Advertisment

୬ ବର୍ଷ ହେବ ମୃତ ମହିଳାଙ୍କୁ ଚିହ୍ନଟ କରିପାରୁନି ପୋଲିସ୍‌, ହତ୍ୟା ପରେ ପେଟ୍ରୋଲ ଢାଳି ପୋଡ଼ି ଦେଇଥିଲେ...

ମହିଳାଙ୍କୁ ହତ୍ୟା ପରେ ପେଟ୍ରୋଲ ଢାଳି ପୋଡ଼ି ଦେଇଥିଲେ ହତ୍ୟାକାରୀ। ମହିଳାଙ୍କୁ ପୋଡ଼ି ଦିଆଯାଇଥିବାରୁ ତାଙ୍କୁ ଚିହ୍ନିବା ସମ୍ଭବପର ନଥିଲା। ପ୍ରାୟ ୬ ବର୍ଷ ପୂର୍ବେ ଘଟିଥିବା ଏହି ହତ୍ୟାକାଣ୍ଡରେ ମୃତ ମହିଳାଙ୍କୁ ଚିହ୍ନଟ କରିପାରି ନାହିଁ ପୋଲିସ୍‌।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Dead Body

Dead Body

ଟିଟିଲାଗଡ଼: ମହିଳାଙ୍କୁ ହତ୍ୟା ପରେ ପେଟ୍ରୋଲ ଢାଳି ପୋଡ଼ି ଦେଇଥିଲେ ହତ୍ୟାକାରୀ। ସୁରାକ ଲିଭାଇବାକୁ ହତ୍ୟାକାରୀ ଏପରି ସାଂଘାତିକ ଷଡ଼ଯନ୍ତ୍ର ରଚିଥିଲା। ମହିଳାଙ୍କୁ ପୋଡ଼ି ଦିଆଯାଇଥିବାରୁ ତାଙ୍କୁ ଚିହ୍ନିବା ସମ୍ଭବପର ନଥିଲା। ପ୍ରାୟ ୬ ବର୍ଷ ପୂର୍ବେ ଘଟିଥିବା ଏହି ହତ୍ୟାକାଣ୍ଡରେ ମୃତ ମହିଳାଙ୍କୁ ଚିହ୍ନଟ କରିପାରି ନାହିଁ ପୋଲିସ୍‌। ଦୀର୍ଘ ୬ ବର୍ଷ ଧରି ନିରାଶ ହେବା ପରେ ଶେଷରେ ପୋଲିସ୍‌ ଲୋକଙ୍କ ସହାୟତା ଲୋଡ଼ିଛି। ବଲାଙ୍ଗିର ଜିଲ୍ଲାରେ ଏହି ଘଟଣା ଘଟିଛି।

Advertisment

୬ ବର୍ଷ ପରେ ପୁଣିଥରେ ଘଟଣାର ତଦନ୍ତ ଆରମ୍ଭ କରିଛି ବଲାଙ୍ଗିର ପୋଲିସ୍‌। ଅପରାଧିଙ୍କ ପାଖରେ ପହଞ୍ଚିବା ଲାଗି ହ୍ୱାଟ୍ସଆପ୍‌ରେ ମେସେଜ କରି ନିଖୋଜ ମହିଳାଙ୍କୁ ଚିହ୍ନଟ କରିବାକୁ ପୋଲିସ୍‌ ଉଦ୍ୟମ ଜାରି ରଖିଛି। ସୂଚନାଯୋଗ୍ୟ, ୨୦୧୫ ମସିହା ଜୁଲାଇ ୨ ତାରିଖରେ ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ବରଗାଁ ନିକଟରେ ଜଣେ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ମୃତ ମହିଳାଙ୍କ ବୟସ ୧୮ରୁ ୨୪ ବର୍ଷ ହେବ ବୋଲି ଜଣାପଡ଼ିଥିଲା।

ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ହେଲେ ମହିଳାଙ୍କୁ ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ତାଙ୍କୁ ପେଟ୍ରୋଲ ଢାଳି ପୋଡ଼ି ଦିଆଯାଇଥିବାରୁ ତାଙ୍କୁ ଚିହ୍ନିବା ସମ୍ଭବପର ହୋଇନଥିଲା। ମୃତଦେହ ନିକଟରୁ ପୋଲିସ୍‌ ପେଟ୍ରୋଲ ଭର୍ତ୍ତି ଏକ ବଟଲ୍‌ ଜବତ କରିଥିଲା। ଏହାପରେ ନିକଟସ୍ଥ ପେଟ୍ରୋଲ ପମ୍ପର ସିସିଟିଭ ଫୁଟେଜକୁ ଖୋଳତାଡ଼ କରି ପୋଲିସ୍‌ ୨ ଜଣ ବ୍ୟକ୍ତିଙ୍କ ସ୍କେଚ୍‌ ଜାରି କରିଥିଲା। ଏହାସତ୍ତ୍ୱେ ମଧ୍ୟ ହତ୍ୟାକାରୀ ସମ୍ପର୍କରେ ପୋଲିସ୍‌ କୌଣସି ସୁରାକ୍‌ ପାଇପାରି ନ ଥିଲା।

Advertisment

ବଲାଙ୍ଗିର ପୋଲିସ୍‌ ଏ ସମ୍ପର୍କରେ ତଦନ୍ତ ଜାରି ରଖିଥିଲେ ମଧ୍ୟ କୌଣସି ସୁରାକ ପାଇ ପାରି ନଥିବାରୁ ଟିଟିଲାଗଡ ଏସ୍‌ଡିପିଓ ଗତକାଲି ହ୍ୱାଟ୍ସଆପ୍‌ରେ ଏକ ମେସେଜ ମାଧ୍ୟମରେ ଜନସାଧରଣଙ୍କ ସହାୟତା ଲୋଡ଼ିଛନ୍ତି। ଏଯାଏ ମୃତ ମହିଳାଙ୍କ କୌଣସି ଦାବିଦାର ପହଞ୍ଚି ନ ଥିବାରୁ ତାଙ୍କୁ ଠାବ କରାଯାଇପାରୁନି। ତେଣୁ ଯଦି କିଏ କୌଣସି ନିଖୋଜ ମହିଳାଙ୍କ ସମ୍ପର୍କରେ ଅବଗତ ଥିବେ, କିମ୍ବା ହତ୍ୟାକାରୀଙ୍କୁ ଚିହ୍ନିଥିବା ସେମାନେ 06652232100 କୁ କଲ୍‌ କରି ଜଣାଇବାକୁ ଏକ ପ୍ରେସ୍‌ ବିବୃତି ମାଧ୍ୟମରେ ଜଣାଇ ଦିଆଯାଇଛି। ହେଲେ ଏ ସମ୍ପର୍କରେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରି ଦେଇଛନ୍ତି ଏସ୍‌ଡିପିଓ ।

Dead Body Found
Advertisment
Advertisment