• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସମ୍ବଲପୁର(ବରେନ୍ଦ୍ରନାଥ ପଣ୍ଡା): ପର୍ଯ୍ୟଟକଙ୍କ ପାଇଁ ନୂଆ ଟୁରିଷ୍ଟ ଡେଷ୍ଟିନେସନ ପାଲଟିଛି ସମ୍ବଲପୁରର ହୀରାକୁଦ । ଇକୋ ରିଟ୍ରିଟ୍ ସାଙ୍ଗକୁ ହୀରାକୁଦର ଜଳ ଭଣ୍ଡାରରେ ଆରମ୍ଭ ହୋଇଥିବା ଓ୍ୱାଟର ସ୍ପୋଟର୍ସ ଆକ୍ଟିଭିଟି ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରୁଛି । ଫଳରେ ରାଜ୍ୟ ଓ ରାଜ୍ୟ ବାହାରର ଶହ ଶହ ପର୍ଯ୍ୟଟକ ଏହାର ମଜା ନେବାକୁ ଆସୁଛନ୍ତି । ଯାହା କାରଣରୁ ବୋଟିଂ ଏବଂ ପାରା ସେଲିଂ ପାଇଁ ଏଠାରେ ପ୍ରତିଦିନ ଭି଼ଡ଼ ଜମୁଛି । କେବଳ ଏତିକି ନୁହେଁ ଛୁଟି ଦିନ ଗୁଡ଼ିକରେ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ଦ୍ୱିଗୁଣିତ ମଧ୍ୟ ହେବାରେ ଲାଗିଛି ।

ସ୍ପିଡ ବୋଟିଂର ସୁବିଧା ସହ ହୀରାକୁଦ ଜଳଭଣ୍ଡାରର ପ୍ରାୟ ଦୁଇ ଶହ ଫୁଟ୍ ଉପରେ ଉଡ଼ି, ପ୍ରାକୃତିକ ପରିବେଶର ମଜା ନେବା ପର୍ଯ୍ୟନ୍ତ ସୁବିଧା ମାନ ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ କରାଯାଇଛି । ମୁଖ୍ୟତଃ ଏଠାକାର ଓ୍ୱାଟର ସ୍ପୋଟର୍ସ ଆକ୍ଟିଭିଟି ହିଁ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ରହିଛି । ଯାହାର ଆନନ୍ଦ ଉଠାଇବା ପାଇଁ ରାଜ୍ୟ ତଥା ଦେଶରୁ ପର୍ଯ୍ୟଟକଙ୍କ ଭିଡ ଜମୁଛି । ଶନିବାର ଏବଂ ରବିବାର ହେଲେ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଥାଏ ।

ସୂଚନା ଅନୁସାରେ, ସମ୍ଓ୍ୱଲପୁର ବର୍ତ୍ତମାନ ପର୍ଯ୍ୟଟକଙ୍କ ପାଇଁ ଏକ ନୂତନ ସମ୍ଭାବନା ସୃଷ୍ଟି କରିଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ଗତ ଏପ୍ରିଲ ପହିଲାରୁ ହୀରାକୁଦକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଉଦ୍ୟମ ଜାରି ରଖିଛି । ଫଳରେ ଏଠାରେ ବୋଟିଂ, ସ୍କେଟିଂ, ସ୍କୁବା ଡାଇଭିଂ ଭଳି ଜଳ କ୍ରୀଡ଼ାର ଆୟୋଜନ କରାଯାଇଛି । ଏହାସହ ପର୍ଯ୍ୟଟକଙ୍କ ସୁବିଧା ଓ ସୁରକ୍ଷା ଦୃଷ୍ଟି କୋଣରୁ ଏଠାରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ମେସିନ ଅପରେଟରଙ୍କ୍ ସମେତ ଲାଇଫ୍ ଗାର୍ଡ ନିୟୋଜିତ ହୋଇଛନ୍ତି ।

ଓ୍ୱାଟର ସ୍ପୋଟର୍ସ ଆକ୍ଟିଭିଟି ସମେତ ପର୍ଯ୍ୟଟକଙ୍କୁ ଅଧିକ ମନ୍ତ୍ରମୁଗ୍ଧ କରୁଛି । ଏହି ବିଦେଶାଗତ ପକ୍ଷୀଙ୍କ ସମାଗମ ବର୍ତ୍ତମାନ ହୀରାକୁଦର ଜଳବାୟୁ ବିଦେଶୀ ପକ୍ଷୀଙ୍କ ପାଇଁ ବେଶ୍ ଉପଯୋଗୀ ହୋଇଥିବାରୁ ହଜାର ମାଇଲ ଦୂରରୁ ପକ୍ଷୀମାନେ ଏଠାକୁ ଛୁଟି ଆସୁଛନ୍ତି । କେବଳ ଏହି ଭିନ୍ନ ଭିନ୍ନ ପକ୍ଷୀମାନଙ୍କୁ ଦେଖିବାକୁ  ହିଁ  ଅନେକ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି । ତେବେ ରାଜ୍ୟ ସରକାର ଏହି ସୁନ୍ଦର ପର୍ଯ୍ୟଟନ ସ୍ଥଳ ଉପରେ ଧ୍ୟାନ ଦେଲେ ସମ୍ୱଲପୁର ପର୍ଯ୍ୟଟକଙ୍କ ପାଇଁ ଏକ ହବ ପାଲଟିବ ବୋଲି ରାଜ୍ୟ ତଥା ରାଜ୍ୟ ବହାରୁ ଆସୁଥିବା ଲୋକେ ଆଶା ବ୍ୟକ୍ତ କରିଛନ୍ତି ।