Advertisment

ଭାଇଜାଗରୁ ଉଦ୍ଧାର ହେଲା ବିକ୍ରି ଶିଶୁ, ପାରାଦୀପ ହସ୍ପିଟାଲରେ ଭର୍ତ୍ତି

ପାରାଦୀପରେ ଶିଶୁ ପୁତ୍ର ବିକ୍ରି ଅଭିଯୋଗ ଘଟଣାରେ କାମ ଦେଲା ପ୍ରଶାସନର ଚେତାବନୀ । ପ୍ରଶାସନର ଚେତାବନୀ ପରେ ଶିଶୁପୁତ୍ର ଉଦ୍ଧାର ହୋଇଛି ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
New Born Baby Rescud From Vizag

New Born Baby

ପାରାଦୀପରେ ଶିଶୁ ପୁତ୍ର ବିକ୍ରି ଅଭିଯୋଗ ଘଟଣାରେ କାମ ଦେଲା ପ୍ରଶାସନର ଚେତାବନୀ । ପ୍ରଶାସନର ଚେତାବନୀ ପରେ ଶିଶୁପୁତ୍ର ଉଦ୍ଧାର ହୋଇଛି । ଶିଶୁଟି ଉଦ୍ଧାର ପରେ ପାରାଦୀପ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶିଶୁଟିକୁ ଦଲାଲଙ୍କ ସମ୍ପର୍କୀୟ ଭାଇଜାଗରୁ ଆଣି ପାରାଦୀପ ପୋଲିସକୁ ଦେଇଥିବା ସୂଚନା ମିଳିଛି ।

Advertisment

ତେବେ ନବଜାତ କେଉଁଠି, କାହା ପାଖରେ ରହିବ ନିଷ୍ପତ୍ତି ନେବ ସିଡବ୍ଲୁସି । ଏପଟେ ଘଟଣା ପ୍ରଘଟ ପରଠାରୁ ନବଜାତର ମାଆ ଗାଏବ ରହିଛି । ୨୪ ଘଣ୍ଟାରେ ଶିଶୁକୁ ଆଣି ଫେରାଅ ନହେଲେ ବନ୍ଧା ହେବ । ଦଲାଲଙ୍କ ସଂପର୍କୀୟଙ୍କୁ ପ୍ରଶାସନର ଏଭଳି ତାଗିଦ ପରେ ଶିଶୁକୁ ଫେରାଇ ଦେଇଛି ଦଲାଲ ।

ଅଧିକ ପଢ଼ନ୍ତୁ: ଝିଅ ଜନ୍ମ ହେଲା ବୋଲି, ହସ୍ପିଟାଲ୍‌ରୁ ଘରକୁ ଆସିବା ପରେ ମାରିଦେଲା ବାପା

Advertisment

ଏକ ଲକ୍ଷ ଟଙ୍କାରେ ଭାଇଜାଗରେ ଦିନକର ଶିଶୁ ବିକ୍ରି ଘଟଣାରେ ଜଗତସିଂହପୁର ଜିଲ୍ଲା ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷା ଶକୁନ୍ତଳା ଚୌଧୁରୀଙ୍କ ନେତୃତ୍ୱରେ ପାରାଦୀପରେ ଛାନଭିନ କରୁଥିବା ୪ ଜଣିଆ ଟିମ୍ ଏବଂ ପାରାଦୀପ ପୋଲିସ ଘଟଣାର ଖୋଳତାଡ଼ ଜାରି ରଖିଛନ୍ତି । ତେବେ ଏନେଇ ସଂପୃକ୍ତ ଶିଶୁର ମାଆ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନି । ଶିଶୁଟିକୁ ନିଜେ ଦଲାଲ୍ ପାରାଦୀପ ଆଣି ଆସିଥିବା ସୂଚନା ମିଳିଛି ।

ଗତ ରବିବାର ମାମିନା ସର୍ଦ୍ଦାର ନାମ୍ନୀ ଜଣେ ଆଦିବାସୀ ମହିଳା ଅଠରବାଙ୍କି ସରକାରୀ ଡାକ୍ତରଖାନାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ଏବଂ ସୋମବାର ଉକ୍ତ ଶିଶୁପୁତ୍ରକୁ ଆନ୍ଧ୍ର ଭାଇଜାଗର ଜଣେ ତେଲୁଗୁ ବ୍ୟକ୍ତିଙ୍କୁ ବିକି ଦେଇଥିବା ଅଭିଯୋଗ ହେଉଛି । ନୂଆବଜାରର ଜଣେ ଦଲାଲ ପ୍ରରୋଚନାରେ ଲକ୍ଷେ ଟଙ୍କାରେ ଛୁଆ ବିକ୍ରି କରିଥିବା କଥା ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ ମାମିନା ପ୍ରଥମେ ଷଣ୍ଢକୁଦ ବସ୍ତିରେ ରହୁଥିଲେ । ନିଜର ଗର୍ଭ ନଷ୍ଟ କରିବାକୁ ଚାହିଁବାରୁ ମାଙ୍ଗା ନାମ୍ନୀ ଜଣେ ତେଲୁଗୁ ମହିଳା ତାଙ୍କୁ ବାରଣ କରିବା ସହିତ ମାମିନାର ଦେଖାଶୁଣା କରୁଥିଲେ ଓ ସମୟକୁ ସମୟ ଚିକିତ୍ସା କରାଉଥିଲେ । ପିଲା ଜନ୍ମ ହେଲେ ସେ ପିଲାକୁ ରଖିବେ ବୋଲି ଆଦିବାସୀ ମହିଳାକୁ ଭରସା ଦେଇଥିଲେ । ମାମିନାର ଥିବା ଝିଅର ଭବିଷ୍ୟତ ପାଇଁ ମଧ୍ୟ ୩୦ ହଜାର ଟଙ୍କା ଦେବେ ବୋଲି କହିଥିଲେ ।

ଗତ ଶୁକ୍ରବାର ଅଠରବାଙ୍କି ସରକାରୀ ଡାକ୍ତରଖାନାରେ ମାମିନା ଭର୍ତ୍ତି ହୋଇଥିଲେ । ରବିବାର ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଆଉ ସୋମବାର ଜଣେ ଦଲାଲ ମାଧ୍ୟମରେ ନିଜ କୋଳର ଛୁଆକୁ ଭାଇଜାଗ ପଠାଇ ଦେଇଥିଲେ । ଏ କଥା ଜାଣିବା ପରେ ମାଙ୍ଗା ସ୍ଥାନୀୟ ପରିଷଦ ଓ କିଛି ମହିଳାଙ୍କୁ ସାଙ୍ଗରେ ନେଇ ମାମିନା ପାଖକୁ ଯାଇ ପାଟିତୁଣ୍ଡ କରିଥିଲେ ।

ଅଧିକ ପଢ଼ନ୍ତୁ: ଜନ୍ମ କଲା ଛୁଆକୁ ପୋଷ୍ୟ ସନ୍ତାନ ପାଇଁ ଦେଇଦେଲେ ଦମ୍ପତି, କହିଲେ ଛୁଆ ପାଳିବାକୁ ଆମ ପାଖରେ ସମୟ ନାହିଁ

New Born Baby
Advertisment
Advertisment