• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୃଷ୍ଣପ୍ରସାଦ : ସମୁଦ୍ର କୂଳରେ ବିଶାଳକାୟ ମୃତ ତିମି । କୂଳରୁ ବାହାର କରିବା ପାଇଁ ଜେସିବି ଲାଗିଛି । ତଥାପି ମୃତ ତିମିକୁ ବାହାର କରାଯାଇ ପାରୁନି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ମାଲୁଦ ପଞ୍ଚାୟତ ଫତେପୁର ଗାଁ ନିକଟ ସମୁଦ୍ରରେ ଲାଗିଛି ବିଶାଳକାୟ ତିମି ମାଛ । ଆଉ ଏହାକୁ ଦେଖିବାକୁ ପ୍ରବଳ ଭିଡ଼ ଜମିଛି । ମାଛଟିର ଲମ୍ବ ପ୍ରାୟ ୩୦ରୁ ୩୫ ଫୁଟ୍ ହେବ ।

 ତିମିଟି କୂଳରେ ଲାଗିଥିବା ସମୟରେ ବଞ୍ଚିଥିଲା, କିନ୍ତୁ ଏବେ ମରିଯାଇଛି । ଏହି ତିମିର ଓଜନ ୨୦ ଟନରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ଗଭୀର ସମୁଦ୍ରରେ ରହୁଥିବା ଏହି ତିମି ମାଛ କିଭଳି ସ୍ଥିତିରେ କୂଳକୁ ଆସିଲା, ତାହା ଜଣାପଡ଼ିନାହିଁ । କୌଣସି ଆଘାତ ପାଇ ତିମିଟି ସମୁଦ୍ର କୂଳକୁ ଚାଲି ଆସିଥିବା ସନ୍ଦେହ କରାଯାଉଛି । ଏତେ ବିଶାଳକାୟ ତିମି ମାଛ କୂଳରେ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ।

ବର୍ତ୍ତମାନ ମୃତ ତିମିକୁ କୂଳରୁ ବାହାର କରିବାକୁ ଜେସିବି ଲାଗିଛି, ହିଟାଚି ବି ଡକାଯାଇଛି ବୋଲି କହିଛନ୍ତି ଏସିଏଫଓ । ସମୁଦ୍ର କୂଳରୁ ମୃତ ତିମିକୁ ବାହାର କରିବା ପାଇଁ ଚେଷ୍ଟା କରାଯାଉଛି । କୃଷ୍ଣପ୍ରସାଦ ଭିଏଓ ଆସିଛନ୍ତି । ଏହାସହ ଜୁଲୋଲିକାଲ ସର୍ଭେ ଅଫ୍ ଇଣ୍ଡିଆର ଜଣେ ବୈଜ୍ଞାନିକ ମଧ୍ୟ ସମୁଦ୍ର କୂଳରେ ପହଞ୍ଚିଛନ୍ତି । ମୃତ ତିମିର ନମୁନା ନିଆଯାଇଛି ।

ଗଭୀର ସମୁଦ୍ରରେ ରହୁଥିବା ଏହି ତିମିର ଡିଏନଏ ପରୀକ୍ଷା ହେବ । ଭୁଲବଶତଃ ସେ କୂଳକୁ ଆସିଯାଇଛି, ଆଉ ଫେରିନି । ତେବେ ମୃତ ତିମି ଦେହରେ କୌଣସି ଆଘାତର ଚିହ୍ନ ନାହିଁ । ଗତକାଲି ଉଭୟ ମେଲ ଓ ଫିମେଲ ଦୁଇଟି ତିମି କୂଳକୁ ଆସିଥିଲେ । ପୂରା କୂଳକୁ ପଳାଇ ଆସିବା ପରେ ପୁରୁଷ ତିମିଟି ଆଉ ଫେରିପାରିନି ବୋଲି କହିଛନ୍ତି ଏସିଏଫଓ ।

ସେହିପରି ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ବୈଜ୍ଞାନିକ ଅନୀଲ ମହାପାତ୍ର ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏହା ନୂଆ କଥା ନୁହଁ । ବଙ୍ଗୋପସାଗରେ ତିମି ଦେଖାଯାଆନ୍ତି । ନଭେମ୍ବରରୁ ଫେବୃୟାରୀ ଭିତରେ ଏପରି ଦେଖିବାକୁ ମିଳେ । ପ୍ରତି ବର୍ଷ ଏପରି ହେଉଛି । ପାଣିରୁ କୂଳକୁ ଆସିବା ପରେ ଆଉ ଫେରିପାରିନି ବୋଲି ସେ କହିଛନ୍ତି ।