Advertisment

୪ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି; ପୁରୀ ରଥଯାତ୍ରାରେ ହେବେ ସାମିଲ୍

ପୁରୀ ରଥଯାତ୍ରାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି । ମହାମହିମଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବ୍ଲୁ ବୁକ୍ ଅନୁଯାୟୀ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

author-image
Sonali Ojha
ଅଦ୍ୟତନ ହୋଇଛି
President Droupadi Murmu to Visit Odisha

President

ଆଜିଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ସନ୍ଧ୍ୟାରେ ଭୁବନେଶ୍ବର ବିମାନ ବନ୍ଦରରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ପହଞ୍ଚିବେ। ବିମାନ ବନ୍ଦରରୁ ସିଧାସଳଖ ଯିବେ ଜୟଦେବ ଭବନ। ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରପତି ରାଜଭବନରେ ରାତ୍ରି ଯାପନ କରିବେ। ଆସନ୍ତାକାଲି ସକାଳୁ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ପୁରୀ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Advertisment

ପୁରୀ ରଥଯାତ୍ରାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବ୍ଲୁ ବୁକ୍ ଅନୁଯାୟୀ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗସ୍ତ ସମୟରେ ରୁଟକୁ ନୋ ଫ୍ଲାଇଙ୍ଗ ଜୋନ କରାଯିବ। ତାଙ୍କ ଗସ୍ତ ରାସ୍ତାକୁ ସିଲ୍ କରାଯିବ। ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ସୁରକ୍ଷା ବାହିନୀ ସହ ରାଜ୍ୟ ପୋଲିସର ଟିମ୍ ସୁରକ୍ଷା ଦେବେ। ରୁଫ ଟପ୍ ସାର୍ପ ସୁଟର ସ୍ନାଇପର ସଜାଗ ରହିବେ।

ଆସନ୍ତାକାଲି ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ସମସ୍ତେ ପ୍ରସ୍ତୁତ। ଆଜି ଶ୍ରୀମନ୍ଦିରରେ ସକାଳଧୂପ ଶେଷ ହେବାପରେ ରଥଖଳାକୁ ଆଜ୍ଞାମାଳ ବିଜେ ହେବ। ୩ ରଥର ପୂଜାପଣ୍ଡା ସାମନ୍ତଙ୍କ ଦ୍ୱାରା ପଟିଦିଅଁଙ୍କ ଠାରୁ ରଥ ଆଜ୍ଞାମାଳ ବିଜେ ପରେ ଆରମ୍ଭ ହେବ ରଥଟଣା। ରଥଖଳାରୁ ସିଂହଦ୍ୱାରକୁ ପୋଲିସ ଅଧିକାରୀ ଓ ଭକ୍ତମାନେ ଟାଣି ନେଇଯିବେ ତିନିରଥକୁ। ପରମ୍ପରା ଅନୁଯାୟୀ ପ୍ରଥମେ ନନ୍ଦିଘୋଷ, ପରେ ଦର୍ପଦଳନ ଓ ଶେଷରେ ତାଳଧ୍ୱଜ ରଥ ଟଣାଯାଇ ସିଂହଦ୍ୱାରକୁ ଅଣାଯିବ।

Advertisment

୩ ରଥର ନିର୍ମାଣ କାର୍ଯ୍ୟ ଏବେ ଶେଷ ହୋଇଯାଇଛି। ତିନିରଥ ସିଂହଦ୍ୱାରରେ ପହଞ୍ଚିବା ପରେ ପବିତ୍ର ଘୋଷଯାତ୍ରାକୁ ସମସ୍ତ ଭକ୍ତଙ୍କ ଅପେକ୍ଷା। ଚଳିତ ବର୍ଷ ରଥଯାତ୍ରା ଦିନ ନବଯୌବନ ଓ ନେତ୍ରୋତ୍ସବ ପଡୁଥିବାରୁ ଭକ୍ତମାନେ ମହାପ୍ରଭୁଙ୍କର ନବଯୌବନ ଦର୍ଶନରୁ ବଞ୍ଚିତ ରହିବେ। ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

President Draupadi Murmu
Advertisment
Advertisment