Advertisment

ଶ୍ରୀମନ୍ଦିର ଭିତରେ ନାବାଳକ ସେବାୟତଙ୍କୁ ଯୌନ ନିର୍ଯ୍ୟାତନା

ପୁରୀ ଶ୍ରୀମନ୍ଦିର ଭିତରେ ନାବାଳକ ସେବାୟତଙ୍କୁ ଅନ୍ୟ ଜଣେ ବରିଷ୍ଠ ସେବାୟତ ଯୌନ ନିର୍ଯାତନା ଦେଇଥିବା ନେଇ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି । କିଛି ଦିନ ହେଲା ବରିଷ୍ଠ ସେବାୟତ ଏମିତି ନିର୍ଯାତନା ଦେଇ ଆସୁଥିବା ନେଇ ନାବାଳକ ସେବାୟତଙ୍କ ବାପା ଅଭିଯୋଗ କରିଛନ୍ତି ।

author-image
Otv Khabar Bureau
Puri Srimandir Senior Servitor ‘Sexually Assaults’ Minor Servitor

Puri Srimandir Senior Servitor ‘Sexually Assaults’ Minor Servitor

ପୁରୀ: ପୁରୀ ଶ୍ରୀମନ୍ଦିର ଭିତରେ ନାବାଳକ ସେବାୟତଙ୍କୁ ଅନ୍ୟ ଜଣେ ବରିଷ୍ଠ ସେବାୟତ ଯୌନ ନିର୍ଯାତନା ଦେଇଥିବା ନେଇ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି । କିଛି ଦିନ ହେଲା ବରିଷ୍ଠ ସେବାୟତ ଏମିତି ନିର୍ଯାତନା ଦେଇ ଆସୁଥିବା ନେଇ ନାବାଳକ ସେବାୟତଙ୍କ ବାପା ଅଭିଯୋଗ କରିଛନ୍ତି । ଏପରିକି ଶ୍ରୀମନ୍ଦିର ପ୍ରଶାସନ, ନିଯୋଗ ଓ ଆରକ୍ଷୀ ଅଧିକ୍ଷକଙ୍କୁ ବି ସେ ଏ ସମ୍ପର୍କରେ ଲିଖିତ ଭାବେ ଜଣାଇଥିବା କହିଛନ୍ତି ।

Advertisment

ଗତ ୨ ମାସ ତଳେ ପୁଅ ଭୁବନେଶ୍ୱରୀ ମନ୍ଦିରରେ ଥିବାବେଳେ ଲକ୍ଷ୍ମୀ ମନ୍ଦିରର ଜନୈକ ସେବାୟତ ପୁଅକୁ ଯୌନ ନିର୍ଯାତନା ଦେଇଥିଲା । ଯାହାରକୁ ନେଇ ପୁଅ ପ୍ରତିବାଦ କରିବାରୁ ସେ ଧମକ ଦେଇଥିଲା । ଏପରି କି ଘଟଣା ସଂପର୍କରେ କାହାକୁ ଜଣାଇଲେ ଶ୍ରୀମନ୍ଦିର ପଶି ପାରିବୁନି ବୋଲି ମଧ୍ୟ ଧମକ ଦେଇଥିଲା ବୋଲି ସେବାୟତ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ, ନାବାଳକ ଜଣକ ପ୍ରତିବାଦ କରିବାରୁ ଛାତି ଓ ଗାଲକୁ ଚିପାଚିପି କରି ଧମକ ଦେଇଥିଲା। ତୁ ମୋ’ ସହ ହୋଟେଲ ଯିବୁ, ନହେଲେ ତୋତେ ମନ୍ଦିର ଭିତରେ ମାଡ଼ ମାରିବି ବୋଲି ଲକ୍ଷ୍ମୀନାରାୟଣ ଧମକାଇଥିବା ଅଭିଯୋଗ ହୋଇଛି। ଭୟଭୀତ ହୋଇ ନାବାଳକ ଜଣକ ପୁଣି ଥରେ ଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇ ଦର୍ଶନ କରୁଥିବା ସମୟରେ ପୁନର୍ବାର ସେବାୟତ ଲକ୍ଷ୍ମୀନାରାୟଣ ଅସଦାଚରଣ ପ୍ରଦର୍ଶନ କରିଥିଲା। ଜୋର ଜବରଦସ୍ତ ମାଡ଼ ବସିଥିଲା। ଏହା ପରେ ନାବାଳକ ଜଣକ କାନ୍ଦି କାନ୍ଦି ପଳାଇ ଆସିଥିଲା। ଘଟଣାକୁ ନେଇ ଅଭିଯୋଗ ପରେ ପୋଲିସ ଘଟଣାରେ ତଦନ୍ତ ଜାରି ରହିଥିବାର କହିଛନ୍ତି ସିଂହଦ୍ୱାର ଥାନା ଅଧିକାରୀ ।

Advertisment
Puri Srimandir Senior Servitor
Advertisment
Advertisment