• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଓଡ଼ିଶାରେ ବାଘବଂଶ ବୃଦ୍ଧି ଯୋଜନା । ଅକ୍ଟୋବର ଶେଷ ସୁଦ୍ଧା ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ୪ ବାଘୁଣୀ ସହ ରାଜ୍ୟକୁ ଆସିବେ ୫ ମହାବଳ । ରାଜ୍ୟ ମୁଖ୍ୟ ବନ ସଂରକ୍ଷକଙ୍କ ପକ୍ଷରୁ ଆଜି ଏନେଇ ସୂଚନା ଦିଆଯାଇଛି। ଏହି ଯୋଜନାରେ ଡେବ୍ରିଗଡ଼ ଅଭୟାରଣ୍ୟ ପାଇଁ ୨ଟି ବାଘୁଣୀ ସହ ଗୋଟିଏ ମହାବଳ ଏବଂ ଶିମିଳିପାଳ ଲାଗି କେବଳ ଦୁଇଟି ବାଘୁଣୀ ଅଣାଯାଉଥିବା ସୂଚନା ମିଳିଛି ।

ଅଗଷ୍ଟ ସୁଦ୍ଧା ଡେବ୍ରିଗଡ଼ ଓ ଅକ୍ଟୋବର ଶେଷ ସୁଦ୍ଧା ଶିମିଳିପାଳକୁ ଏଇ ୫ ନୂଆ ମହାବଳଙ୍କୁ ଅଣାଯିବ। ଏଥିସହ ରାଜ୍ୟର ବିଭିନ୍ନ ଅଭୟାରଣ୍ୟ, ଚିଡିଆଖାନା ଓ ଅନ୍ୟ ବାସସ୍ଥଳୀରୁ ୮୧୦ଟି ଚିତ୍ରା ହରିଣ, ୩୨ଟି ସମ୍ବର, ୧୮ଟି କୃଷ୍ଣସାର ମୃଗ, ୩୦ଟି ମଗର, ୨୦ଟି ଲୁଣିପାଣି କୁମ୍ଭୀର ଭଳି ଆହୁରି କିଛି ବନ୍ୟଜନ୍ତୁଙ୍କୁ ରାଜ୍ୟର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଛ଼ଡାଯିବାକୁ ଯୋଜନା ରହିଥିବା ଜଣାପଡିଛି । ଏନେଇ ପିସିସିଏଫ୍‌ଙ୍କ ପକ୍ଷରୁ ବିଭିନ୍ନ ଅଭୟାରଣ୍ୟ ଓ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି ।

 

OTV is now on Whatsapp

Join and get latest news update delivered to you via whatsapp

Join Now