍ୟ। ତେବେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ସଇଁତଳାରେ ଏକକାଳୀନ ବହୁ ସଂଖ୍ୟକ ଡେଙ୍ଗୁ ରୋଗୀ ଚିହ୍ନଟ ପରେ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବ ରାଜ୍ୟସ୍ତରୀୟ ଟିମ୍। କାହିଁକି ସେଠାରେ ଡେଙ୍ଗୁ ରୋଗୀ ସଂଖ୍ୟା ହଠାତ୍ ବଢ଼ିଲା ତାର ଅନୁଧ୍ୟାନ କରାଯିବ।
ପୁରୀ ରଥଯାତ୍ରାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି । ମହାମହିମଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବ୍ଲୁ ବୁକ୍ ଅନୁଯାୟୀ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଶ୍ରୀମନ୍ଦିରରେ ଅନୁଷ୍ଠିତ ଅନେକ ଯାତ୍ରା ବା ପର୍ବରେ ତାଙ୍କର ବିଜେପ୍ରତିମା ପ୍ରତିନିଧିତ୍ୱ କରୁଥିବା ବେଳେ ସ୍ନାନଯାତ୍ରା ଓ ରଥଯାତ୍ରାରେ ଶ୍ରୀଜୀଉ ସ୍ୱୟଂ ରତ୍ନସିଂହାସନରୁ ଶ୍ରୀମନ୍ଦିର ବାହାରକୁ ଆସିଥାଆନ୍ତି। ସ୍ନାନଯାତ୍ରାରୁ ରଥଯାତ୍ରା ପର୍ଯ୍ୟନ୍ତ ଠାକୁରଙ୍କର ରହିଛି ଅନେକ ନୀତି। ନବଯୌବନ ବେଶ ସେଥିରୁ ଅନ୍ୟତମ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଆସନ୍ତା ୨୨ ତାରିଖରେ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ। ୨୫ ତାରିଖରେ ଉପସ୍ଥାପନ ହେବ ୨୦୨୪-୨୫ ମସିହା ପାଇଁ ରାଜ୍ୟ ବଜେଟ୍।
କଟକ ମହାନଦୀ ପଠାରେ ବୋଷ ସ୍ପୋର୍ଟସ କପ୍ଲେକ୍ସ ଓ ଏସସିବି ସ୍ପୋର୍ଟସ କଂପ୍ଲେକ୍ସର ନିର୍ମାଣ ଶେଷ ପର୍ଯ୍ୟାୟରେ ଥିବାବେଳେ, ମହାଦୁର୍ନୀତିର ଅଭିଯୋଗ ଆଣିଛନ୍ତି କଟକ ବାସିନ୍ଦା ।
ରଥ ଝଟକିଲାଣି... ପଥରେ ଝୋଟି ଫୁଟିଲାଣି... ଜୀବନ୍ତ ଦିଶିଲେଣି ଧଳା, କଳା ଓ ନାଲି ଘୋଡ଼ା । ଏବର୍ଷ ଖୁବ୍ ସ୍ବତନ୍ତ୍ର ହେବାକୁ ଯାଉଛି ମହାପ୍ରଭୁଙ୍କ ରଥଯାତ୍ରା।
ଯାଜପୁରର କୁସୁମା ପୋଖରୀ ପରେ ଏବେ ବିବାଦରେ ଧର୍ମଶାଳା କଣ୍ଟିଗଡ଼ିଆର ଦ୍ବିତୀୟ କୁସୁମା ପ୍ରକଳ୍ପ । କ୍ଷମତାର ଦୁରୂପଯୋଗ କରି ପ୍ରକଳ୍ପ ପାଇଁ ନୀରିହ ଜନତା ଓ ଚାଷୀଙ୍କ ସ୍ବାର୍ଥକୁ ବଳି ଦିଆଯାଇଥିବା ଅଭିଯୋଗ ।
ଓଟିଭିର ବଡ଼ ପ୍ରଭାବ । ଗାଦିମଡ଼ା ଅଫିସରଙ୍କ ସଂପର୍କରେ ଖବର ପ୍ରସାରଣ ପରେ । ଆକ୍ସନ୍ ମୋଡରେ ମୋହନ ସରକାର । ଦୁଇ ଦିନରେ ହଟିଲେ ୬ ଅଧିକାରୀ ।
ତଥ୍ୟ ଅନୁଯାୟୀ, ରାଜ୍ୟର ୧୭ଟି ସରକାରୀ ବିଶ୍ବବିଦ୍ୟାଳୟରେ ଏବେ ୬୦% ପ୍ରାଧ୍ୟାପକ ବା ପ୍ରଫେସର ପଦ ଖାଲି ପଡ଼ିଥିବାବେଳେ ୬୬% ଅଣ-ଶିକ୍ଷକ ପଦ ଖାଲି ପଡ଼ିଛି। ବିଧାନସଭାରେ ଚଳିତ ବର୍ଷ ଫେବ୍ରୁଆରୀ ୭ ତାରିଖରେ ଏକଥା ସ୍ବୀକାର ବି କରିଛନ୍ତି ରାଜ୍ୟ ସରକାର।
ଏଇ ରଥଯାତ୍ରା ଭିତରେ ? ନା ନୀଳାଦ୍ରି ବିଜେ ପରେ ? କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ? କାଲି ଆସିବ ସ୍ପଷ୍ଟ ଚିତ୍ର, ଶନିବାର ବସୁଛି ରାଜ୍ୟ ସରକାର ନୂଆକରି ଗଢିଥିବା ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ମିଟିଂ ।
ଓଡ଼ିଶାର ବିଜେପି ପ୍ରଭାରୀ ହେଲେ ବିଜୟପାଲ ସିଂ ତୋମାର । ବିଜୟପାଲ ସିଂ ଆଗରୁ ନିର୍ବାଚନ ପ୍ରଭାରୀ ଥିଲେ ।
ଅଗଷ୍ଟ ସୁଦ୍ଧା ଡେବ୍ରିଗଡ଼ ଓ ଅକ୍ଟୋବର ଶେଷ ସୁଦ୍ଧା ଶିମିଳିପାଳକୁ ଏଇ ୫ ନୂଆ ମହାବଳଙ୍କୁ ଅଣାଯିବ।
ଗତକାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୪ ଜଣ ଅଫିସରଙ୍କୁ ହଟାଯାଇଥିବାବେଳେ ଆଜି ଅବସର ପରେ ବି ସରକାରୀ ପଦବୀରେ ଥିବା ୨ ଅଧିକାରୀଙ୍କୁ ହଟାଯାଇଛି ।
ମାଆ ସାଇଶରଣ ସାଇଶରଣ ଗୀତ ଗାଇ ଆଉଁସି ଦେଉଥିଲେ । ମୁଁ କାନ୍ଦୁଥିଲେ ଚୁପ ହୋଇ ଯାଉଥିଲି । ତେଣୁ ଏବେ ମଧ୍ୟ ତାଙ୍କ ପାଖରେ ଶୋଇଛି ।
ପାରାଦୀପରେ ଶିଶୁ ପୁତ୍ର ବିକ୍ରି ଅଭିଯୋଗ ଘଟଣାରେ କାମ ଦେଲା ପ୍ରଶାସନର ଚେତାବନୀ । ପ୍ରଶାସନର ଚେତାବନୀ ପରେ ଶିଶୁପୁତ୍ର ଉଦ୍ଧାର ହୋଇଛି ।
ବନ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ରାଜ୍ୟରେ ଚେରୀ ବ୍ଲସମ୍ ଗଛ ଲଗାଯିବ । ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡିରେ ଏହି ଚାଷ ହେବାକୁ ଯାଉଛି।
ହାଇକୋର୍ଟ ଆଇନଜୀବୀ ସତ୍ୟ ଶିବ ସୁନ୍ଦର ମହାନ୍ତି କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି । ସତ୍ୟଙ୍କ ଅଭିଯୋଗ ବବି ଦାସ ନିଜ ସରକାରୀ ବାସଭବନରେ କରିଥିବା ବେଆଇନ ନିର୍ମାଣରେ ଚାଲିଥିଲା ଅନୈତିକ କାର୍ଯ୍ୟ ।
ଉପଭୋକ୍ତାଙ୍କୁ ୧୬ ଟଙ୍କାର କ୍ୟାରି ବ୍ୟାଗ ନଦେବାରୁ, ବଲାଙ୍ଗିର ସହର ଭିତରେ ଥିବା ବିଶାଲ ମେଗା ମାର୍ଟକୁ ବଲାଙ୍ଗିର ଜିଲ୍ଲା ଖାଉଟି ଅଦାଲତ ୩୩ ହଜାର ଟଙ୍କା ଫାଇନ କରିଛନ୍ତି।
ସାରା ରାଜ୍ୟରେ ଜାରି ବର୍ଷା । ଉପକୂଳରୁ ଉତ୍ତର, ଦକ୍ଷିଣରୁ ପଶ୍ଚିମ ସବୁଠି ଜାରି ରହିଛି ବର୍ଷା । ଆଗାମୀ ୩ ଦିନ ଧରି ରାଜ୍ୟର ସମସ୍ତ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
ପ୍ରଥମ ଦାୟିତ୍ବ ରତ୍ନଭଣ୍ଡାର ଖୋଲିବା, ପରେ ଗଣତି ଓ ମଣତି ନେଇ ନିଷ୍ପତ୍ତି ହେବ । ଭିତର ଓ ବାହାର ରତ୍ନଭଣ୍ଡାରର ଗହଣାକୁ କାଢ଼ି ସୁରକ୍ଷାରେ ରଖିବା ବଡ଼ କାମ ବୋଲି କହିଛନ୍ତି ଜଷ୍ଟିସ୍ ବିଶ୍ବନାଥ ରଥ ।
ବିଜେଡିର ୨୫ ବର୍ଷର ସରକାର ଧରାଶାୟୀ ହେବା ଓ ନବୀନ ବାବୁ ମୁଖ୍ୟମନ୍ତ୍ରୀ ପଦରୁ ଚାଲିଯିବା ଦୁଃଖକୁ ସହିପାରି ନଥିଲେ ଏଲିନା । କାନ୍ଦି କାନ୍ଦି ନିଜ କଥା କହିଥିଲେ ଓଡ଼ିଶାବାସୀଙ୍କୁ ।
କୋରାପୁଟକୁ ରାୟଗଡ଼ା ସହ ସଂଯୋଗ କରୁଛି ୩୨୬ ନମ୍ବର ଜାତୀୟ ରାଜପଥର ବଙ୍ଗଳାଗୁଡ଼ା ବ୍ରିଜ୍। ୨୦୨୨ ଅଗଷ୍ଟ ୧୬ରେ ପ୍ରବଳ ବର୍ଷା ଯୋଗୁଁ ଏହି ବ୍ରିଜ୍ ଭାସି ଯାଇଥିଲା।
ଶୁଖିଲା ପଡ଼ିଛି ଡ୍ୟାମ୍। ଶୁଖିଲା ପଡ଼ିଛି କେନାଲ। ଆଉ ଚାଷବାସ କାମ ବି ଆଗକୁ ବଢ଼ିପାରୁନି। ସ୍ବଳ୍ପ ବର୍ଷା ଏବଂ ବିଭିନ୍ନ ଡ୍ୟାମ୍ ପୋତି ହେବା ପରେ ମାଲକାନଗିରି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାରେ ଏବେ ଏଭଳି ସ୍ଥିତି।