ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ କେନ୍ଦ୍ର ସରକାର ମନା କରିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି।
‘ରିସ୍କ’ଦେଶରୁ ଓଡ଼ିଶା ଆସିଥିବା ୨୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜିନୋମ୍ ସିକ୍ୟୁଏନ୍ସିଂ ରିପୋର୍ଟ ଆସିବା ପରେ ଜଣାପଡ଼ିବ ଏମାନେ ଓମିକ୍ରନ୍ରେ ଆକ୍ରାନ୍ତ କି ନୁହେଁ।
ବିକ୍ରି ପାଇଁ ଉଦ୍ଦିଷ୍ଟ ନଥିବା କ୍ଷୀର ପ୍ୟାକେଟ ଉପରେ ସ୍ପଷ୍ଟ ଭାବେ ଲେଖା ଥିବା ସତ୍ତ୍ବେ ଏହାକୁ ବିକ୍ରି କରି ଲାଭବାନ ହେଉଛନ୍ତି କଳାବେପାରୀ।
କିଛି ବ୍ୟକ୍ତି ଅନ୍ୟ ରାଜ୍ୟର ମଧ୍ୟ ଠିକଣା ଦେଇଥିବା ଜଣାପଡ଼ିଛି। ୪୦ ପ୍ରତିଶତ ଅର୍ଥାତ ପାଖାପାଖି ୩୨୦ ଜଣଙ୍କ ପତ୍ତା ମିଳୁନି।
ତେଲେଙ୍ଗାନାରେ ଏକ କଲେଜର ୪୩ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଇଭେଣ୍ଟରେ ଅଧିକାଂଶ ଛାତ୍ରଛାତ୍ରୀ ମାସ୍କ ପିନ୍ଧି ନଥିବା ଦେଖିବାକୁ ମିଳିଥିଲା
କେତେ ମାତ୍ରାରେ ସଂକ୍ରମିତ ହେଉଛି, ତାହା ଉପରେ ଗବେଷଣା ଚାଲିଛି। ୫ରୁ ୭ ଦିନ ଭିତରେ ତାର ଗବେଷଣା ଓଡ଼ିଶା ସରକାରଙ୍କୁ ଜଣାଇବ।
ଖୋଦ୍ ପ୍ରଶାସନିକ ସ୍କୁଲ ବସ୍ ଆଇନକୁ ଉଲ୍ଲଂଘନ କରି ରାସ୍ତାରେ ଚଳାଚଳ କରୁଥିବା ଦେଖିବାକୁ ମିଳିଛି। ଗାଡ଼ିର ଫିଟନେସ୍ ନଥିବା ବେଳେ ଇନ୍ସ୍ୟୁରାନ୍ସ ଅବଧି ମଧ୍ୟ ସରିଗଲାଣି। ଏପରିକି ଗା଼ଡିର ଟ୍ୟାକ୍ସ ମଧ୍ୟ ପୈଠ ହୋଇନି। ଏହା ସତ୍ତ୍ୱେ ବର୍ଷ ବର୍ଷ ଧରି ବିପଦ ସଙ୍କୁଳ ବସ୍ରେ ପ୍ରତ୍ୟେକ ଦିନ କୁନି କୁନି ଛାତ୍ରଛାତ୍ରୀ ଯାତ୍ରା କରୁଛନ୍ତି।
ନ୍ୟୁଜିଲାଣ୍ଡକୁ ୫୪୦ ରନ୍ର ଟାର୍ଗେଟ୍ ଦେଇଥିଲା ଭାରତ। ଆଉ ନ୍ୟୁଜିଲାଣ୍ଡ ୫୪୦ ରନ୍ର ବିଜୟ ଟାର୍ଗେଟକୁ ପିଛା କରି ଦ୍ୱିତୀୟ ଇନିଂସ୍ରେ ୧୬୭ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା।
ନିଜକୁ ନକଲି ଡାକ୍ତରୀ ଛାତ୍ର ପରିଚୟ ଦେଇ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଉ ଥିଲେ ପରେ ସେମାନଙ୍କଠୁ ଲୁଟ୍ କରୁଥିଲେ। ପ୍ରକୃତରେ ଯୁବକ ଜଣକ ଡାକ୍ତରୀ ଛାତ୍ର ନୁହଁନ୍ତି। ବରଂ ସେ ଷଷ୍ଠ ଶ୍ରେଣୀ ଯାଏ ପାଠ ପଢ଼ିଛନ୍ତି।
ବାତ୍ୟା ‘ଜୱାଦ୍’ ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷାରେ ଫସଲ ସବୁ ନଷ୍ଟ ହୋଇ ଯାଇଥିଲା। ଶେଷରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
୭ ତାରିଖରୁ ଓଡ଼ିଶାରେ ପାଗ ଶୁଖିଲା ରହିବ। ଆଜିଠୁ ୩ ରୁ ୪ ଡ଼ିଗ୍ରୀ ଯାଏ ରାତିର ତାପମାତ୍ରା ତଳକୁ ଖସିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
କଟକ ଜିଲ୍ଲା ମାହାଙ୍ଗାର ଲଳିତଗିରି । କାହିଁ କେଉଁ ଅମଳରୁ ଏଠି ପଥର କାରିଗରିକୁ ନିଜର କୌଳିକ ବୃତ୍ତି ଭାବେ ଗ୍ରହଣ କରିନେଇଛନ୍ତି ଲଳିତଗିରିର ଗାଁ ଲୋକେ । ପଥରରେ ଖୋଦେଇ କରି ଭଳିକି ଭଳି ଦେବାଦେବୀଙ୍କ ମୂର୍ତ୍ତି ତିଆରି କରନ୍ତି । ଏହାସହ ରକମର ରକମର ସୁନ୍ଦର ଚଉରା ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
କିଛି ଦିନ ପୂର୍ବରୁ ରାଜଧାନୀ ରାଜରାସ୍ତାରେ କେବିଏନ୍ ଗ୍ରୁପ୍ର ତାଣ୍ଡବ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏଥିରୁ ସ୍ପଷ୍ଟ ଯେ, ଯେଉଁ କମିଶନରେଟ୍ ପୋଲିସ ଭରସାରେ ରାଜଧାନୀବାସୀ ନଶ୍ଚିନ୍ତରେ ଶୋଉଛନ୍ତି, ସେହି ସମୟରେ କମିଶନରେଟ୍ ପୋଲିସ ମଧ୍ୟ ନିଘୋଡ଼ ନିଦରେ ରହୁଛି ।
ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏପଟେ ଓଡ଼ିଶାରେ ଏଯାଏଁ ଓମିକ୍ରନ୍ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟ ସରକାର କହିଛନ୍ତି, ଜାତୀୟ ହାର ତୁଳନାରେ ଓଡ଼ିଶାର କୋଭିଡ୍ ସ୍ଥିତି ବେଶ ଭଲ ରହିଛି ।
ଇଞ୍ଜିନିୟର ହେଉଛନ୍ତି କିନ୍ତୁ ଚାକିରି ମିଳୁନି । ରାଜ୍ୟରେ ଏବେ ଏଭଳି ସ୍ଥିତି । ଧୀରେ ଧୀରେ ଇଞ୍ଜିନିୟରିଂ ପାଠ୍ୟକ୍ରମର ଚାହିଦା ବି କମୁଛି । ମହାମାରୀ ସମୟରେ କଲେଜ ଗୁଡିକରେ ଇଞ୍ଜିନିୟରିଂ ସିଟ୍ ଅଧିକ ମାତ୍ରାରେ ଖାଲି ପଡିଛି ।
ସାମୁଦ୍ରିକ ଝଡ଼ ଜଓ୍ୱାଦ ଦୁର୍ବଳ ହେବା ପରେ ଓଡ଼ିଶା ଉପରୁ ଟଳିଛି ବାତ୍ୟା ବିପଦ । କିନ୍ତୁ ଦୁଇ ଦିନ ଧରି ଭିଜୁଛି ଉପକୂଳ ଓଡ଼ିଶା । ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳରେ ବାତ୍ୟା ଜଓ୍ୱାଦ ପ୍ରଭାବରେ ସବୁଠୁ ଅଧିକ ବର୍ଷା ହୋଇଛି ।
ଗଞ୍ଜାମ ଖଲ୍ଲିକୋଟ ବ୍ଲକ୍ ଅଞ୍ଚଳରେ ରେକର୍ଡ ହୋଇଛି ୧୫୮ ମିଲିମିଟର ବର୍ଷା । ପ୍ରବଳ ବର୍ଷା ଯୋଗୁ ଉଜୁଡି ଯାଇଛି ଧାନ ଓ ପନିପରିବା ଫସଲ । କ୍ଷେତରେ କଟା ସରିଥିଲା ଧାନ, ଖଳାକୁ ଯିବା ଆଗରୁ ମାଡ଼ିଆସିଲା ବାତ୍ୟାଜନିତ ବର୍ଷା ।
ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏପଟେ ଓଡ଼ିଶାରେ ଏଯାଏଁ ଓମିକ୍ରନ୍ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟ ସରକାର କହିଛନ୍ତି, ଜାତୀୟ ହାର ତୁଳନାରେ ଓଡ଼ିଶାର କୋଭିଡ୍ ସ୍ଥିତି ବେଶ ଭଲ ରହିଛି ।
୨୨ ବର୍ଷର ଶାସନ କାଳରେ ଏଭଳି ସ୍ଥିତି ହଟେଇ ପାରିଲେନି ବିଜେଡି ସରକାର । ଡିଏମ୍ଏଫ୍ ଫଣ୍ଡ ଆଦିବାସୀଙ୍କ କ୍ଷେତ୍ରରେ ଖର୍ଚ୍ଚ ହେଉ ନାହିଁ କହିଲେ ରବି ନାଏକ । ରାଜ୍ୟର ୩୩ଟି ନିର୍ବାଚନ ମଣ୍ଡଳୀ ସହ ଆଦିବାସୀ ଅଞ୍ଚଳରେ ଆନ୍ଦୋଳନ ନେଇ ଚେତାବନୀ ଦେଲେ ରବି ନାଏକ ।
ରୋଜଗାରିଆ ମଣିଷଟି ବିଛଣାରେ ପଡ଼ି ପଡ଼ି ମୃତ୍ୟୁକୁ ଅପେକ୍ଷା କରିଛି । ବିଝାଂରପୁର ବ୍ଲକ ଚିକ୍କଣା ପଂଚାୟତ ଲେଙ୍କା ସାହିର ଚାନ୍ଦମଣି ଜେନା ପାନକ୍ରିଆଜ୍ କ୍ୟାନସରରେ ପୀଡିତ । ଗରିବ ଓ ଦିନ ମଜୁରିଆ ଭାବେ କାମ କରୁଥିବା ମଣିଷ ଜଣକ ଅର୍ଥ ଅଭାବରୁ ଚିକିତ୍ସିତ ହୋପାରୁନାହାନ୍ତି ।
ଦକ୍ଷିଣ ଓଡ଼ିଶାରେ ବର୍ଷା କମିଛି, ଉତ୍ତର ଓଡ଼ିଶାରେ ବର୍ଷା ବଢ଼ିଛି । ଓଡ଼ିଶା ଉପକୂଳରେ ଆଜି ସଂଧ୍ୟା ଯାଏଁ ପବନ ବହିବ, ରାତିକୁ କମିବ ବୋଲି ଆଇଏମ୍ଡି ଡିଜି କହିଛନ୍ତି ।
୧୪ ଦିନ ଭିତରେ ଲକ୍ଷଣ ଦେଖାଗଲେ ଟେଷ୍ଟ କରାନ୍ତୁ । ଏହାସହ ବିଦେଶରୁ ପ୍ରତିଦିନ କେତେ ଜଣ ଫେରୁଛନ୍ତି ସେନେଇ କେନ୍ଦ୍ରଠାରୁ ତଥ୍ୟ ସଂଗ୍ରହ କରାଯାଉଛି ।
ପାଞ୍ଚ ଦିନ ଧରି ଏଆଇସିଟିଇ ଟ୍ରେନିଂ ଆଣ୍ଡ୍ ଲର୍ଣ୍ଣିଂ ଏକାଡେମୀ ଅଧିନରେ “ଦକ୍ଷତା ଏବଂ ଅକ୍ଷମତା” ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରମୁଖ ବୈଜ୍ଞାନିକମାନେ ଅଂଶ ଗ୍ରହଣ କରି ବହୁ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି।
ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି। ପ୍ରତିଟି ଯାତ୍ରୀଙ୍କ ଉପରେ ତର୍ଜମା କରାଯାଉଛି। ଆଜି ଏନେଇ ସୂଚନା ଦେଉଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ରାଜ୍ୟକୁ କେତେ ଲୋକ ବିଦେଶରୁ ଆସୁଛନ୍ତି ସେ ନେଇ ଜିଲ୍ଲାପାଳଙ୍କୁ ଜଣାଯାଉଛି।