• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କିଛିଦିନ ତଳେ, ଠିକ୍ ଇଲେକ୍ସନ୍ ପରେ ପରେ, ଖୁବ୍ ଭାଇରାଲ ହୋଇଥିଲା ବିଜେଡି ନେତ୍ରୀ ତଥା ଅଭିନେତ୍ରୀ ଏଲିନା ଦାସଙ୍କର କାନ୍ଦ କାନ୍ଦ ଭିଡିଓ । ବିଜେଡିର ୨୫ ବର୍ଷର ସରକାର ଧରାଶାୟୀ ହେବା ଓ ନବୀନ ବାବୁ ମୁଖ୍ୟମନ୍ତ୍ରୀ ପଦରୁ ଚାଲିଯିବା ଦୁଃଖକୁ ସହିପାରି ନଥିଲେ ଏଲିନା । କାନ୍ଦି କାନ୍ଦି ନିଜ କଥା କହିଥିଲେ ଓଡ଼ିଶାବାସୀଙ୍କୁ ।

ଗୋଟେ ପଟେ ଏଲିନାଙ୍କର ଏପରି ଦୃଶ୍ୟ ଭାଇରାଲ ହୋଇଥିବା ବେଳେ ଗତକାଲି ଏଲିନାଙ୍କୁ ଭିନ୍ନ ଏକ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ଗତକାଲି କଟକ ହାଇକୋର୍ଟରେ ଏଲିନାଙ୍କୁ ଦେଖିବାକୁ ମିଳିଥିଲା । ସେ ହଠାତ୍ କାହିଁକି ହାଇକୋର୍ଟ ଆସିଥିଲେ ବୋଲି ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପଚାରିବାରୁ ସେ ବଲ୍ଲେ ବଲ୍ଲେ ଢ଼ାବା ଉପରେ କହିଥିଲେ ।

ତେବେ ଅସଲ କଥା ହେଲା, ନିକଟରେ ଯାଜପୁର ଜିଲ୍ଲାର ଧର୍ମଶାଳାରେ ଥିବା ଏହି ଢାବାଟିକୁ ନେଇ ଓଡ଼ିଶା ରାଜନୀତି ଉଠୁଛି ପଡୁଛି । ଢାବାଟିର ନାଁ ହେଲା ବଲ୍ଲେ ବଲ୍ଲେ । କିଛି ସ୍ଥାନୀୟ ଲୋକଙ୍କର କହିବା କଥା ଥିଲା, ଏ ଢାବାର ନାଁ ଯେମିତି, ଏଠି କର୍ମ ବି କାଳେ ସେମିତି ଚାଲେ ।

ଅଭିଯୋଗ ପରେ ଶେଷରେ ଢାବାକୁ ବନ୍ଦ କରିବାକୁ ପ୍ରଶାସନ ଲଟକା ଲଗାଇଥିଲା । ଢାବାରେ ବେଆଇନ୍ କାମ ଚାଲିଥିବା ଚର୍ଚ୍ଚା ହେଇଥିଲା । ଏପରିକି ଢାବାରୁ ଆସବାବପତ୍ର କାଢ଼ି ନିଆ ଯାଉଥିଲା । ସେତେବେଳେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଥିଲା ଯେ, ଏଲିନା ଓ ତାଙ୍କ ସ୍ୱାମୀଙ୍କର ଏହି ଢାବା ସହିତ ନିବିଡ ସମ୍ପର୍କ ରହିଛି ।

ତେବେ ଏଲିନା ଓ ତାଙ୍କ ଓକିଲଙ୍କ କହିବା ଅନୁସାରେ, ଏହି ଢାବା ସହ ଏଲିନା କିମ୍ବା ତାଙ୍କ ସ୍ୱାମୀଙ୍କର କୌଣସି ସମ୍ପର୍କ ନାହିଁ । ଯେମିତି ଯୁଦ୍ଧଭୂମିରେ ହାର୍ ଜିତ୍ ଥାଏ, ସେମିତି ରାଜନୀତି ଲଢ଼େଇରେ ବି ଥାଏ । ଅଭିଯୋଗ ପ୍ରତିଅଭିଯୋଗ ମଧ୍ୟ ଆସିବ । ଏମିତିକି ବେଳେବେଳେ ବିନା ଆଧାରରେ ବି ବିରୋଧୀ ରାସ୍ତାକୁ କୁଦି ପଡ଼ନ୍ତି ।

ତେଣୁ ତାକୁ ନେଇ ଏତେ ସିରିଅସ୍ ନହେଲେ ଭଲ । ଘଟଣା ଯାହାବି ହେଉ, ପୂରା ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ଖୁଲାସା କରିବେ ବୋଲି ଖୋଦ୍ ଏଲିନା କହିଛନ୍ତି । ଏସବୁ ଦୃଷ୍ଟିରୁ ତାଙ୍କ ସାମ୍ବାଦିକ ସମ୍ମିଳନୀ ଉପରେ ରହିଛି ସମସ୍ତଙ୍କ ନଜର ।

OTV is now on Whatsapp

Join and get latest news update delivered to you via whatsapp

Join Now