Advertisment

'ପ୍ରଥମ ଦାୟିତ୍ୱ ରତ୍ନଭଣ୍ଡାର ଖୋଲିବା, ପରେ ଗଣତି ଓ ମଣତି ନିଷ୍ପତ୍ତି'

ପ୍ରଥମ ଦାୟିତ୍ବ ରତ୍ନଭଣ୍ଡାର ଖୋଲିବା, ପରେ ଗଣତି ଓ ମଣତି ନେଇ ନିଷ୍ପତ୍ତି ହେବ । ଭିତର ଓ ବାହାର ରତ୍ନଭଣ୍ଡାରର ଗହଣାକୁ କାଢ଼ି ସୁରକ୍ଷାରେ ରଖିବା ବଡ଼ କାମ ବୋଲି କହିଛନ୍ତି ଜଷ୍ଟିସ୍ ବିଶ୍ବନାଥ ରଥ ।

author-image
Sonali Ojha
ଅଦ୍ୟତନ ହୋଇଛି
Ratna Bhandara Opening Row

Ratna Bhandara

ରତ୍ନଭଣ୍ଡାର ନେଇ ଗଠନ ହୋଇଛି ନୂଆ କମିଟି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ। ଭଗବାନଙ୍କ ନିର୍ଦ୍ଦେଶରେ ସରକାର ନୋଟିଫିକେସନ୍ କରି କମିଟି ଗଠନ କଲେ । ଆସନ୍ତାକାଲି ଜଗନ୍ନାଥ ସମ୍ମିଳନୀ କକ୍ଷରେ ପ୍ରଥମ ବୈଠକ ବସିବ । ବୈଠକରେ ୧୬ ଜଣ ଦକ୍ଷ ଓ ବିଶେଷଜ୍ଞଙ୍କ ସହ ଆଲୋଚନା ହେବ ।

Advertisment

ପ୍ରଥମ ଦାୟିତ୍ବ ରତ୍ନଭଣ୍ଡାର ଖୋଲିବା, ପରେ ଗଣତି ଓ ମଣତି ନେଇ ନିଷ୍ପତ୍ତି ହେବ । ଭିତର ଓ ବାହାର ରତ୍ନଭଣ୍ଡାରର ଗହଣାକୁ କାଢ଼ି ସୁରକ୍ଷାରେ ରଖିବା ବଡ଼ କାମ ବୋଲି କହିଛନ୍ତି ଜଷ୍ଟିସ୍ ବିଶ୍ବନାଥ ରଥ । ପ୍ରଥମ ବୈଠକରେ ଏ ଦିଗରେ ଉଚିତ୍ ପଦକ୍ଷେପ ନେବାକୁ ଚେଷ୍ଟା କରିବୁ । ୪୬ ବର୍ଷ ପରେ ଆମେ ଏ କାର୍ଯ୍ୟ କରିବାକୁ ଯାଉଛୁ । ଚାବି ମିଳିଥିବା କଥା ମଧ୍ୟ ଗଜପତି ଓ ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି ।

ଅଧିକ ପଢ଼ନ୍ତୁ: ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର, ୬ରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି

ବୈଠକ ପରେ କମିଟିର ନିଷ୍ପତ୍ତି ଅନୁସାରେ ଏସ୍ ଓପି ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି । ଓକିଲ ଭାବେ ଦୀର୍ଘ ବର୍ଷ ଧରି ଶ୍ରୀମନ୍ଦିର ମାମଲା କୋର୍ଟରେ ଲଢ଼ିଛି । ଏବେ ପୁଣି ମହାପ୍ରଭୁ ଜଗନ୍ନାଥଙ୍କ କାମ କରିବାର ସୁଯୋଗ ମିଳିଛି ବୋଲି କହିଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ । ତେବେ ଖୁବଶୀଘ୍ର ରତ୍ନ ଭଣ୍ଡାର ଖୋଲାଯିବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ । ଗତକାଲି ପ୍ରେସମିଟ୍‌ କରି ସେ କହିଛନ୍ତି ଯେ, ୬ ତାରିଖ ବୈଠକରେ ରତ୍ନ ଭଣ୍ଡାର ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

Advertisment

୧୬ ଜଣିଆ ରତ୍ନଭଣ୍ଡାର ଯାଞ୍ଚ କମିଟି ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନେଇ ଗଠନ ହୋଇଛି । ଏହାର ଅଧ୍ୟକ୍ଷତା କରୁଛନ୍ତି ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥ। ତେବେ ଆସନ୍ତାକାଲି ଏହି କମିଟିର ପ୍ରଥମ ବୈଠକ ବସିବ । ଏହା ପୂର୍ବରୁ ୧୯୭୮ ମସିହାରେ ଅର୍ଥାତ୍ ୪୫ ବର୍ଷ ତଳେ ରତ୍ନ ଭଣ୍ଡାର ଖୋଲା ଯାଇ ଅଳଙ୍କାର ଗଣତି ହୋଇଥିଲା। ସେତେବେଳେ ଅର୍ଥାତ ୧୯୭୮ରେ ମେ ୧୩ରୁ ଜୁଲାଇ ୨୩ ଯାଏଁ ପ୍ରାୟ ୭୦ ଦିନ ଲାଗିଥିଲା । ଏବେ ନୂଆ ଟେକ୍ନୋଲୋଜି ଉପଯୋଗ କରାଯାଇ କେତେ ଦିନରେ ମରାମତି ସାଙ୍ଗକୁ ଗଣତି-ମଣତି ହେଉଛି, ତା ଉପରେ ନଜର ରହିଛି ।

Puri Srimandir Ratna Bhandar
Advertisment
Advertisment