Advertisment

ସଇଁତଳାରେ ମାଡ଼ିଚାଲିଛି ଡେଙ୍ଗୁ; ସ୍ଥିତି ଅନୁଧ୍ୟାନ କରିବ ରାଜ୍ୟସ୍ତରୀୟ ଟିମ୍

ସଇଁତଳାରେ ଏକକାଳୀନ ବହୁ ସଂଖ୍ୟକ ଡେଙ୍ଗୁ ରୋଗୀ ଚିହ୍ନଟ ପରେ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବ ରାଜ୍ୟସ୍ତରୀୟ ଟିମ୍। କାହିଁକି ସେଠାରେ ଡେଙ୍ଗୁ ରୋଗୀ ସଂଖ୍ୟା ହଠାତ୍ ବଢ଼ିଲା ତାର ଅନୁଧ୍ୟାନ କରାଯିବ।

author-image
Sonali Ojha
Dengue

Dengue

ବର୍ଷାଦିନ ଆରମ୍ଭ ନହେଉଣୁ ମାଡିଲାଣି ଡେଙ୍ଗୁ। ବଲାଙ୍ଗିର ଜିଲ୍ଲା ସଇଁତଳା ସହରରେ ଡେଙ୍ଗୁ ଆତଙ୍କ। ଏକ ଘରୋଇ ହସ୍ପିଟାଲରେ ଡେଙ୍ଗୁରେ ଜଣଙ୍କର ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ବର୍ତ୍ତମାନ ୧୮ ଜଣ ଆକ୍ରାନ୍ତ ହୋଇଛନ୍ତି। ଆଉ ସେହି ୧୮ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ସଇଁତଳା ହସ୍ପିଟାଲ୍ ଡାକ୍ତର ସମରେନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।

Advertisment

ଏସବୁ ଭିତରେ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜରୁ ଏକ ଡାକ୍ତରୀ ଟିମ୍ ସହରର ବିଭିନ୍ନ ସାହିକୁ ବୁଲି ଅନୁଧ୍ୟାନ କରିଛନ୍ତି। ଏପରିକି ଲୋକଙ୍କୁ ସଚେତନ କରିବା ସହ ଡେଙ୍ଗୁ ଚିହ୍ନଟ ବ୍ୟକ୍ତିଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ପଠାଉଛନ୍ତି। ତେବେ ସଇଁତଳାରେ ଏକକାଳୀନ ବହୁ ସଂଖ୍ୟକ ଡେଙ୍ଗୁ ରୋଗୀ ଚିହ୍ନଟ ପରେ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବ ରାଜ୍ୟସ୍ତରୀୟ ଟିମ୍। କାହିଁକି ସେଠାରେ ଡେଙ୍ଗୁ ରୋଗୀ ସଂଖ୍ୟା ହଠାତ୍ ବଢ଼ିଲା ତାର ଅନୁଧ୍ୟାନ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।

ସଇଁତଳାରେ ୧୧ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣ ଭଲ ହୋଇସାରିଲେଣି। ଅନ୍ୟ ୬ ଜଣ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ସେହିପରି ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ୩୫୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ଏ ବର୍ଷ ଦୁଇ ଗୁଣା ବୃଦ୍ଧି ପାଇଛି । ସହରାଞ୍ଚଳରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବାରୁ କଟକ, ଭୁବନେଶ୍ୱରକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।

Advertisment

ଆଗକୁ ବି ବର୍ଷା ଅଛି, ଏଣୁ ଅଧିକ ସତର୍କ ରହିବା ସହ ଅଧିକ ସଚେତନ କରିବାକୁ ପଦକ୍ଷେପ ମଧ୍ୟ ନିଆଯାଇଛି । ସମସ୍ତ ଜିଲ୍ଲା ଚିକିତ୍ସାଳୟକୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ଯେହେତୁ ଟେଷ୍ଟ ସଂଖ୍ୟା ବଢାଯାଇଛି, ଏଣୁ ରୋଗୀ ମଧ୍ୟ ଅଧିକ ଚିହ୍ନଟ ହେଉଛନ୍ତି । ଡେଙ୍ଗୁ ନେଇ ସତର୍କ ରହିବାକୁ ସଚେତନ କରାଇବା ସହ ଚିକିତ୍ସା ପାଇଁ ପଦକ୍ଷେପ ନେବାକୁ ସବୁ CDMOଙ୍କୁ କୁହାଯାଇଛି । ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଵତନ୍ତ୍ର ଡେଙ୍ଗୁ ୱାର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜିଲ୍ଲାକୁ ଆଲର୍ଟ କରାଯାଇଛି । ପ୍ଲେଟଲେଟ ଉପଲବ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Dengue
Advertisment
Advertisment