• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ଆଜିଠୁ ପୁରୀରେ ଆରମ୍ଭ ହେବ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଜାତୀୟ ସମ୍ମିଳନୀ । ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏଥିପାଇଁ ସେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ପୁରୀରେ ଦୁଇ ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ଜନସ୍ବାସ୍ଥ୍ୟ ସେବାରେ ଅନୁକରଣୀୟ ବ୍ୟବସ୍ଥା ଓ ନୂଆ ଉଦ୍ଭାବନ ସମ୍ପର୍କରେ ଆଲୋଚନା ହେବ । 

ଅଧିକ ପଢ଼ନ୍ତୁ:  କିଏ ହେବେ ରାଜ୍ୟ ବିଜେପି ସଭାପତି ? ଲାଗିରହିଛି ନାନା ଚର୍ଚ୍ଚା, ଆସନ୍ତାକାଲି ଛିଡ଼ିପାରେ ଅଙ୍କ...

ଦେଶର ଜନସ୍ବାସ୍ଥ୍ୟ କ୍ଷେତ୍ରରେ କ’ଣ ନୂଆ ଗବେଷଣା ହେଉଛି ଓ ଏହାକୁ କିପରି ସୁବିନିଯୋଗ କରାଯିବ ତାହା ଉପରେ ବିଶେଷ ଆଲୋଚନା କରାଯିବ । ସେହିପରି ଜନସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ସମୀକ୍ଷା ବି ହେବ । ଏହି କାର୍ଯ୍ୟକ୍ରମରେ ନଡ୍ଡାଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଉପସ୍ଥିତ ରହିବେ । 


ଅନ୍ୟପଟେ ଆଜି ରାଜ୍ୟ ବିଜେପି ସଭାପତି ଘୋଷଣା ଅଙ୍କ ମଧ୍ୟ ଛିଣ୍ଡିପାରେ ବୋଲି ଚର୍ଚ୍ଚା ହେଉଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ପୁରୀରୁ ଭୁବନେଶ୍ବର ଫେରି ରାଜ୍ୟ ଅତିଥି ଭବନରେ ଅଢେଇ ଘଣ୍ଟା କଟାଇବେ । ଏଠାରେ ସେ ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ । କୁହାଯାଉଛି ଏହି ସମୟରେ ରାଜ୍ୟ ସଭାପତି ଚୟନ ନେଇ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ବିଳମ୍ବ ହେଉଥିବା ନୂଆ ସଭାପତି ଘୋଷଣା ଅଙ୍କ ଛିଡିପାରେ ।

କୁହାଯାଉଛି ୨୪ ନିର୍ବାଚନରେ ବିଜେପିକୁ ସରକାରକୁ ଆଣିବାରେ ପ୍ରମୁଖ ଭୂମିକା ଥିବା ମନମୋହନ ସାମଲଙ୍କୁ ଦଳ ରିପିଟ୍ କରିପାରେ । କେନ୍ଦ୍ରୀୟ ନେତୃତ୍ବ ନିକଟରେ ବିଜେଡି ସହ ମେଣ୍ଟ ନକରିବା ପାଇଁ ଦୃଢ଼ ଯୁକ୍ତି ରଖିବା ହେଉ କି ପ୍ରାର୍ଥୀ ଚୟନ ଏବଂ ପ୍ରଚାର ପରିଚାଳନାରେ ବି ମୁଖ୍ୟ ଭୂମିକା ନେଇଥିଲେ ମନମୋହନ । ତେଣୁ କେନ୍ଦ୍ରୀୟ ନେତୃତ୍ୱଙ୍କ ଗୁଡ୍ ବୁକ୍‌ରେ ମନମୋହନ ଥିବା ବେଳେ ତାଙ୍କୁ ଦଳ ପୁରସ୍କୃତ କରିପାରେ ।

 

OTV is now on Whatsapp

Join and get latest news update delivered to you via whatsapp

Join Now