• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭଦ୍ରକ( ପାର୍ଥ ସାରଥୀ ନାୟକ) : କୁନି ବୟସରେ କମାଲ୍ କଲେ ୪ ବର୍ଷର କୁନି ଝିଅ । ଯେଉଁ ବୟସରେ ପିଲାମାନେ ସଠିକ ଭାବେ କଥା କହି ପାରନ୍ତି ନାହିଁ, ସେହି ବୟସରେ ଦୁଇଟି ଭାଷାରେ ରାଇମ୍ସ ଗାଇ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ସହ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ଭାନଭି । ଛୋଟ ବେଳୁ କ୍ୟାମେରା ପ୍ରତି ତାଙ୍କର ବେଶ୍ ଆଗ୍ରହ । ମୋବାଇଲର କ୍ୟାମେର ଧରି ମାଡ଼ କ୍ୟାମେରା ମ୍ୟାନ ପାଲଟି ଗଲେ, ସେତେବେଳେ ସେ ଅନର୍ଗଳ ଗୀତ, କବିତା, ଶ୍ଳୋକ, ଦେଶାତ୍ମକ ବୋଧକ ସଂଗୀତ ଓ ରାଇମ୍ସ ଗାଇ ଚାଲନ୍ତି । ଆଉ ଝିଅର ଏହି ଗୀତ ଗାଇବା ନିଶା ଦେଖି ତାକୁ ସାମାଜିକ ଗଣମାଧ୍ୟରେ ଛାଡିଲେ ବାପା ଓ ମାଆ ।

କଥା ସିନା ଭଲ ଭାବରେ କହି ପାରନ୍ତି ନାହିଁ ହେଲେ ଏସବୁଥିରେ ସେ ପୂରା ପାରଙ୍ଗମ । ବିଭିନ୍ନ ପ୍ରକାରର ଶ୍ଲୋକ ସ୍ପଷ୍ଟ ଉଚ୍ଚାରଣ କରି ଗାଇବା, ବିଭିନ୍ନ ସମୟରେ ଗୀତ ମାଧ୍ୟମରେ ସାମାଜିକ ବାର୍ତ୍ତା, ଦେଶାତ୍ମକ ବୋଧକ ଗୀତ ଗାଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ଭାନଭି । ଧିରେ ଧିରେ ଏହା ଏବେ ତାଙ୍କର ନିଶାରେ ପରିଣତ ହୋଇ ଗଲା ଏବେ ସେ ମାତ୍ର ୪,୬ ବର୍ଷରେ ଏଥି ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ।

bhanviକୁନି ଝିଅ ଭାନଭି

ଭଦ୍ରକ ଜିଲ୍ଲାର ଭାନଭି ଭାବ୍ୟାଂଶିଖା । ସାବରଙ୍ଗ ଥାନା ଆଟୋ ଗ୍ରାମର ନରେନ୍ଦ୍ର ଦାସ ଓ ଶାଶ୍ୱତୀ ସୌମ୍ୟା ମହାପାତ୍ରଙ୍କ କନ୍ୟା ଚରମ୍ପା ମିଶନ ପବ୍ଲିକ ସ୍କୁଲରେ ଏଲ.କେଜି ଛାତ୍ରୀ । ବୟସ ୪ ବର୍ଷ ମାସ । ସେ ଏକାଧାରାରେ ହିନ୍ଦି ଓ ଇଂରାଜୀରେ ୮୦ଟି ରାଇମ୍ସ ଗାନ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ।

ଖୁବ ଚଞ୍ଚଳ ପ୍ରକୃତିର ଭାନଭିଙ୍କ ପ୍ରତିଭା କିନ୍ତୁ ଅନ୍ୟ ମାନଙ୍କ ଠାରୁ ଭିନ୍ନ ଓ ଅନନ୍ୟ । ସ୍କୁଲରେ ପାଠ ପଢାରେ ଯେମିତି ଆଗରେ ଠିକ ସେମିତି ନିଜ ପ୍ରତିଭା ପାଇଁ ଚର୍ଚ୍ଚାରେ ରୁହନ୍ତି ଭାନଭି । କେବେଳ ରାଇମ୍ସ ନୁହେଁ ଅନେକ ଶ୍ଲୋକ ବି ମନେ ରଖି ଖୁବ ପ୍ରାଞ୍ଜଳ ଭାବେ ଗାଇ ପାରନ୍ତି । ଦୁନିଆ ବିଷୟରେ ଠିକ ଭାବରେ ବୁଝି ପାରି ନଥିବା ଭାନବି କିନ୍ତୁ ଭବିଷ୍ୟରେ ଜଣେ ପ୍ରଶାସନିକ ଅଧିକାରୀ ହେବାକୁ ଇଚ୍ଛା ରଖିଛନ୍ତି । ତେବ ଖୁବ ଅଳ୍ପ ବୟସରେ ଝିଅର ଏଭଳି ସଫଳତା ନେଇ ବାପା ମାଆ ବେଶ ଖୁସି ଥିବା ବେଳେ ଆଗକୁ ଅନେକ ରେକର୍ଡ ପାଇଁ ପ୍ରଚେଷ୍ଟା କରୁଥିବା କହିଛନ୍ତି ।

indian book of record ଭାନଭିଙ୍କ ବାପା

ଆମେ ଆଜି ବହୁତି ଖୁସି ଅଛୁ । ଖୁସିର କୌଣସି ସୀମା ନାହିଁ । ଝିଅ ପାଇଁ ଆଜି ଆମକୁ ସମସ୍ତେ ଜାଣୁଛନ୍ତି । ଛୋଟବେଳୁ ତା’ର ଶିଖିବାର ବେଶୀ ଆଗ୍ରହ ଥିଲା । ବିଶେଷ କରି ଷ୍ଟେଜ୍ ସୋ ପରି ତା’ର ଥିଲା ଅହେତୁକ ଆଗ୍ରହ । କୌଣସି ମଞ୍ଚ ଦେଖିଲେ, ବାରଣ ସତ୍ତ୍ୱେ ଉପରକୁ ଚଢ଼ି ଯାଉଥିଲା । ଆଉ ତା’ର ଆଗ୍ରହ ଦେଖି ଆମେ ତାକୁ ପ୍ରସ୍ତୁତ କରିଥିଲୁ । ଏବେ ୮୦ ଟି ରାହିମ୍ସ ଗାଇ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି, ସେଥିପାଇଁ ମୁଁ ଗର୍ବିତ ବୋଲି କହିଛନ୍ତି ଭାନଭିଙ୍କ ବାପା ।

bhanviଭାନଭିଙ୍କ ମା’

ବର୍ଷେ ଦୁଇ, ତିନି ମାସରୁ ପାଠ ପଢ଼ିବା ଆରମ୍ଭ କରିଛି ଭାନଭି । ଯେବେ ଠାରୁ ଝିଅ କଥା କହିବା ଆରମ୍ଭ କରିଛି,ସେବେଠାରୁ ସେ ପାଠ ପଢ଼ିବା ଆରମ୍ଭ ହୋଇଛି । ବହୁତ ଶୀଘ୍ର ସେ ସବୁ କିଛି ମନେ ରଖେ । କ୍ୟାମେରା ଫେସ୍ କରିବାକୁ ତା’ର ବେଶ୍ ଆଗ୍ରହ । କ୍ୟାମେରା ଦେଖାଇ ମୁଁ ତାକୁ ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡ ପାଇଁ ଅକ୍ଟୋବର ୨ରେ ସେମାନେ ଭିଡିଓ ମାଗିଥିଲେ । ଭିଡିଓ ପଠାଇବା ପରେ ଏବେ ତାକୁ ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ମିଳିଛି ବୋଲି ତାଙ୍କ ମା’ କହିଛନ୍ତି ।

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଁ ଜିଲ୍ଲା ପାଇଁ ଭାନଭି ଗୌରବ ଆଣିଛନ୍ତି ବୋଲି କହିଛନ୍ତି ପରିବାର ଲୋକେ ଓ ସାଇ ପଡିଶା । ତାଙ୍କର ଏଭଳି ସଫଳତା ପାଇଁ ସ୍କୁଲ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ସହ ଶୁଭେଚ୍ଛା ପ୍ରଦାନ କରାଯାଇଛି । ତାଙ୍କର ଶିଖିବାର ଇଛା ଓ କ୍ୟାମେରା ସାମନାରେ ତାହା ପ୍ରକାଶ କରିବାର ଆଗ୍ରହ ଆଜି ତାକୁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ଦେଇଛି ।

କେବଳ ଗୀତ ନୁହେଁ ନାଚ ପାଠ ପଢା ପ୍ରତି ଭାନଭିଙ୍କ ଆଗ୍ରହ ମଧ୍ୟ ଯଥେଷ୍ଟ । ଛୋଟ ବେଳୁ ସମସ୍ତଙ୍କୁ ପ୍ରାଇଜ ପାଇବାର ଦେଖି ବାପା ଓ ମାଆଙ୍କୁ ଅଝଟ କରେ । ଶେଷରେ ବାପା ଓ ମାଆ ଇଣ୍ଡିଆ ବୁକ ଅଫ ରେକର୍ଡ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଥିଲେ । ଏଥିରେ ମଧ୍ୟ ଭାନଭୀ ମଧ୍ୟ ସଫଳତା ହାସଲ କରିଛନ୍ତି । ଯାହା ଏବେ ସମସ୍ତଙ୍କୁ ବେଶ ଆନନ୍ଦିତ କରିଛି । ତାଙ୍କର ଏଭଳି ସଫଳତକୁ ସମସ୍ତେ ବେଶ ପ୍ରଶଂସା କରିବା ସହ ଭବିଷ୍ୟତ ଉଜ୍ଜଳ କାମନା କରିଛନ୍ତି ।