• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ପୂର୍ବତନ ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ଏତଲା । ହାଇକୋର୍ଟ ଆଇନଜୀବୀ ସତ୍ୟ ଶିବ ସୁନ୍ଦର ମହାନ୍ତି କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି । ସତ୍ୟଙ୍କ ଅଭିଯୋଗ ବବି ଦାସ ନିଜ ସରକାରୀ ବାସଭବନରେ କରିଥିବା ବେଆଇନ ନିର୍ମାଣରେ ଚାଲିଥିଲା ଅନୈତିକ କାର୍ଯ୍ୟ । ଏଥିସହ ସାଧାରଣ ପ୍ରଶାସନ ବିଭାଗର ଅନୁମତି ନ ନେଇ ବବି ସରକାରୀ ବାସଭବନରେ ବେଆଇନ ନିର୍ମାଣ କରିଥିଲେ । ସ୍ୱତନ୍ତ୍ର କମିଟି ଗଠନ କରାଯାଇ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ସେ ଦାବି କରିଛନ୍ତି । ତେବେ ଏ ନେଇ ପ୍ରଣବ ପ୍ରକାଶ ଦାସ କି ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଅଧିକ ପଢ଼ନ୍ତୁ: BJD ନେତାଙ୍କ ମୁହଁରେ ତାଲା: ବିଶୃଙ୍ଖଳା ସାଙ୍ଘାତିକ

ସୂଚନା ଅନୁସାରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ୟୁନିଟ୍‌-୬ ଅଞ୍ଚଳରେ VIIMR-୧ କ୍ୱାଟର୍ସ ଦିଆଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ବବି ତାକୁ ଲାଗିଥିବା VIIMR-2କୁ ନିଜ ଅକ୍ତିଆରକୁ ନେଇ ହୋଟେଲ ଢାଞ୍ଚାରେ ପାର୍କିଂ, ରେଷ୍ଟରୁମ୍, କନ୍ଫରେସନ୍ସ ହଲ୍ ତିଆରି କରିଥିଲେ । ସରକାରୀ ଆବାସ ରଖିବା ଆଳରେ ଅର୍ଥାତ୍ ରାଜଧାନୀ ଛାତି ଉପରେ ପ୍ରାୟ ୯ ହଜାର ୬ ଶହ ବର୍ଗଫୁଟ୍‌ ଜାଗାରେ ଗଢ଼ି ଉଠିଥିଲା ବବିଙ୍କ ସୌଖୀନ୍ ସାମ୍ରାଜ୍ୟ ।

ତିନି ମହଲାର ଷ୍ଟିଲ୍ ଷ୍ଟ୍ରକଚରରେ ନିର୍ମିତ ହୋଇଥିଲା ବିଳାସପୂର୍ଣ୍ଣ ଅଣ୍ଡରଗ୍ରାଉଣ୍ଡ ଘର । କ୍ୱାର୍ଟର ପରିସରରରେ ଆଖି ଖୋସିହେଲା ଭଳି ସୌନ୍ଦର୍ଯ୍ୟକରଣ । ଟ୍ରି ହାଉସ୍, କ୍ୱାର୍ଟର କାନ୍ଥରେ ଇଟାଲିଆନ୍ ଉଡ୍, ଫ୍ଲୋରରେ ଦାମୀ ମାର୍ବଲ, ୱିଣ୍ଡୋ ଗ୍ଲାସ୍...ଏମିତି କେତେ କ’ଣ ? ଏଥିରୁ ଅନୁମାନ କରିପାରୁଥିବେ ପୂର୍ବ ସରକାର ଅମଳର ଜଣେ ବିଧାୟକଙ୍କ ସୌଖୀନ୍ ଆବାସ କେମିତି ହୋଇଥିବ ।

ହେଲେ କ୍ଷମତା ହାତରୁ ଯାଉ ଯାଉ, ଗୁମର ପଦାରେ ପଡ଼ିବା ଭୟରେ ପୂରା ଅସ୍ଥିତ୍ୱକୁ ହଜାଇ ଦେବା ଉଦ୍ୟମରେ ଥିଲେ ବବି । ଗେଟରେ ତାଲା ମାରି କ୍ୱାର୍ଟର ଭିତରେ ବେଶ୍ କିଛି ଦିନ ଧରି ଭଙ୍ଗାରୁଜା, ସିଫ୍ଟିଂ ଚାଲିଥିଲା । ଖାଲି ସେତିକି ନୁହେଁ, କୋଟି କୋଟି ଟଙ୍କାରେ ନିର୍ମିତ ଏ ପରିବର୍ଦ୍ଧିତ ବଙ୍ଗଳାରୁ ସବୁ ଦାମିକିଆ ଫର୍ଣ୍ଣିଚର, ଅର୍ଣ୍ଣାମେଣ୍ଟାଲ୍ ଲାଇଟ୍, କେତେକଣ ବିଳାସମୟ ସାମଗ୍ରୀ ସିଫ୍ଟ ହୋଇ ସାରିଛି ବୋଲି ସୂଚନା ମିଳିଛି । ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଅଧିକ ପଢ଼ନ୍ତୁ: ନିଆଁରେ ଘିଅ ଢାଳିଲେ କି ପ୍ରଭାତ, ବିଜେଡିରେ ବିଭୀଷଣ କିଏ ?

OTV is now on Whatsapp

Join and get latest news update delivered to you via whatsapp

Join Now