• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ମଧ୍ୟପ୍ରଦେଶରୁ ଏକ ଛାତି ଥରାଇବା ଭଳି ବର୍ବରୋଚିତ ଘଟଣା ସାମ୍ନାକୁ ଆସିଛି । ନୃଶଂସତାର ସବୁ ସୀମା ଟପିଯାଇଛି କାମାନ୍ଧ ମଣିଷ । ଜଣେ ୫ ବର୍ଷର ଶିଶୁକନ୍ୟାକୁ ଅତି ଅମାନୁଷିକ ଭାବେ ଦୁଷ୍କର୍ମ କରାଯାଇଛି । ଏବେ ହସ୍ପିଟାଲ ବେଡ୍‌ରେ ମୃତ୍ୟୁ ସହ ସଂଗ୍ରାମ କରୁଛି ପୀଡିତା ଶିଶୁକନ୍ୟା । ପିଲାଟିର ଅସ୍ତ୍ରୋପଚାର କରାଯାଇଛି । ତା'ର ଗୁପ୍ତାଙ୍ଗରେ ୨୮ଟି ଷ୍ଚିଚ୍ ପଡିଛି । ଦେହସାରା କାମୁଡା କ୍ଷତ ଚିହ୍ନ ରହିଥିବାବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏହି ବର୍ବରକାଣ୍ଡ ଭିଆଇଛି ଜଣେ ୧୭ ବର୍ଷର ନାବାଳକ । ସେ ଶିଶୁଟିର ପଡୋଶୀ ହୋଇଥିବା ଜଣାପଡିଛି ।

ଅଧିକ ପଢ଼ନ୍ତୁ: ଦିଲ୍ଲୀ ନିର୍ଭୟା କାଣ୍ଡ ଭଳି ପୁଣେରେ ବସ୍ ଭିତରେ ଦୁଷ୍କର୍ମ !

ଦୁଷ୍କର୍ମ ପରେ ମୁଣ୍ଡକୁ କାନ୍ଥରେ ପିଟିଥିଲା:

ମଧ୍ୟପ୍ରଦେଶ ଗ୍ୱାଲିୟରରେ ଏହି ଘଟଣା ଘଟିଛି । ପୋଲିସ ଅଭିଯୁକ୍ତ ନାବାଳକକୁ ଗିରଫ କରିଛି । ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ଏହି ବର୍ବରକାଣ୍ଡ ଭିଆଇଥିଲା । ଶିଶୁକନ୍ୟାକୁ ଭୟଙ୍କର ଭାବେ ଦୁଷ୍କର୍ମ କରିବା ପରେ ଅକଥନୀୟ ନିର୍ଯାତନା ଦେଇଥିଲା । ତା' ମୁଣ୍ଡକୁ କାନ୍ଥରେ ପିଟିଥିଲା । ଏଥିରେ ପୀଡିତା ଶିଶୁର ମସ୍ତିଷ୍କରେ ଗଭୀର ଆଘାତ ଲାଗିଛି । ତା' ଦେହସାରା କାମୁଡା ଚିହ୍ନ ଓ କ୍ଷତ ରହିଛି । 

ଗତ ୨୩ ତାରିଖରେ ଶିଶୁକନ୍ୟା ହଠାତ୍ ନିଖୋଜ ହୋଇଯାଇଥିଲା । ବହୁ ଖୋଜାଖୋଜି କରିବାରୁ ଦୁଇ ଘଣ୍ଟା ପରେ ପାଖ ପଡୋଶୀ ଘର ଛାତ ଉପରୁ ଅଚେତ ଅବସ୍ଥାରେ ମିଳିଥିଲା । ପିଲାଟିର ଶରୀର ରକ୍ତ ଜୁଡୁବୁଡୁ ଥିଲା । ଦେହସାରା କ୍ଷତ ଚିହ୍ନ ରହିଥିଲା । ଏହା ଦେଖି ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ସଙ୍ଗେ ସଙ୍ଗେ ଶିଶୁକନ୍ୟାକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । 

ମୃତ୍ୟୁ ସହ ସଂଗ୍ରାମ କରୁଛି ଶିଶୁକନ୍ୟା:

ହସ୍ପିଟାଲରେ ତା'ର ଦୁଇ ଘଣ୍ଟା ଧରି ଅପରେସନ ହୋଇଥିଲା । ହେଲେ ଏବେ ବି ପିଲାଟିର ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି । ଦୁଷ୍କର୍ମର ଶିକାର ହେବା ଦିନଠୁ ସେ ପଦୁଟିଏ କଥା କହିନାହିଁ ।

ଜଣେ ୫ ବର୍ଷୀୟା ଶିଶୁ ସହ ଏଭଳି ଦୁଷ୍କର୍ମ ଘଟଣା ଚାରିଆଡେ ଚାଞ୍ଚଲ୍ୟ ଖେଳାଇଛି । ଅଭିଯୁକ୍ତ ନାବାଳକକୁ ପୋଲିସ ଗିରଫ କରିଥିବାବେଳେ ପୀଡିତାଙ୍କ ପରିବାର ଲୋକ ମୃତ୍ୟୁଦଣ୍ଡ ଦାବି କରିଛନ୍ତି । ଅଭିଯୁକ୍ତକୁ ବିଚ୍ ରାସ୍ତାରେ ସର୍ବସମ୍ମୁଖରେ ଗୁଳି କରାଯାଉ ବୋଲି ଦାବି କରିଛନ୍ତି ପୀଡିତାଙ୍କ ମାଆ । 

ଅଧିକ ପଢ଼ନ୍ତୁ: RG କର୍ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ‘ସଂପୃକ୍ତ ଅଛନ୍ତି ସ୍ଥାନୀୟ ବିଧାୟକ-କମିଶନର୍’

OTV is now on Whatsapp

Join and get latest news update delivered to you via whatsapp

Join Now