• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ନୂଆ ବର୍ଷରେ ଭକ୍ତଙ୍କୁ ଶ୍ରୀମନ୍ଦିର ମନା । ଏଥର ନୂଆ ବର୍ଷରେ ମହାପ୍ରଭୁଙ୍କ ଜଗନ୍ନାଥଙ୍କ ଦର୍ଶନ କରିବାକୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ । ପ୍ରତି ଥର ନୂଆ ବର୍ଷରେ ହଜାର ହଜାର ଭକ୍ତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି । କିନ୍ତୁ ଏଥର ସେହି ସୁଯୋଗ ଆଉ ପାଇବେନି ଶ୍ରଦ୍ଧାଳୁ । ନୂଆ ବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବିଳମ୍ବିତ ରାତିରୁ ବଡ଼ ଦାଣ୍ଡରେ ଲାଗିଥାଏ ଭିଡ଼ । ଦୂରଦୂରାନ୍ତରୁ ଭକ୍ତ ମାନେ ଆସିଥାନ୍ତି । କିନ୍ତୁ ଏଥର ତାହା ଦେଖିବାକୁ ମିଳିବନି ।

ଡିସେମ୍ବର ୩୧ ଓ ଜାନୁଆରୀ ୧ରେ ଶ୍ରୀମନ୍ଦିର ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରଖିବାକୁ ପ୍ରଶାସନ କହିଛି । ନୂଆବର୍ଷରେ ସମ୍ଭାବ୍ୟ ଭିଡ଼ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖ ପରେ, ୨ ତାରିଖ ରବିବାର ଥିବାରୁ ସେଦିନ ମଧ୍ୟ ବନ୍ଦ ରହିବ ଦର୍ଶନ । ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି ।

ଅନ୍ୟ କୋଭିଡ୍‌ ସ୍ଥିତିକୁ ଦେଖି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଜାନୁଆରୀ ଗାଇଡ୍‌ଲାଇନ୍‌ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଏନେଇ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ସୂଚନା । ସୂଚନାଯୋଗ୍ୟ ଗତ ଦୁଇ ବର୍ଷ ହେବ କରୋନା ମହାମାରୀ ଯୋଗୁଁ ଧନୁଯାତ୍ରା ବନ୍ଦ ରହିଛି ।