Advertisment

ରତ୍ନ ଭଣ୍ଡାର ଖୋଲାଯିବା ନେଇ ଶଙ୍କରାଚାର୍ଯ୍ୟଙ୍କ ସହ ହୋଇନି କିଛି ଆଲୋଚନା !

୪ ମାସ ହେବ ବାହାରେ ଥିବା ବେଳେ ଆସନ୍ତାକାଲି ରଥଯାତ୍ରା ଥିବାରୁ ପୁରୀକୁ ଫେରିଛନ୍ତି ଶଙ୍କରାଚାର୍ଯ୍ୟ। ତେବେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Sankaracharya

Sankaracharya

ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ଶଙ୍କରାଚାର୍ଯ୍ୟ କହିଛନ୍ତି ସୁପ୍ରିମକୋର୍ଟଙ୍କ ଜଜମେଣ୍ଟ ଅଛି, ଯେ ମନ୍ଦିର ସଂପର୍କରେ ଯେକୌଣସି ପଦକ୍ଷେପ ନେବା ପୂର୍ବରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କରିବା ଉଚିତ । ମାତ୍ର ରତ୍ନଭଣ୍ଡାର ଖୋଲିବା ନେଇ ତାଙ୍କ ସହ କୌଣସି ପରାମର୍ଶ ନିଆଯାଇନାହିଁ କି ତାଙ୍କ ଉପସ୍ଥିତିରେ କୌଣସି ବୈଠକ କରାଯାଇନାହିଁ।

Advertisment

୪ ମାସ ହେବ ବାହାରେ ଥିବା ବେଳେ ଆସନ୍ତାକାଲି ରଥଯାତ୍ରା ଥିବାରୁ ପୁରୀକୁ ଫେରିଛନ୍ତି ଶଙ୍କରାଚାର୍ଯ୍ୟ। ତେବେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଅନ୍ୟପଟେ ଆଜି ବସିବ ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ। ନୂତନ ଭାବରେ ଗଠନ କରାଯାଇଥିବା ରତ୍ନଭଣ୍ଡାର ଯାଞ୍ଚ କମିଟିର ବୈଠକ ଦିନ ୧୧ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ। ପୂର୍ବତନ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ ଟିମ୍ ସଦସ୍ୟ ରତ୍ନଭଣ୍ଡାର ଖୋଲିବା ନେଇ ବିସ୍ତୃତ ଆଲୋଚନା କରିବେ। କେଉଁ ଦିନ ଏବଂ କିଭଳି ଭାବରେ ଖୋଲିବ ତାର ମୋଡାଲିଟି କରାଯିବ ।

Advertisment

ଯଦି ରଥଯାତ୍ରା ସମୟରେ ଖୋଲାଯାଏ, ତେବେ କିଭଳି ପ୍ରକ୍ରିୟା ରହିବ ତା ଉପରେ ଆଲୋଚନା କରାଯିବ। ଏତେ କମ୍ ଦିନରେ ଗଣତି ମଣତି ଓ ମରାମତି କରାଯିବା ଅସମ୍ଭବ। ତେଣୁ ସେ ସମୟରେ ନୀତି କାନ୍ତି କିଭଳି ସମନ୍ୱୟ ରଖି କରାଯିବ ଏବଂ ଗଣତି  ମଣତି କରାଯିବ ତା ଉପରେ ବିସ୍ତୃତ ଭାବରେ ଆଲୋଚନା ହେବ। 

Lord Jagannath Puri Srimandir Puri Temple Ratha Jatra Ratnabhandar
Advertisment
Advertisment