Advertisment

ମାଗଣାରେ ଦେଲେନି କ୍ୟାରି ବ୍ୟାଗ୍‌; ଏବେ ୧୬ ଟଙ୍କା ପାଇଁ ଗଣିବେ ୩୩ ହଜାର ଫାଇନ୍‌

ଉପଭୋକ୍ତାଙ୍କୁ ୧୬ ଟଙ୍କାର କ୍ୟାରି ବ୍ୟାଗ ନଦେବାରୁ, ବଲାଙ୍ଗିର ସହର ଭିତରେ ଥିବା ବିଶାଲ ମେଗା ମାର୍ଟକୁ ବଲାଙ୍ଗିର ଜିଲ୍ଲା ଖାଉଟି ଅଦାଲତ ୩୩ ହଜାର ଟଙ୍କା ଫାଇନ କରିଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
Vishal Mega Mart Fined For Charging For Carry Bag In Bolangir

Fine

୧୬ ଟଙ୍କା ପାଇଁ ୩୩ ହଜାର ଫାଇନ। ଉପଭୋକ୍ତାଙ୍କୁ ୧୬ ଟଙ୍କାର କ୍ୟାରି ବ୍ୟାଗ ନଦେବାରୁ, ବଲାଙ୍ଗିର ସହର ଭିତରେ ଥିବା ବିଶାଲ ମେଗା ମାର୍ଟକୁ ବଲାଙ୍ଗିର ଜିଲ୍ଲା ଖାଉଟି ଅଦାଲତ ୩୩ ହଜାର ଟଙ୍କା ଫାଇନ କରିଛନ୍ତି। ସୂର୍ଯ୍ୟକାନ୍ତ ବାଗ ନାମକ ଜଣେ ଗ୍ରାହକ ଗତ ସେପ୍ଟେମ୍ବର ମାସରେ ବିଶାଲ ମେଗା ମାର୍ଟକୁ ଡ୍ରେସ କିଣିବାକୁ ଯାଇଥିଲେ। ଡ୍ରେସ କିଣିବା ପରେ କ୍ୟାରି ବ୍ୟାଗ ମାଗଣାରେ ନଦେଇ ସେଥିପାଇଁ ଅତିରିକ୍ତ ୧୬ ଟଙ୍କା ନେଇଥିଲା ବିଶାଲ ମେଗା ମାର୍ଟ।

Advertisment

ଏନେଇ ସୂର୍ଯ୍ୟକାନ୍ତ ବାଗ ଓରଫ ସୁଶାନ୍ତ, ଜିଲ୍ଲା ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଅଦାଲତ ବିଶାଲ ମେଗା ମାର୍ଟକୁ ଦୋଷୀ ସାବ୍ୟସ୍ତ କରି ୩୩ ହଜାର ଟଙ୍କା ଫାଇନ ଦେବା ପାଇଁ ନିର୍ଦେଶ ଦେଇଛନ୍ତି। ସେପଟେ ବଲାଙ୍ଗିର ବିଶାଲ ମେଗା ମାର୍ଟ କର୍ତ୍ତୃପକ୍ଷ କହିଛନ୍ତି, ଖାଉଟି ଅଦାଲତଙ୍କ ଆଦେଶ ଉପରେ ଉପରିସ୍ଥ ଅଧିକାରୀ ପଦକ୍ଷେପ ନେବେ।

ସୂଚନା ମୁତାବକ ବ୍ୟାଗର ମୂଲ୍ୟ ମାତ୍ର ୧୬ ଟଙ୍କା। ବଲାଙ୍ଗିର ବିଶାଳ ମେଗା ମାର୍ଟ, ଜଣେ ଗ୍ରାହକ ସୂର୍ଯ୍ୟକାନ୍ତ ବାଗଙ୍କ ପାଖରୁ ବ୍ୟାଗ ବାବଦକୁ ୧୬ ଟଙ୍କା ନେଇଥିଲେ। ରସିଦରେ ଅନ୍ୟ ସାମଗ୍ରୀ ସହିତ ବ୍ୟାଗ ବାବଦକୁ ୧୬ ଟଙ୍କା ବୋଲି ମଧ୍ୟ ଲେଖାଯାଇଛି। ଗତ ସେପଟେମ୍ବର ୨୦୨୩ ରେ, ବିଶାଳ ମେଗା ମର୍ଟରେ ମାର୍କେଟିଂ ଏହି ଘଟଣା ଘଟିଥିଲା। ତେଣୁ ଲିଖିତ ଭାବେ ସବୁ ଦଲିଲ ଦସ୍ତାବିଜ ସହିତ, ଖାଉଟୀ ଅଦାଳତରେ ଅଭିଯୋଗ କରିଥିଲେ ସୂର୍ଯ୍ୟକାନ୍ତ। ଆଉ ଗତ ଜୁଲାଇ ୨ ତାରିଖ, ବ୍ୟାଗ ପାଇଁ ୧୬ ଟଙ୍କା ନେଇଥିବାରୁ, ବିଶାଳ ମେଗାମର୍ଟକୁ ୩୩ ହଜାର ଟଙ୍କାର ଫାଇନ ପକାଇଛନ୍ତି ଅଦାଳତ।

Advertisment

ଅଧିକ ପଢ଼ନ୍ତୁ: ମାତ୍ର ୬ ଟଙ୍କାର କ୍ୟାରି ବ୍ୟାଗ୍‌ ପାଇଁ ୨୫ ହଜାର ଟଙ୍କା ଗଣିଲା ସପିଂ ମଲ୍‌

Consumer Court
Advertisment
Advertisment