• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବ୍ରହ୍ମପୁର: ବ୍ରହ୍ମପୁରର ଡାକ୍ତର ସୁମିତ ଓ ତପସ୍ୱିନୀ ମାମଲାରେ ବଡ଼ ଟ୍ୱିଷ୍ଟ । ସ୍ୱାମୀ ସୁମିତଙ୍କୁ ପାଉନଥିବା ଅଭିଯୋଗ କଲେ ପତ୍ନୀ ତପସ୍ୱିନୀ । ସକାଳଠାରୁ ସୁମିତଙ୍କୁ ସେ ପାଉନଥିବା କହିଲେ ତପସ୍ୱିନୀ । ସୁମିତ ତାଙ୍କୁ ଛାଡ଼ି କୁଆଡ଼େ ପଳାଇଥିବା ତପସ୍ୱିନୀଙ୍କ ଅଭିଯୋଗ । ସକାଳେ କେହି ଜଣେ ଆସି ସୁମିତଙ୍କୁ ସ୍କୁଟିରେ ନେଇଥିବା କହିଲେ । ଆସିକା ଗେଷ୍ଟ ହାଉସରେ ସେ ଏକା ରହିଯାଇଥିବା କହିଲେ ତପସ୍ୱିନୀ । ୭ ଦିନ ଧରି ପତି-ପତ୍ନୀଙ୍କୁ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ SDJM । ୭ ଦିନ ଆସିକା ଚିନିକଳ ଗେଷ୍ଟ ହାଉସରେ ଏକାଠି ରହିଥିଲେ ଉଭୟ । କାଲି ପୁଣି ଉଭୟଙ୍କୁ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

ସୁମିତ ଓ ତପସ୍ୱିନୀଙ୍କ ଦାମ୍ପତ୍ୟ କଳହକୁ ନେଇ ବିବାଦ ପରେ ଶ୍ୱଶୁର ଘର ଆଗରେ ଧାରଣାରେ ବସି ଚର୍ଚ୍ଚାକୁ ଆସିଥିଲେ ଗଂଜାମ ଛତ୍ରପୁର ଅଞ୍ଚଳର ତପସ୍ୱିନୀ ଦାସ । ତାଙ୍କ ସ୍ୱାମୀ ସୁମିତ ସାହୁଙ୍କ ସହ ପୁଣି ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ ବ୍ରହ୍ମପୁର SDJM କୋର୍ଟ । ଉଭୟ ଏକ ଭଡ଼ା ଘର ନେଇ ରହିବାକୁ ଡାକ୍ତର ସୁମିତ ସାହୁଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ସମସ୍ତ ଖର୍ଚ୍ଚ ସୁମିତ ବହନ କରିବାକୁ ମଧ୍ୟ କୋର୍ଟ କହିଥିଲେ ।

୭ ଦିନ ଧରି ପୋଲିସ ସୁରକ୍ଷାରେ ଥିବା ସ୍ୱାମୀ-ସ୍ତ୍ରୀଙ୍କ ନିକଟରୁ ପୋଲିସ ସୁରକ୍ଷାକୁ ହଟାଯାଇଥିଲା । ସେମାନଙ୍କ ସମ୍ପର୍କରେ ପ୍ରତି ୭ ଦିନରେ ପୋଲିସ ରିପୋର୍ଟ କରିବାକୁ କୋର୍ଟ ଆଦେଶ ଦେଇଥିଲେ । ଉଭୟ ପରିବାରର ଲୋକମାନେ ସେମାନଙ୍କୁ ସାକ୍ଷାତ କରିପାରିବେ ବୋଲି କୋର୍ଟ ଅନୁମତି ମଧ୍ୟ ଦେଇଥିଲେ । ସେପଟେ ସୁମିତଙ୍କ ପରିବାରକୁ ପକ୍ଷ ରଖିବା ପାଇଁ ୭ ଦିନ ସମୟ ଦିଆଯାଇଛି । ଜାନୁଆରୀ ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଥିଲା । ଏହାପୂର୍ବରୁ ଆଜି ସୁମିତ ନିଖୋଜ ଥିବା ନେଇ ତପସ୍ୱିନୀ ଅଭିଯୋଗ କରିଛନ୍ତି ।