ବିଶ୍ବବିଦ୍ୟାଳୟ ଆଇନ ସଂଶୋଧନ ପରଠୁ ରାଜ୍ୟ ୟୁନିଭର୍ସିଟି ଶିକ୍ଷାରେ ଅଚଳାବସ୍ଥା। ୧୭ ବିଶ୍ବବିଦ୍ୟାଳୟରେ ୪ ବର୍ଷ ଧରି ଖାଲି ପଡ଼ିଛି ୬୦ ପ୍ରତିଶତ ପ୍ରଫେସର ପଦ।
ତଥ୍ୟ ଅନୁଯାୟୀ, ରାଜ୍ୟର ୧୭ଟି ସରକାରୀ ବିଶ୍ବବିଦ୍ୟାଳୟରେ ଏବେ ୬୦% ପ୍ରାଧ୍ୟାପକ ବା ପ୍ରଫେସର ପଦ ଖାଲି ପଡ଼ିଥିବାବେଳେ ୬୬% ଅଣ-ଶିକ୍ଷକ ପଦ ଖାଲି ପଡ଼ିଛି। ବିଧାନସଭାରେ ଚଳିତ ବର୍ଷ ଫେବ୍ରୁଆରୀ ୭ ତାରିଖରେ ଏକଥା ସ୍ବୀକାର ବି କରିଛନ୍ତି ରାଜ୍ୟ ସରକାର।
କିଛି ଘଣ୍ଟା ପାଇଁ ମୋବାଇଲ୍ ଛାଡ , ମନ ଭରି ଗପ ଓ ଗୀତ ବହି ପଢ଼ ଏହିଭଳି ବାର୍ତ୍ତା ନେଇ ଗାଁ କୁ ଗାଁ ବୁଲୁଛି ଭ୍ରାମ୍ୟମାଣ ପାଠାଗାର ଗାଡି । ଶିକ୍ଷକ, କିଛି ଅବସର ପ୍ରାପ୍ତ ଶିକ୍ଷକ ଏବଂ ଆଇନଜୀବୀଙ୍କ ପ୍ରଚେଷ୍ଟାରେ ଗ୍ରାମାଞ୍ଚଳ ସ୍ତରୀୟ ଭ୍ରାମ୍ୟମାଣ ପାଠାଗାରର ଶୁଭାରମ୍ଭ କରିଛନ୍ତି ।
ପିଲାଙ୍କ ଉତ୍ତର ଖାତା ଖୋଲିଲା ବିପର୍ଯ୍ୟସ୍ତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ପୋଲ୍। ସିଧାସଳଖ ଆନସର୍ ସିଟରେ ଲେଖିଥିଲେ, ଆମର ଶିକ୍ଷକ ନାହାଁନ୍ତି, ଦୟାକରି ଆମଠୁ ଅଧିକ ଆଶା ରଖନାହିଁ। ଯାଜପୁର ଖଇରାବାଦର ଏହି ପରୀକ୍ଷାଖାତା ଏବେ ଭାଇରାଲ୍ ହେଉଥିବାବେଳେ ଏହାକୁ ନେଇ ମୁହାଁମୁହିଁ ଅଭିଭାବକ ଓ ଶିକ୍ଷକ..
ଶିକ୍ଷା ବ୍ୟବସ୍ଥାର ବିଚିତ୍ର ଚିତ୍ର । ଶିକ୍ଷକ ମରୁଡ଼ିର ଉତ୍କଟ ସ୍ଥିତି ଉତୁରି ଆସିଲା ପିଲାଙ୍କ ପରୀକ୍ଷା ଖାତାରେ । ପିଲା ଲେଖିଲେ, ସାର୍ ନାହାଁନ୍ତି, ଅଧିକ ଆଶା ରଖନି ।
ଅଧ୍ୟାପକଙ୍କ ପାଇଁ ଯେମିତି ୭ଘଣ୍ଟା କଲେଜରେ ରହିବା ବାଧ୍ୟତାମୂଳକ, ୭୫ ପ୍ରତିଶତ ଛାତ୍ରଛାତ୍ରୀ ବି କ୍ଲାସ୍ ରେ ବସିବା ସେତିକି ଜରୁରୀ ।
ସତରେ ସରକାର କି ପ୍ରହସନ ଚଳାଇଛନ୍ତି ! ଏଠାରେ ୨୦୦ ପିଲାଙ୍କୁ ଅଛନ୍ତି ୨ ଜଣ ଶିକ୍ଷୟିତ୍ରୀ, ଶିକ୍ଷକ ନଥିବାରୁ ସାନ ପିଲାଙ୍କୁ ପାଠ ପଢ଼ାଉଛନ୍ତି ବଡ଼ ଶ୍ରେଣୀର ପିଲାମାନେ..କ’ଣ ଯେ ହେବ ଏମାନଙ୍କ ଭବିଷ୍ୟତ
ପୋଖରୀ ପାଲଟିଛି ଅଙ୍ଗନବାଡ଼ି ଓ ବିଦ୍ୟାଳୟ ପରିସର । ମଇଳା ପାଣି ଓ କାଦୁଅରେ ପଶି ଯାଆସ କରୁଛନ୍ତି କୁନି କୁନି ଛାତ୍ରଛାତ୍ରୀ..
ସ୍କୁଲ ଡ୍ରପଆଉଟ୍ ବି ହେବେ କୁଶଳୀ । ପାଲଟିବେ ଶିଳ୍ପକ୍ଷେତ୍ର ଲାଗି ଯୋଗ୍ୟ ମାନବସମ୍ବଳ । ରାଜ୍ୟରେ ଡ୍ରପ ଆଉଟ୍ ହାର ବଢ଼ିବା ପରେ ଏମିତି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଗଣଶିକ୍ଷା ବିଭାଗ ।
ଉପାନ୍ତରୁ ଉପକୂଳ, ସବୁଠି ଡ୍ରପ ଆଉଟ୍ ହାର ବଢ଼ିବା ପରେ ଗଣଶିକ୍ଷା ବିଭାଗକୁ ଘାରିଛି ସେମାନଙ୍କ ଚିନ୍ତା। ଡ୍ରପ ଆଉଟ୍ ଛାତ୍ରଛାତ୍ରୀଙ୍କୁ କୁଶଳୀ କରିବାକୁ CTTC ସହ ସହଭାଗିତା କରିବାକୁ ନିଷ୍ପତ୍ତି ନେଇଛି ବିଭାଗ।
ରାଜ୍ୟରେ ଭୁଷୁଡିବାକୁ ଯାଉଛି କି ଶିକ୍ଷା ବ୍ୟବସ୍ଥା । ମହାମାରୀ ଓ ଅନ୍ୟାନ ଅସୁବିଧା ପାଇଁ ପାଠଠୁ ଦୂରେଇ ଯାଉଛନ୍ତି କି ପିଲା ? ପାଠପଢା ଓ ପିଲାମାନଙ୍କ ମଧ୍ୟରେ ମଧ୍ୟ ବିଶାଳ ବ୍ୟବଧାନ ସୃଷ୍ଟି କରିଛି ମହାମାରୀ କରୋନା । ଏବେ ସଂକଟରେ ଶିକ୍ଷାର ପ୍ରାଥମିକ ସ୍ଥିତି ।