Advertisment

ଘରେ ବନାନ୍ତୁ ସ୍ୱାଦିଷ୍ଟ 'କଞ୍ଚା ଲଙ୍କା ମାଂସ'

ଆପଣ କେବେ ଦେଶୀ ଶୈଳୀରେ ପ୍ରସ୍ତୁତ ହୋଇଥିବା 'ଛେଚା କଞ୍ଚା ଲଙ୍କା ମାଂସ ଝୋଳ' ରେସିପି ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ସୁଆଦିଆ 'କଞ୍ଚା ଲଙ୍କା ମାଂସ ଝୋଳ' ରେସିପି ପ୍ରସ୍ତୁତ କରିବୁ । ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

author-image
Pallipuspa Samal
ଅଦ୍ୟତନ ହୋଇଛି
 Receipe Of Kancha Lanka Mansa

Receipe Of Kancha Lanka Mansa

ଘରେ ଆମେ ମଟନର ବିଭିନ୍ନ ପ୍ରକାର ରେସିପି ପ୍ରସ୍ତୁତ କରିଛୁ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ମଟନର ଏକ ଦେଶୀ ରେସିପି । ଏହି ରେସିପିର ନାଁ ହେଉଛି  'କଞ୍ଚା ଲଙ୍କା ମାଂସ ଝୋଳ' । ଏହି ରେସିପିଟିକୁ ଆମେ ଅତି ସହଜ ଓ ଦେଶୀ ଉପାୟରେ ପ୍ରସ୍ତୁତ କରିବା । 

Advertisment

'କଞ୍ଚା ଲଙ୍କା ମାଂସ ଝୋଳ' ବନେଇବା ପାଇଁ ସାମଗ୍ରୀ :

ମଟନ୍ ବା ଖାସି ମାଂସ, ପିଆଜ ବଟା,ଅଦା ରସୁଣ ବଟା, କଞ୍ଚା ଲଙ୍କା,ଗରମ ମସଲା,କଟା ଧନିଆ ପତ୍ର,ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ,ରିଫାଇନ୍ ତେଲ ଓ ସ୍ୱାଦନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ କଞ୍ଚା ଲଙ୍କାରୁ ମଞ୍ଜି ବାହାର କରି ଛେଚି ରଖନ୍ତୁ । 
  • ଏହାପରେ ଚୁଲିରେ ଡେକିଚି ବସାଇ ତେଲ ଗରମ କରନ୍ତୁ ।
  • ତେଲ ଗରମ ହୋଇଗଲା ପରେ ସେଥିରେ ପିଆଜ ବଟା ଓ ଅଦା ରସୁଣ ବଟା ପକାଇ କଷନ୍ତୁ । 
  • ମସଲା ଅଳ୍ପ କଷି ହୋଇଗଲା ପରେ ସେଥିରେ ଛେଚା କଞ୍ଚା ଲଙ୍କାକୁ ପକାନ୍ତୁ ।
  • ଏହାପରେ ଲଙ୍କା ଗୁଣ୍ଡ ଓ ହଳଦୀ ଗୁଣ୍ଡ ପକାନ୍ତୁ । 
  • ଏହି ସବୁ ମସଲା ଭଲ ଭାବେ କଷି ହେବା ପରେ ଖାସି ମାଂସ ବା ମଟନକୁ ପକାଇ ଦିଅନ୍ତୁ । 
  • ଏହାପରେ ମାଂସକୁ ଭଲ ଭାବେ କଷନ୍ତୁ 
  • ମାଂସ କଷି ହେବା ପରେ ଆବଶ୍ୟକ ଅନୁଯାୟୀ ପାଣି ଦେଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ । 
  • ଏହାପରେ ମାଂସ ସିଝିବା ପାଇଁ ୩୦ ରୁ ୪୫ ମିନିଟ୍ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ।
  • ମଝିରେ ମଝିରେ ଘୋଡ଼ଣୀ ଉଠାଇ ମାଂସ ସିଝିଛି କି ନାହିଁ ଦେଖି ଦିଅନ୍ତୁ ।
  • ଏହାପରେ ଘୋଡଣୀ ବାହାର କରି କଟା ଧନିଆ ପତ୍ର ଓ ଗରମ ମସଲା ପକାଇ ଚୁଲିକୁ ବନ୍ଦ କରି ଦିଅନ୍ତୁ ।
  • ଏହାପରେ ପ୍ରସ୍ତୁତ ହୋଇଗଲା ସୁଆଦିଆ 'କଞ୍ଚା ଲଙ୍କା ମାଂସ ଝୋଳ' । 
Advertisment

ଏହି ରେସିପିଟିକୁ ଗରମ ଭାତ କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନାନ୍ତୁ ଓ ଘରକୁ କୁଣିଆ ଆସିଲେ ଗରମ ଗରମ ପ୍ରରଷନ୍ତୁ ।  

Odia Food And Recipes
Advertisment
Advertisment