• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଶେଷ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ । ଅନିଦ୍ଧିଷ୍ଟ କାଳ ପାଇଁ ମୁଲତବି ଘୋଷଣା କଲେ ବାଚସ୍ପତି । ୨୦ ଦିନ ପୂର୍ବରୁ ତଥା ୧୭ଟି କାର୍ଯ୍ୟ ଦିବସ ବାକି ଥିବା ବେଳେ ବିଧାନସଭାକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଆରମ୍ଭ ହେବା ଦିନରୁ ଗୋଟିଏ ଦିନ ବି ସ୍ୱାଭାବିକ ଚାଲି ପାରିନଥିଲା ଶୀତ ଅଧିବେଶନ । ମମିତା ଝଡ଼ରେ ଧୋଇଗଲା ଶୀତକାଳୀନ ଅଧିବେଶନ । ସରକାରୀ ଦଳ ମୁଖ୍ୟ ସଚେତକ ଆଣିଥିଲେ ମୁଲତବି ପ୍ରସ୍ତାବ । ହାଉସ୍‌ରେ କୌଣସି ବିଜିନେସ୍ ନଥିବାରୁ ମୁଲତବି ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ । ଏହାର ପ୍ରତିବାଦରେ ବିଜେପି ବିଧାୟକମାନେ ବିଧାନସଭା ପରିସରରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି।

ତେବେ ଶୀତ ଅଧିବେଶନ ଆରମ୍ଭ ହେବା ଦିନରୁ ବିଧାନସଭାରେ ବିରୋଧୀ ହୋ-ହଲ୍ଲା କରିଥିଲେ । ମମିତାଙ୍କୁ ନ୍ୟାୟ ଦାବି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଗୃହରେ ହୋ-ହଲ୍ଲା ଜାରି ରହିଥିଲା । ଗତକାଲି ମଧ୍ୟ ବିରୋଧୀ ଘଣ୍ଟ ବାଡ଼େଇ ପ୍ରତିବାଦ କରିଥିଲେ । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରତାପ ଜେନାଙ୍କ ସମ୍ମୁଖରେ ଘଣ୍ଟ ବାଡ଼େଇଥିଲେ । ଯାହାକୁ ନେଇ ଅନ୍ୟ ବିଜେଡି ବିଧାୟକମାନେ ପ୍ରତାପଙ୍କୁ ଘେରି ରହି ସୁରକ୍ଷା ଯୋଗାଇଥିଲେ । 

ଏହାରି ଭିତରେ ଗତାକାଲି ପଞ୍ଚାୟତିରାଜ ବିଭାଗର ଖର୍ଚ୍ଚ ଦାବି ଉପସ୍ଥାପିତ କରିଥିଲେ ମନ୍ତ୍ରୀ ପ୍ରତାପ ଜେନା । ହଙ୍ଗାମା ଭିତରେ ଗିଲୋଟିନରେ ପାରିତ ହୋଇଥିଲା ବିଭିନ୍ନ ବିଭାଗର ଖର୍ଚ୍ଚଦାବି ।

ଶୀତ ଅଧିବେଶନ ଆରମ୍ଭ ହେବାର ପ୍ରାୟ ୯ ଦିନ ବିତିବା ପରେ ୧୦ମ ଦିନ ବାଚସ୍ପତି ଏହାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣ କରିଛନ୍ତି । ମମିତାଙ୍କୁ ନ୍ୟାୟ ଦାବିରେ ବିରୋଧୀ ଗୃହରେ ଘଣ୍ଟ ବାଡ଼େଇ, ଗଙ୍ଗା ପାଣି ଛିଞ୍ଚି, ଗୋବର ପାଣି ଛିଞ୍ଚି ଅଭିନବ ପ୍ରତିବାଦ କରିଥିଲେ । ଯାହା ଫଳରେ ଅଚଳାବସ୍ଥା ଜାରି ରହିଥିଲା । ୯ ଦିନ ହେବ ବିଧାନସଭା ଚାଲିଥିଲେ ମଧ୍ୟ ସ୍ୱାଭାବିକ ସ୍ଥିତି ଫେରିପାରିନଥିଲା । ବିଜେପି ସଦସ୍ୟମାନେ ଗୃହରେ ଘଣ୍ଟ ବାଡେଇ ପ୍ଲା-କାର୍ଡ ପ୍ରଦର୍ଶନ କରିଥିବା ବେଳେ କଂଗ୍ରେସ ମଧ୍ୟ ଗୃହରେ ହୋହଲ୍ଲା ସହ ନାରାବାଜି କରିଥିଲା ।

ସେପଟେ ମମିତାଙ୍କୁ ନ୍ୟାୟ ଦାବିରେ ବିଧାନସଭା ସମ୍ମୁଖରେ ବିଜେପି-କଂଗ୍ରେସ ରଣହୁଙ୍କାର ଦେଇଛନ୍ତି । ଗତକାଲି ବିଜେପି ବିଧାନସଭା ଘେରାଉ କରିବାକୁ ଚେଷ୍ଟା କରିଥିବା ବେଳେ ଆଜି କଂଗ୍ରେସ ଘେରାଉ କରିବାକୁ ଚେଷ୍ଟା କରିଥିଲା । ଉଭୟ ଦଳର କର୍ମୀମାନେ ଲୋୟୟ ପିଏମ୍‌ଜିରେ ପହଞ୍ଚି ହଲ୍ଲାବୋଲ୍‌ କରିଥିଲେ । ଦଳର କର୍ମୀମାନେ ପୋଲିସ ସହ ମୁହାଁ ମୁହିଁ ହୋଇଥିଲେ । ଉଭୟ ଦଳର ଅନେକ କର୍ମୀ ଆହତ ହୋଇଥିବା ବେଳେ ପୋଲିସ ମଧ୍ୟ ଗୁରୁତର ହୋଇଛନ୍ତି ।