Advertisment

୪୮ ଘଣ୍ଟାରେ ଆହୁରି ବଢ଼ିବ ଶୀତ ! କିଛି ସ୍ଥାନରେ ବର୍ଷା ସମ୍ଭାବନା

ଆସନ୍ତା ୪୮ ଘଣ୍ଟାରେ ରାଜ୍ୟରେ ଆହୁରି ଶୀତ ବଢ଼ିପାରେ। ୪୮ ଘଣ୍ଟାରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ପାରଦ। ତେବେ ୩ରୁ ୪ ଦିନ ପରେ ତାପମାତ୍ରା ସ୍ୱାଭାବିକ ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Cold Wave

Cold Wave

ଭୁବନେଶ୍ୱର: ରାଜ୍ୟରେ କୋହଲା ପାଗ ପରେ ପୁଣି ବଢ଼ିବ ଶୀତ। ଆସନ୍ତା ୪୮ ଘଣ୍ଟାରେ ଆହୁରି ଶୀତ ବଢ଼ିପାରେ। ୪୮ ଘଣ୍ଟାରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ପାରଦ। ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଆଜି ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ରହିବା ସମ୍ଭାବନା ରହିଛି। ତେବେ ୩ରୁ ୪ ଦିନ ପରେ ତାପମାତ୍ରା ସ୍ୱାଭାବିକ ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଆଜି ଦକ୍ଷିଣ ଓଡ଼ିଶାରେ କିଛି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ଏବଂ ଗଜପତି, ଗଞ୍ଜାମ ଜିଲ୍ଲାରେ ବର୍ଷା ହୋଇପାରେ। ଉପକୂଳବର୍ତ୍ତୀ କିଛି ଜିଲ୍ଲା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କନ୍ଧମାଳ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଜି ସକାଳ ସାଢ଼େ ୮ଟା ଯାଏ ସତର୍କ ସୂଚନା ଜାରି କରାଯାଇଛି। 

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରୁ ଉତ୍ତର ବଙ୍ଗୋପସାଗର ଯାଏ ସମୁଦ୍ର ପତ୍ତନରୁ ଲମ୍ବିଥିବା ନିମ୍ନ-ଚାପ ରେଖା ପ୍ରଭାବରେ ଗତକାଲି ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜିଠୁ ବର୍ଷାର ପରିମାଣ କମିବ। ଆସନ୍ତାକାଲି ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

Advertisment
Cold Wave Rain Alert Cold Wave In Odisha
Advertisment
Advertisment