Advertisment

‘ରିସ୍କ’ ଦେଶରୁ ଓଡ଼ିଶା ଆସିଥିବା ୨୪୬ ପଜିଟିଭ୍‌ଙ୍କ ଆସିଲା ରିପୋର୍ଟ

‘ରିସ୍କ’(ଓମିକ୍ରନ୍‌ ସଂକ୍ରମଣ ବ୍ୟାପିଥିବା ଦେଶ) ଦେଶରୁ ଓଡ଼ିଶା ଆସିଥିବା ୨୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିନୋମ୍‌ ସିକ୍ୟୁଏନ୍ସିଂ ପାଇଁ ସାମ୍ପଲ ପଠାଯାଇଥିଲା। ଆଶ୍ୱସ୍ତିକର ଖବର, ୨୪୬ ସାମ୍ପଲରେ ଓମିକ୍ରନ୍‌ ଭାରିଏଣ୍ଟ୍‌ ଚିହ୍ନଟ ହୋଇନାହିଁ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Coronavirus

Coronavirus

ଭୁବନେଶ୍ୱର: ‘ରିସ୍କ’(ଓମିକ୍ରନ୍‌ ସଂକ୍ରମଣ ବ୍ୟାପିଥିବା ଦେଶ) ଦେଶରୁ ଓଡ଼ିଶା ଆସିଥିବା ୨୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିନୋମ୍‌ ସିକ୍ୟୁଏନ୍ସିଂ ପାଇଁ ସେମାନଙ୍କର ସାମ୍ପଲ ପଠାଯାଇଥିଲା। ତେବେ ଆଶ୍ୱସ୍ତିକର ଖବର, ୨୪୬ ସାମ୍ପଲରେ ଓମିକ୍ରନ୍‌ ଭାରିଏଣ୍ଟ୍‌ ଚିହ୍ନଟ ହୋଇନାହିଁ। ଏନେଇ ILS ପକ୍ଷରୁ ସୂଚନା ଦିଆଯାଇଛି। 

Advertisment

ପୂର୍ବରୁ ଜିନୋମ୍‌ ସିକ୍ୟୁଏନ୍ସିଂ ପାଇଁ ୧୪୧ ଜଣଙ୍କ ନମୁନା ILS ପଠାଯାଇଥିଲା। ୧୪୧ ଜଣଙ୍କ ନମୁନାରେ ମଧ୍ୟ ଓମିକ୍ରନ୍‌ ଭ୍ୟାରିଏଣ୍ଟ୍‌ ମିଳି ନଥିଲା। 

ନଭେମ୍ବର ୨୪ ପରେ ଓଡ଼ିଶା ଆସିଥିବା ଲୋକଙ୍କ ମଧ୍ୟରୁ ୨୪୬ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ପଜିଟିଭ୍‌ ଚିହ୍ନଟ ପରେ ସେମାନେ କରୋନାର କେଉଁ ଭାରିଏଣ୍ଟ୍‌ରେ ଆକ୍ରାନ୍ତ, ତାହା ଜାଣିବା ଲାଗି ସେମାନଙ୍କ ସାମ୍ପଲ ଜିନୋମ୍‌ ସିକ୍ୟୁଏନ୍ସିଂ ପାଇଁ ପଠାଯାଇଥିଲା। ଏନେଇ ଭୁବନେଶ୍ୱର ILS ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଥିଲେ। ଏଯାବତ୍ ଏୟାର ସୁବିଧା ପୋର୍ଟାଲରେ ୧୨୮୬ ଜଣ ପଞ୍ଜୀକରଣ କରିଛନ୍ତି। ଗଞ୍ଜାମ, କଟକ, ଖୋର୍ଦ୍ଧା, ଅନୁଗୁଳରୁ ସର୍ବାଧିକ ବ୍ୟକ୍ତି ଅଛନ୍ତି।  

Advertisment

ଅନ୍ୟପକ୍ଷେ, ଓମିକ୍ରନ୍‌ ନେଇ ଚିନ୍ତା ବଢୁଥିବା ବେଳେ ରାଜ୍ୟକୁ ଆସିଥିବା ବିଦେଶ ଫେରନ୍ତାଙ୍କ ତଥ୍ୟ ମିଳୁନି। ରାଜ୍ୟକୁ ଓମିକ୍ରନ୍‌ ସଂକ୍ରମଣ ବ୍ୟାପିଥିବା ଦେଶରୁ ୮ ଶହରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଶା ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ଅର୍ଥାତ୍‌ ପାଖାପାଖି ୩୨୦ ଜଣଙ୍କ ପତ୍ତା ମିଳୁନି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କିଛିଦିନ ପୂର୍ବେ ସୂଚନା ଦିଆଯାଇଥିଲା। 

COVID19 Omicron Omicron Variant
Advertisment
Advertisment