/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740716801.jpg)
Uttam Mohanty
ଚିରନିଦ୍ରାରେ ଓଲିଉଡର ଲୋକପ୍ରିୟ ତଥା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି।ଗୁରୁଗ୍ରାମର ମେଦାନ୍ତ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ଦେହାନ୍ତ ହୋଇଛି। ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ ଉତ୍ତମ।
ଆଜି ଦିନ ପ୍ରାୟ ୧୧ରୁ ସାଢ଼େ ୧୧ଟାରେ ଉତ୍ତମ ମହାନ୍ତିଙ୍କ ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ । ଏହାପରେ ପାର୍ଥିବ ଶରୀରରକୁ ତାଙ୍କର ବାସଭବନ ବରମୁଣ୍ଡାକୁ ନିଆଯିବ। ସେଠାରେ ଶେଷ ଦର୍ଶନ କରିବେ ବନ୍ଧୁବାନ୍ଧବ, ଆତ୍ମୀୟ ପରିଜନ ଓ ତାଙ୍କୁ ଭଲ ପାଉଥିବା ଲୋକମାନେ । ଏହାପରେ ସତ୍ୟ ନଗର ନିଆଯିବ। ସେଠାରେ ଗାର୍ଡ ଅଫ୍ ଅନର ଦିଆଯିବା ପରେ ଶେଷକୃତ୍ୟ କରାଯିବ। ଏହି ସୂଚନା ଦେଇଛନ୍ତି ଉତ୍ତମ ମହାନ୍ତିଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର।
ସେ କହିଛନ୍ତି, ଦିଲ୍ଲୀରୁ ଏବେ ବାହାରୁଛନ୍ତି। ବାବୁସାନ, ବୋହୂ ତୃପ୍ତି ଓ ଡାକ୍ତରୀ ଦଳ ତାଙ୍କ ସହ ଆସୁଛନ୍ତି।
ଅଧିକ ପଢ଼ନ୍ତୁ: CA ରୁ ସୁପରଷ୍ଟାର....ଉତ୍ତମଙ୍କ ବିଷୟରେ କିଛି ଅଜଣା କଥା
ଭୁବନେଶ୍ୱରରେ ଦୀର୍ଘ ଦିନ ଧରି ଚିକିତ୍ସା ପରେ ଗତ ୮ ତାରିଖରେ ତାଙ୍କୁ ମେଦାନ୍ତ ହସପିଟାଲ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଏୟାରଲିଫ୍ଟ କରାଯାଇଥିଲା ଉତ୍ତମଙ୍କୁ। ସେଠାରେ ଗତ ୨୦ ଦିନ ହେଲା ତାଙ୍କର ଚିକିତ୍ସା ଜାରି ରହିଥିଲା। ତେବେ ଗତକାଲି ରାତି ପ୍ରାୟ ସାଢେ ୧୦ଟାରେ ତାଙ୍କର ହୃଦଘାତ ହୋଇଥିଲା।
ଅନ୍ୟପକ୍ଷରେ ଭୁବନେଶ୍ୱର ଜଗନ୍ନାଥ ବିହାର ସ୍ଥିତ ଘରେ ଦିଲ୍ଲୀରୁ ଆସି ପହଞ୍ଚିଛନ୍ତି ଅପରାଜିତା ମହାନ୍ତି। ବନ୍ଧୁ, ପରିଜନ ମଧ୍ୟ ଜଣକ ପରେ ଜଣେ ଆସି ଘରେ ପହଞ୍ଚୁଛନ୍ତି। ମେଦାନ୍ତରୁ ମରଶରୀର ଆସିବା ପରେ ଉତ୍ତମଙ୍କ ଶେଷ ଦର୍ଶନ କରିବେ ସମସ୍ତେ।
ଉତ୍ତମଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିବା ସହ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଅଧିକ ପଢନ୍ତୁ: ଜୀବନ ଯୁଦ୍ଧରେ ହାରିଗଲେ ଉତ୍ତମ ମହାନ୍ତି; ଦିନ୧୧ଟାରେ ଭୁବନେଶ୍ୱରରେ ପହଞ୍ଚିବ ମରଶରୀର
‘#ବାପାଙ୍କୁ_ଦିଲ୍ଲୀରୁ_ଭୁବନେଶ୍ୱର_ଆଣୁଛନ୍ତି_ବାବୁଶାନ’
'ବର୍ତ୍ତମାନ ସେ ଦିଲ୍ଲୀରୁ ବାହାରୁଛନ୍ତି....ବାପାଙ୍କୁ ଦିଲ୍ଲୀରୁ ଭୁବନେଶ୍ୱର ଆଣୁଛନ୍ତି ବାବୁଶାନ। ସାଙ୍ଗରେ ବୋହୂ ତୃପ୍ତି ଅନ୍ୟ ଡାକ୍ତରୀ ଦଳଙ୍କ ଆସୁଛନ୍ତି । ଦିନ ୧୧ଟା ଭିତରେ ପହଞ୍ଚିବେ। #UttamMohanty#OdiaActor#OdiaCinema#Ollywood#Odisha#OTVpic.twitter.com/JG4AMBikgG— ଓଟିଭି (@otvkhabar) February 28, 2025
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)